ଭାରତରେ ଟିକାକରଣକୁ ନେଇ ବଡ଼ ମନ୍ତବ୍ୟ ଦେଲେ ପୁନାୱାଲା

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ସାରା ବିଶ୍ୱର ଲୋକଙ୍କର ଟେନସନ୍ ବଢ଼ାଇ ଦେଇଛି । ଭାରତ ମଧ୍ୟ କରୋନାର କରାଳ ରୂପର ସାମ୍ନା କରୁଛି । ଏଭଳି ସ୍ଥିତିରେ ଭାରତରେ ଭ୍ୟାକସିନର ଅଭାବ ଦେଖା ଦେଇଛି। ଏହାକୁ ନେଇ ସୀରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ବଡ଼ ମନ୍ତବ୍ୟ ଦେଇଛନ୍ତି । ପୁନାୱାଲା କହିଛନ୍ତି, ଭାରତ ଦୁନିଆର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶରେ ଟିକାକରଣ ଅଭିଯାନ ୨-୩ ମାସ […]

adar-poonawalla

adar-poonawalla

Ranjit Kumar Jena
  • Published: Tuesday, 18 May 2021
  • Updated: 18 May 2021, 09:31 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ସାରା ବିଶ୍ୱର ଲୋକଙ୍କର ଟେନସନ୍ ବଢ଼ାଇ ଦେଇଛି । ଭାରତ ମଧ୍ୟ କରୋନାର କରାଳ ରୂପର ସାମ୍ନା କରୁଛି । ଏଭଳି ସ୍ଥିତିରେ ଭାରତରେ ଭ୍ୟାକସିନର ଅଭାବ ଦେଖା ଦେଇଛି। ଏହାକୁ ନେଇ ସୀରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ବଡ଼ ମନ୍ତବ୍ୟ ଦେଇଛନ୍ତି । ପୁନାୱାଲା କହିଛନ୍ତି, ଭାରତ ଦୁନିଆର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶରେ ଟିକାକରଣ ଅଭିଯାନ ୨-୩ ମାସ ଭିତରେ ପୂରଣ ହୋଇପାରିବ ନାହିଁ ବୋଲି ପୁନାୱାଲା କହିଛନ୍ତି ।

ପୁନାୱାଲା କହିଛନ୍ତି, ଭାରତରେ ଟିକାକରଣ ଅଭିଯାନକୁ ନେଇ ଅନେକ ଚ୍ୟାଲେଞ୍ଜ ରହିଛି । ତେଣୁ ଏତେ ଶୀଘ୍ର ଦେଶରେ ଟିକାକରଣ ହୋଇପାରିବ ନାହିଁ। ସେହିପରି ସାରା ବିଶ୍ୱକୁ ଟିକାକରଣ ପାଇଁ ୨ରୁ ୩ ବର୍ଷ ସମୟ ଲାଗିବ । ସର୍ବପ୍ରଥମେ ଜାନୁଆରୀ, ୨୦୨୧ରେ ଆମ ପାଖରେ ବଡ଼ ସଂଖ୍ୟାରେ ଟିକାର ଷ୍ଟକ୍ ଥିଲା । ଆମର ଟିକାକରଣ ଅଭିଯାନ ସଫଳତାପୂର୍ବକ ଆରମ୍ଭ ହୋଇଥିଲା ଏବଂ ଦୈନିକ ମାମଲାର ସଂଖ୍ୟା ସବୁଠାରୁ ନିମ୍ନସ୍ତରରେ ଥିଲା । ସେହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ଅଧିକାଂଶ ଲୋକ କହିଥିଲେ ଯେ ଭାରତ ମହାମାରୀ ଆଡ଼କୁ ଗତି କରୁଛି ।

https://twitter.com/ANI/status/1394644076004212737?s=20

ପୁନାୱାଲା କହିଛନ୍ତି, ଦୁନିଆର ଅନ୍ୟ କିଛି ଦେଶ ଗଭୀର ସଙ୍କଟର ସାମ୍ନା କରୁଥିଲେ ଏବଂ ସେହି ସମୟରେ ସେମାନଙ୍କୁ ସହାୟତାର ଆବଶ୍ୟକ ଥିଲା। ଆମ ସରକାର ଯଥାସମ୍ଭବ ସମର୍ଥନ କରିଛି । ଆଜି ଭାରତ ଅନ୍ୟ ଦେଶରୁ ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଆମଦାନୀ କରୁଛି । କେଉଁଠି ନା କେଉଁଠି ଟିକା ରପ୍ତାନୀ ହିଁ ଏହାର କାରଣ ବୋଲି ପୁନାୱାଲା କହିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଭାରତରେ ଦୈନିକ ୪ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଛନ୍ତି । ଏହି କାରଣରୁ ଦେଶରେ ଏବେ ଟିକାର ଚାହିଦା ବଢ଼ିବାରେ ଲାଗିଛି । କିଛି ରାଜ୍ୟ ସରକାର ମଧ୍ୟ ଭ୍ୟାକସିନର ଅଭାବକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos