Advertisment

ଦୁଷ୍କର୍ମ ମାମଲାରେ ଫସିଥିବା ବରିଷ୍ଠ ଆଇଏଏସ ନିଲମ୍ବିତ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜିତେନ୍ଦ୍ର ନାରାଇନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫସିଥିଲେ। ଏଥିପାଇଁ କେନ୍ଦ୍ର ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ଜଣେ ୨୧ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ଶାସନ ଭାବେ କାମ କରୁଥିବା ବେଳେ ଆଇଏଏସ ଜିତେନ୍ଦ୍ର ଓ ଆଉ ଜଣେ ବ୍ୟୁରୋକ୍ରାଟ ଆରଏଲ ଋଷି ତାଙ୍କୁ ଗଣଦୁଷ୍କର୍ମ […]

ଦୁଷ୍କର୍ମ ମାମଲାରେ ଫସିଥିବା ବରିଷ୍ଠ ଆଇଏଏସ ନିଲମ୍ବିତ

IAS

Advertisment

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜିତେନ୍ଦ୍ର ନାରାଇନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫସିଥିଲେ। ଏଥିପାଇଁ କେନ୍ଦ୍ର ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି।

Advertisment

ଜଣେ ୨୧ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ଶାସନ ଭାବେ କାମ କରୁଥିବା ବେଳେ ଆଇଏଏସ ଜିତେନ୍ଦ୍ର ଓ ଆଉ ଜଣେ ବ୍ୟୁରୋକ୍ରାଟ ଆରଏଲ ଋଷି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅକ୍ଟୋବର ୧୬ରେ ଗୋଟିଏ ରିପୋର୍ଟ ପାଇଥିଲା।

ଏହି ରିପୋର୍ଟରେ ଏଜିଏମୟୁଟି ୧୯୯୦ ବ୍ୟାଚର ଆଇଏଏସ ଜିତେନ୍ଦ୍ରଙ୍କ ବିରୋଧରେ ସାଂଘାତିକ ତଥ୍ୟ ରହିଛି। ସେ ନିଜ ପଦପଦବୀର ଭରପୂର ଅପବ୍ୟବହାର କରିଥିବା ଯଥେଷ୍ଟ ସମ୍ଭାବନା ଥିବା ରିପୋର୍ଟରେ କୁହାଯାଇଛି। ତେଣୁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଉଛି। ଏଥିସହ ତାଙ୍କୁ ତତ୍କାଳ ଭାବେ ନିଲମ୍ବିତ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Advertisment

ଚଳିତ ମାସ ପ୍ରାରମ୍ଭରେ ପୁଲିସ୍‌ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିଲା। ମହିଳା ଜଣଙ୍କ କହିଥିଲେ ଯେ ତାଙ୍କୁ ଚଳିତ ବର୍ଷ ଏପ୍ରିଲ ଓ ମେ’ ମାସରେ ଦୁଇଥର ଗଣଦୁଷ୍କର୍ମ କରାଯାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ରହୁଥିବା ବାସଭବନ ଓ ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ସଂରକ୍ଷିତ ରଖିବାକୁ ମହିଳା ଜଣଙ୍କ ଦାବି କରିଥିଲେ।

ମହିଳା ଜଣଙ୍କ କହିଛନ୍ତି ଯେ ସେ ଚାକିରି ଖୋଜୁ ଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଆରଏଲ ଯୋଶୀଙ୍କ ସହ ଭେଟ କରାଇଥିଲେ। ଏହାପରେ ଯୋଶୀ ତାଙ୍କୁ ଜିତେନ୍ଦ୍ରଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଜିତେନ୍ଦ୍ର ଓ ଯୋଶୀ ମଦ ପିଇବାକୁ ଦେଇଥିଲେ। ତେବେ ସେ ଏହାକୁ ଗ୍ରହଣ କରି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ସରକାରୀ ଚାକିରି ମିଳିବାର ପ୍ରତିଶ୍ରୁତି ଦେଇ ଜିତେନ୍ଦ୍ର ଓ ଯୋଶୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ଆଣ୍ଡାମାନ ପୁଲିସ୍‌ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲା। ସେହିପରି ଜିତେନ୍ଦ୍ରଙ୍କୁ ଦିଲ୍ଲୀ ଅର୍ଥ ନିଗମର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା। ଏବେ ରିପୋର୍ଟ ମିଳିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe