Advertisment

ଶୁଣାଣି ପୂର୍ବରୁ କୋର୍ଟ ପରିସରରେ ବ୍ୟାପକ ଛାଉଣି, ଜଗିଛନ୍ତି ୨୦୦୦ ଯବାନ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲା ଶଣାଣି ଯୋଗ୍ୟ ନା ନାହିଁ, ସେ ନେଇ ଆଉ କିଛି ସମୟ ମଧ୍ୟରେ ଶୁଣାଣି ହେବ। ଆଜି ବାରଣାସୀ ଜିଲ୍ଲା ଜଜ୍‌ ଏହି ମାମଲାର ରାୟ ଶୁଣାଇବେ। ତେବେ ପୂର୍ବରୁ କୋର୍ଟର ସୁରକ୍ଷା ବଢ଼ାଇ ଦିଆଯାଇଛି। କୋର୍ଟ ପରିସରରେ ବ୍ୟାପକ ପୁଲିସ ଛାଉଣି ହୋଇଛି। ୨୫୦ ପୁଲିସ କର୍ମୀ ମୁତୟନ କରାଯାଇଛି। ପୂରା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏସ୍‌ପି ସନ୍ତୋଷ କୁମାର ସିଂହଙ୍କ ସୂଚନା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶୁଣାଣି ପୂର୍ବରୁ କୋର୍ଟ ପରିସରରେ ବ୍ୟାପକ ଛାଉଣି, ଜଗିଛନ୍ତି ୨୦୦୦ ଯବାନ

Security tightened

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲା ଶଣାଣି ଯୋଗ୍ୟ ନା ନାହିଁ, ସେ ନେଇ ଆଉ କିଛି ସମୟ ମଧ୍ୟରେ ଶୁଣାଣି ହେବ। ଆଜି ବାରଣାସୀ ଜିଲ୍ଲା ଜଜ୍‌ ଏହି ମାମଲାର ରାୟ ଶୁଣାଇବେ। ତେବେ ପୂର୍ବରୁ କୋର୍ଟର ସୁରକ୍ଷା ବଢ଼ାଇ ଦିଆଯାଇଛି। କୋର୍ଟ ପରିସରରେ ବ୍ୟାପକ ପୁଲିସ ଛାଉଣି ହୋଇଛି। ୨୫୦ ପୁଲିସ କର୍ମୀ ମୁତୟନ କରାଯାଇଛି। ପୂରା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

Advertisment

ଏସ୍‌ପି ସନ୍ତୋଷ କୁମାର ସିଂହଙ୍କ ସୂଚନା ମୁତାବକ, ସମଗ୍ର ବାରଣାସୀକୁ ୨୦୦୦ରୁ ଅଧିକ ଯବାନ ଜଗି ରହିଛନ୍ତି। ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସମସ୍ତ ଉଚିତ ପଦକ୍ଷେପ ନିଆଯାଇଛି। ପୂରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ସେପଟେ ଜ୍ଞାନବ୍ୟାପୀ ମସଜିଦକୁ ନେଇ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌର ପ୍ରତି ଗଳି କନ୍ଦିରୁ ଆରମ୍ଭ କରି ରାଜରାସ୍ତା ଯାଏଁ ପୁଲିସ କମିଶନର ଖୋଦ ମାର୍ଚ୍ଚ କରିଛନ୍ତି। ସେ ଘର ଘର ବୁଲି ଲୋକଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଏଥିସହ ପୁରୁଣା ଲକ୍ଷ୍ନୌରେ ମଧ୍ୟ ଡ୍ରୋନ ସାହାଯ୍ୟରେ ତୀକ୍ଷ୍ଣ ନଜର ରଖାଯାଇଛି।

Advertisment

https://twitter.com/ANINewsUP/status/1569189976369434624?s=20&t=8s_qNSsgwaqL8WPA0nVtHw

ଜ୍ଞାନବ୍ୟାପୀ ପରିସରରେ ଥିବା ମା' ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଓ ପୂଜନ ଦାବିକୁ ନେଇ ବାରଣାସୀ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଯୋଗ୍ୟ ନା ନାହିଁ ଏହା ଉପରେ ହିନ୍ଦି ଓ ମୁସଲିମ ପକ୍ଷରର ବିତର୍କ ଶେଷ ହୋଇସାରିଛି। ବାରଣାସୀ ଜିଲ୍ଲା ଜଜ୍‌ ଅଜୟ କ୍ୟଷ୍ଣ ଅଗଷ୍ଟ ୨୪ ତାରିଖରେ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ। ସେପ୍ଟେମ୍ବର ୧୨ ତାରିଖରେ ରାୟ ଶୁଣାଇବାକୁ ଘୋଷଣା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ' ୨୩ ତାରିଖରୁ ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଯୋଗ୍ୟ ନା ନାହିଁ ସେ ନେଇ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଛି।

ଏହାପୂର୍ବରୁ ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା  ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି  ସେପରି ପୂଜାର୍ଚ୍ଚନା କରିବା ପାଇଁ ଆବେଦନକାରୀ ମହିଳାମାନେ ଦାବି କରିଥିଲେ। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ  ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଗତ ବର୍ଷ ଏକ ଆବେଦନ କରାଯାଇଥିଲା। ଗତ ବର୍ଷ ମେ’ ମାସରେ  ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ୍ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ।  ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।