Advertisment

ପୁଣି ଚାପୁଡ଼ା କାଣ୍ଡ, ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପିଟିଲେ

ନୂଆଦିଲ୍ଲୀ: ଥମୁନି ଚାପୁଡା କାଣ୍ଡ । ହାଇ-ସୋସାଇଟିରେ ବାରମ୍ବାର ଦେଖିବାକୁ ମିଳୁଛି ହାଇ କ୍ଲାସ ଡ୍ରାମା। ସିକ୍ୟୁରିଟି ଗାର୍ଡଙ୍କୁ ବଡ ବଡିଆ ସୋସାଇଟିର ଲୋକେ ମାଡ ମାରିଥିବା ଖବର ପୁଣି ଥରେ ସାମ୍ନାକୁ ଆସିଛି। ଦିଲ୍ଲୀ-ଏନ୍‌ସିଆର୍‌ର ଏକ ସୋସାଇଟିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ମାଡ ମରାଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗାଜିଆବାଦର ୱିଣ୍ଡସର ପେରାଡାଇଜ୍ ଆପାର୍ଟମେଣ୍ଟ। ଏଠାରେ ସିକ୍ୟୁରିଟି ଗାର୍ଡ ଓ ସୋସାଇଟିର ଜଣେ […]

ଅଦ୍ୟତନ ହୋଇଛି
ପୁଣି ଚାପୁଡ଼ା କାଣ୍ଡ, ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ପିଟିଲେ

security-guard-and-resident-punch

Advertisment

ନୂଆଦିଲ୍ଲୀ: ଥମୁନି ଚାପୁଡା କାଣ୍ଡ । ହାଇ-ସୋସାଇଟିରେ ବାରମ୍ବାର ଦେଖିବାକୁ ମିଳୁଛି ହାଇ କ୍ଲାସ ଡ୍ରାମା। ସିକ୍ୟୁରିଟି ଗାର୍ଡଙ୍କୁ ବଡ ବଡିଆ ସୋସାଇଟିର ଲୋକେ ମାଡ ମାରିଥିବା ଖବର ପୁଣି ଥରେ ସାମ୍ନାକୁ ଆସିଛି। ଦିଲ୍ଲୀ-ଏନ୍‌ସିଆର୍‌ର ଏକ ସୋସାଇଟିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଧୁମ ମାଡ ମରାଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗାଜିଆବାଦର ୱିଣ୍ଡସର ପେରାଡାଇଜ୍ ଆପାର୍ଟମେଣ୍ଟ। ଏଠାରେ ସିକ୍ୟୁରିଟି ଗାର୍ଡ ଓ ସୋସାଇଟିର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ ଯୁକ୍ତତର୍କ ହୋଇଥିଲା। ଏହାପରେ ଉକ୍ତ ବ୍ୟକ୍ତି ଜଣକ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ଉପରେ ଚାପୁଡା ମରି ଚାଲିଥିଲେ। ଏହାର ପ୍ରତି ଜବାବରେ ସିକ୍ୟୁରିଟି ଗାର୍ଡ ମଧ୍ୟ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ପାଖରେ ଥିବା ଜଣେ ମହିଳା ଉଭୟଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଦୁହେଁ କିଛି ଶୁଣିନଥିଲେ। ବେଶ୍ କିଛି ସମୟ ଧରି ଏଭଳି ମାର୍‌ପିଟ୍ ପରେ ସମ୍ପୃକ୍ତ ବ୍ୟକ୍ତି ଓ ମହିଳା ନିଜ ଫ୍ଲାଟ୍‌କୁ ଚାଲିଯାଇଥିଲେ।

https://twitter.com/lokeshRlive/status/1581252916123701250?s=20&t=-zm-dms5on5vYjgE2ctOQg

Advertisment

ପୁଲିସ ମୁତାବକ, ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିବା ସମ୍ପୃକ୍ତ ବ୍ୟକ୍ତି କିଛି ଦିନ ପୂର୍ବେ ହିଁ ଏହି ଆପର୍ଟମଣ୍ଟେକୁ ଆସି ରହୁଥିଲେ। ସିକ୍ୟୁରିଟି ଗାର୍ଡ କିନ୍ତୁ ଏ ବିଷୟରେ ଜାଣି ନଥିଲେ। ସୋମବାର ଯେତେବେଳେ ସେ ଆପାର୍ଟମେଣ୍ଟ ଆଡକୁ ଯାଉଥିଲେ, ଗାର୍ଡ ତାଙ୍କୁ ଅଟକାଇ କୁଆଡେ ଯାଉଛନ୍ତି ବୋଲି ପଚାରିଥିଲେ। ସିକ୍ୟୁରିଟି ଗାର୍ଡଙ୍କ ପଚରାଉଚୁରାରେ ବ୍ୟକ୍ତି ଜଣକ ରାଗିଯାଇଥିଲେ। ସେ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ ଯାହାପରେ ଏହି ଝଗଡା ଆରମ୍ଭ ହୋଇଥିଲା ବୋଲି ପୁଲିସ କହିଛି। ସିକ୍ୟୁରିଟି ଗାର୍ଡଙ୍କ ଅଭିଯୋଗ ଆଧାରରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe