Advertisment

ମହିଳା ଡାକ୍ତର ଆତ୍ମହତ୍ୟା ମାମଲା, ହଟିଲେ ଏସପି

ଜୟପୁର:ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୁଧବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍‌  ଜଣେ ପୁଲିସ ଅଧିକାରୀଙ୍କୁ ହଟାବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ଜଣେ ଷ୍ଟେସନ ହାଉସ୍‌ ଅଫିସରଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ପୁଲିସ କାର୍ଯ୍ୟାନୁଷ୍ଠାନରେ ଅପମାମନିତ  ଓ ହତୋତ୍ସାହିତ ହୋଇ ଅର୍ଚ୍ଚନା ଶର୍ମା ନାମକ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ। ମେଡିକାଲାରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସାଧୀନ […]

author-image
Tapas Behera
ଅଦ୍ୟତନ ହୋଇଛି
ମହିଳା ଡାକ୍ତର ଆତ୍ମହତ୍ୟା ମାମଲା, ହଟିଲେ ଏସପି

doctor

ଜୟପୁର:ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୁଧବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍‌  ଜଣେ ପୁଲିସ ଅଧିକାରୀଙ୍କୁ ହଟାବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ଜଣେ ଷ୍ଟେସନ ହାଉସ୍‌ ଅଫିସରଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ପୁଲିସ କାର୍ଯ୍ୟାନୁଷ୍ଠାନରେ ଅପମାମନିତ  ଓ ହତୋତ୍ସାହିତ ହୋଇ ଅର୍ଚ୍ଚନା ଶର୍ମା ନାମକ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ। ମେଡିକାଲାରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାରୁ ଅର୍ଚ୍ଚନାଙ୍କୁ ଦାୟୀ କରି ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଥିଲା ପୁଲିସ। ଅର୍ଚ୍ଚନାଙ୍କ ବିରୋଧରେ ଆପିସି ଧାରା ଅନୁଯାୟୀ ୩୦୨(ହତ୍ୟା) ମାମଲା ରୁଜୁ କରିଥିଲା ପୁଲିସ। ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ହେବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍‌ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ଘଟଣାରେ ଦୌସା ଏସପି ଅନିଲ କୁମାରଙ୍କୁ ବଦଳି ଏବଂ ଷ୍ଟେସନ ହାଉସ୍ ଅଫିସର ଅଙ୍କେଶ କୁମାରଙ୍କୁ ନିଲମ୍ବିତ କରାଯାଇଛି ।  ଜୟପୁରର ଡିଭିଜନାଲା କମିଶନର ଦିନେଶ କୁମାର ଯାଦବଙ୍କୁ ପ୍ରଶାସନକି ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ବୁଧବାର ନିଜ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ପରେ ଏ ସମ୍ପକର୍ତି କଠୋର ପଦକ୍ଷେପ ଗ୍ରହଣ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି।  ଏଥିସହ ଏମିତି ଘଟଣାକୁ ରୋକିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ସେନେଇ ମୁଖ୍ରମନ୍ତ୍ରୀ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟି ଆସୁ ସମାଧାନର ପ୍ରସ୍ତାବମାନ ଦେବ। ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଅର୍ଚ୍ଚନା ତାଙ୍କ ସ୍ୱାମୀଙ୍କ ସହ ମିଶି ରାଜସ୍ଥାନରେ ଗୋଟିଏ ଘରୋଇ ହସ୍ପିଟାଲ ଚଳାଉଥିଲେ। ମଙ୍ଗଳବାର ଜଣେ ମହିଳା ଏଠାରେ ଶିଶୁକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାର ଲୋକ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ।

ଶବବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ଅଧିକ ରକ୍ତଶ୍ରାବ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ତଥାପି ମହିଳାଙ୍କ ପରିବାର ଲୋକ ହସ୍ପିଟାଲ ସାମ୍ନାରେ ବିକ୍ଷୋଭ କରିବା ସହ ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଥିଲେ। ପୁଲିସ୍‌ ମଧ୍ୟ ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

Advertisment

ଶେଷରେ ସେ ଜୀବନ ହାରି ଦେଇଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ଲେଖିଥିବା ସୁଇସାଇଡ ନୋଟ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସେ ଲେଖିଛନ୍ତି ଯେ “ରୋଗୀ(ମହିଳା)ଙ୍କ ଜୀବନ ରକ୍ଷା କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଇଥିଲା। ହେଲେ ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଦୟାକରି ନୀରିହ ଡାକ୍ତରଙ୍କୁ ହରାଇରାଣ କରିବା ବନ୍ଦ କରନ୍ତୁ। ମୋ ମୃତ୍ୟୁ ହିଁ ମୋତେ ନିର୍ଦ୍ଦୋଷ ପ୍ରମାଣ କରିବ। ମୋ ମୃତ୍ୟୁ ପରେ ମୋ ସ୍ୱାମୀ ଓ ୨ ପିଲାଙ୍କୁ ପ୍ରଶାସନ ଆଦୌ ହଇରାଣ କରିବ ନାହିଁ ବୋଲି ମୋର ଆଶା।”

ଡା ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ସୁନୀଲ ଉପାଧ୍ୟାୟ କହିଛନ୍ତି ଯେ “ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ସେମାନେ କେମିତି ଅର୍ଚ୍ଚନାଙ୍କ ବିରୋଧରେ ୩୦୨ ଦଫାରେ ମାମଲା କଲେ ବୋଲି ସେ ପ୍ରଶ୍ନ କରିଥିଲେ।

Suicide Corrupt Police