fire-broke-out
ଲୁଧିଆନା: ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ। ନିଆଁରେ ପୋଡ଼ି ହୋଇ ସମସ୍ତ ୭ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବଡ଼ଧରଣ ଅଗ୍ନିକାଣ୍ଡ ଘଟି ସବୁ କିଛି ଛାରଖାର ହୋଇଯାଇଛି। ବୁଧବାର ସକାଳେ ଏହି ଘଟଣା ଘଟିଛି।
ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ପୂର୍ବ ଲୁଧିଆନାର ଏସିପି ସୁରିନ୍ଦର ସିଂହ କହିଛନ୍ତି ଯେ , ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। ସେମାନେ ଟିବା ରୋଡ଼ ନିକଟସ୍ଥ ମ୍ୟୁନ୍ସିପାଲଟିର ବର୍ଯ୍ୟବସ୍ତୁର ଡମ୍ପିୟାର୍ଡ଼ ନିଟକରେ କୁଡ଼ିଆରେ ରହୁଥିଲେ। ତେବେ ଅଗ୍ନିକାଣ୍ଡ ଯୋଗୁ ସବୁ ଜଳିଯାଇଛି। ଟିବା ପୁଲିସ ଅଧିକାରୀ ମୃତକମାନଙ୍କୁ ଚିହ୍ନଟ କରିଛନ୍ତି । ଏମାନେ ହେଉଛନ୍ତି ଗୋଟିଏ ପରିବାରର ବାପା ମା’ ସହ ୫ ଜଣ ପିଲା। ମୃତକମାନଙ୍କର ନାଁ ଜଣାପଡ଼ି ନାହିଁ। ସେହିପରି କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/fire-broke-out.jpg)