Advertisment

୭ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ

କୋଲକାତା: ୭ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ। ତ୍ରୁଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏହି ୭ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା କୁହାଯାଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପଶ୍ଚିମବଙ୍ଗର ବୀରଭୂମିରେ। ସୂଚନା ମୁତାବକ, ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ବାହାର ପଟୁ କବାଟ ଦେଇ ୫ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୁହାଯାଉଛି ଯେ, ରାମପୁରହାଟରେ ଟିଏମ୍‌ସି ଉପପ୍ରଧାନଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
୭ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ

people-burnt

କୋଲକାତା: ୭ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ। ତ୍ରୁଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏହି ୭ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା କୁହାଯାଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପଶ୍ଚିମବଙ୍ଗର ବୀରଭୂମିରେ।

Advertisment

ସୂଚନା ମୁତାବକ, ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ବାହାର ପଟୁ କବାଟ ଦେଇ ୫ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୁହାଯାଉଛି ଯେ, ରାମପୁରହାଟରେ ଟିଏମ୍‌ସି ଉପପ୍ରଧାନଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଏଭଳି ବିଭତ୍ସକାଣ୍ଡ ଘଟାଯାଇଛି।

ଏହି ଘଟଣା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। କେବଳ ସେତିକି ନୁହେଁ ଡିଏମ୍‌ ସମେତ ବୀରଭୂମିର ବଡ ବଡ ଅଫିସରମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ପୂରା ମାମଲା ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଏ ଓ କେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ କିଛି ସୂଚନା ମିଳିନାହିଁ।

Advertisment

ସୂଚନା ମୁତାବକ, ରାମପୁରହାଟରେ ସୋମବାର ଦିନ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ସୋମବାର ରାତିରେ ବୋମାମାଡ କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଘଟାଯାଇଥିବା କୁହାଯାଉଛି।

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ଲଗାତାର ବଢ଼ିବାରେ ଲାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିସାରିଛି।

बीरभूम के रामपुरहाट में लोगों के घरों को चुन-चुनकर निशाना बनाया गया.