ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ସଦସ୍ୟ

ଲୁଧିଆନା: ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ। ନିଆଁରେ ପୋଡ଼ି ହୋଇ ସମସ୍ତ ୭ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବଡ଼ଧରଣ ଅଗ୍ନିକାଣ୍ଡ ଘଟି ସବୁ କିଛି ଛାରଖାର ହୋଇଯାଇଛି। ବୁଧବାର ସକାଳେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ  ଅଛନ୍ତି।  ପୂର୍ବ ଲୁଧିଆନାର ଏସିପି ସୁରିନ୍ଦର ସିଂହ କହିଛନ୍ତି ଯେ , ମୃତକମାନେ ହେଉଛନ୍ତି ପ୍ରବାସୀ […]

fire-broke-out

fire-broke-out

Tapas Behera
  • Published: Wednesday, 20 April 2022
  • Updated: 20 April 2022, 10:21 AM IST

Sports

Latest News

ଲୁଧିଆନା: ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ। ନିଆଁରେ ପୋଡ଼ି ହୋଇ ସମସ୍ତ ୭ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବଡ଼ଧରଣ ଅଗ୍ନିକାଣ୍ଡ ଘଟି ସବୁ କିଛି ଛାରଖାର ହୋଇଯାଇଛି। ବୁଧବାର ସକାଳେ ଏହି ଘଟଣା ଘଟିଛି।

ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ  ଅଛନ୍ତି।  ପୂର୍ବ ଲୁଧିଆନାର ଏସିପି ସୁରିନ୍ଦର ସିଂହ କହିଛନ୍ତି ଯେ , ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। ସେମାନେ ଟିବା ରୋଡ଼ ନିକଟସ୍ଥ ମ୍ୟୁନ୍ସିପାଲଟିର ବର୍ଯ୍ୟବସ୍ତୁର ଡମ୍ପିୟାର୍ଡ଼ ନିଟକରେ କୁଡ଼ିଆରେ ରହୁଥିଲେ। ତେବେ ଅଗ୍ନିକାଣ୍ଡ ଯୋଗୁ ସବୁ ଜଳିଯାଇଛି। ଟିବା ପୁଲିସ ଅଧିକାରୀ ମୃତକମାନଙ୍କୁ ଚିହ୍ନଟ କରିଛନ୍ତି । ଏମାନେ ହେଉଛନ୍ତି ଗୋଟିଏ ପରିବାରର ବାପା ମା’ ସହ ୫ ଜଣ ପିଲା। ମୃତକମାନଙ୍କର ନାଁ ଜଣାପଡ଼ି ନାହିଁ। ସେହିପରି କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos