Advertisment

ବିଲକିସ ବାନୋଙ୍କ ଦୋଷୀଙ୍କୁ ଜେଲ ପଠାଯାଉ, ମୋଦିଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମହିଳା କମିଶନର

ନୂଆଦିଲ୍ଲୀ: ବିଲକିସ ବାନୋଙ୍କ ଦୋଷୀଙ୍କୁ ଜେଲ ପଠାଯାଉ। ଗୁରୁମିତ ରାମ ରହିମଙ୍କୁ ପୁଣି ଜେଲ  ପଠାଯାଉ। ସେତିକି ନୁହଁ ଦେଶରେ ଥିବା ଦୋଷୀଙ୍କ କ୍ଷମାନୀତି ଓ ପାରୋଲ ଆଇନକୁ ଅଧିକ କଠୋର କରାଯାଉ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଚିଠି ଲେଖିଛନ୍ତି। ଏ ବିଷୟରେ ସେ ଏକ ଛୋଟ ଭିଡିଓ କରି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ବିଲକିସ୍‌ ବାନୋଙ୍କ ମାମଲାରେ  ଦୋଷୀମାନଙ୍କୁ […]

ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର

Bilkis-Bano

Advertisment

ନୂଆଦିଲ୍ଲୀ: ବିଲକିସ ବାନୋଙ୍କ ଦୋଷୀଙ୍କୁ ଜେଲ ପଠାଯାଉ। ଗୁରୁମିତ ରାମ ରହିମଙ୍କୁ ପୁଣି ଜେଲ  ପଠାଯାଉ। ସେତିକି ନୁହଁ ଦେଶରେ ଥିବା ଦୋଷୀଙ୍କ କ୍ଷମାନୀତି ଓ ପାରୋଲ ଆଇନକୁ ଅଧିକ କଠୋର କରାଯାଉ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଚିଠି ଲେଖିଛନ୍ତି। ଏ ବିଷୟରେ ସେ ଏକ ଛୋଟ ଭିଡିଓ କରି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ବିଲକିସ୍‌ ବାନୋଙ୍କ ମାମଲାରେ  ଦୋଷୀମାନଙ୍କୁ ଗୁଜରାଟ ସରକାର କେମିତି ଛାଡ଼ି ଦେଲେ ଆମେ ଦେଖିଛୁ।  ସେମାନେ ଭୋଗୁଥିବା ଦଣ୍ଡ ପୂରଣ ହୋଇ ନାହିଁ। ତଥାପି ସେମାନଙ୍କୁ ଜେଲରୁ ବାହାର କରି ଦିଆଗଲା।  ବିଲକିସ୍ ବାନୋ ୨୧ ବର୍ଷରେ ଥିଲା ବେଳେ ତାଙ୍କ ସହ ଗଣ ଦୁଷ୍କର୍ମ କରାଗଲା। ସେ ୫ ମାସର ଗର୍ଭବତୀ ଥିଲେ। ତଥାପି  ତାଙ୍କ ସହ ପାଶବିକ ଅତ୍ୟାଚାର କରାଗଲା।  ଆଉ ତାଙ୍କ ଆଖି ଆଗରେ ୭ ଜଣଙ୍କୁ ମାରି ଦିଆଗଲା। ଏମିତି ଜଘନ୍ୟ ଅପରାଧୀଙ୍କୁ ଗୁଜରାଟ ସରକାର ମୁକୁଳାଇ ଦେଇଛିନ୍ତି। ସେମାନଙ୍କ ଆଜୀବନ କାରାଦଣ୍ଡ ପୂରଣ ହୋଇ ନଥିଲା ବେଳେ ଗୁଜରାଟ ସରକାରଙ୍କ ଦୋଷୀଙ୍କ ପ୍ରତି କୋହଳମନୋଭାବ ଅତ୍ୟନ୍ତ ନିନ୍ଦନୀୟ। ନିକଟରେ ହରିୟାଣା ସରକାର ଗୁରମିତ ରାମ ରହିମଙ୍କ ପ୍ରତି ସେମିତି କୋହଳ ମନୋଭାବ ପୋଷଣ କରିଛନ୍ତି ।

Advertisment

ରାମ ରହିମ ହେଉଛନ୍ତି ଜଣେ ଦୁଷ୍କର୍ମ ଦୋଷୀ।  ତାଙ୍କ ନାମରେ ଏକାଧିକ ସଙ୍ଗୀନ ଅଭିଯୋଗ ରହିଛି। ଏହା ସତ୍ତ୍ୱେ ହରିୟାଣା ସରକାର ତାଙ୍କର ବାରମ୍ବାର ପାରୋଲ ମଞ୍ଜୁର କରୁଛନ୍ତି। ଏବେ ସେ ଜେଲରୁ ପାରୋଲରେ ଆସି ପ୍ରବଚନ ଦେଉଛନ୍ତି।  ହରିୟାଣା ମନ୍ତ୍ରୀ, ହିମାଚଳପ୍ରଦେଶ ମନ୍ତ୍ରୀ, ହରିୟାଣାର ମେୟର ତାଙ୍କ ପାଖରେ ନତମସ୍ତକ ହେଉଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।  ମୁଁ ଚାହୁଁଛି ଦେଶରେ ଏମିତି ଶକ୍ତ ଆଇନ ତିଆରି ହେଉ।  ଯଦି କେହି ଦୁଷ୍କର୍ମ କରେ, ଯଦି କେହି  ଅତି ନିର୍ମମ କାରନାମା କରେ , ପୁଣି ତାଙ୍କୁ ଯଦି ଆଜୀବନ କାରାଦଣ୍ଡ ମିଳେ ଏହା ପରେ ସେ ଯେମତି ଜେଲରୁ ନବାହାରନ୍ତି।
https://twitter.com/SwatiJaiHind/status/1586272865875537920?s=20&t=PkPCVlU5STKrnXxF5qhmpw

ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି।  ଆମ ଦେଶରେ ଯେଉଁ କ୍ଷମା ନୀତି ରହିଛି କିମ୍ବା ପାରୋଲ ପଲିସି ରହିଛି ସେଥିରେ କୋହଳ ବ୍ୟବସ୍ଥାକୁ ହଟାଇ ଦିଆଯାଉ । ଏହାକୁ ଆହୁରି ସଶକ୍ତ କରାଯାଉ । ଏଥି ପାଇଁ ସଂସଦରେ ସାଶୋଧିତ ଆଇନ ଆସୁ।  ଯେତେ ଦିନ ପର୍ଯ୍ୟନ୍ତ ଗୁରୁମିତ ରାମ ରହିମ ଓ ବିଲକିସ ବାନୋ ଦୋଷୀ ଜେଲରେ ନରହି ବାହାରେ ବୁଲିବେ, ଦେଶରେ ଯେତେ ନିର୍ଭୟା ଅଛନ୍ତି ସେମାନଙ୍କ ମନୋବଳ କମ ହେବ।  ଆଉ ଯେତ ରେପିଷ୍ଟ ଅଛନ୍ତି ସେମାନଙ୍କ ମନୋବଳ ବଢ଼ୁଛି।  ପ୍ରଧାନମନ୍ତ୍ରୀ ତୁରନ୍ତ ଏହି ମାମାଲାରେ ହସ୍ତକ୍ଷେପ କରନ୍ତୁ। ବିଲକିସ ବାନୋଙ୍କ ଦୋଷୀଙ୍କୁ ଜେଲ ପଠାଯାଉ। ଗୁରୁମିତ ରାମ ରହିମିଙ୍କୁ ପୁଣି ଜେଲ ପଠାଯାଉ।  ଦେଶରେ ପାରୋଲ ଏବଂ କ୍ଷମାନୀତିରେ କଠୋର ଆଇନ ହେଉ ଯେମିତି ବିଲକିସ ଦୁଷ୍କର୍ମ ଅଭିଯୁକ୍ତ ଓ ରାମ ରହିମ ଜେଲରୁ ମୁକୁଳି ନପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe