Yaas
କୋଲକାତା: ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ୟାସ ଭୀଷଣ ରୂପ ଧାରଣ କରି ଓଡ଼ିଶାର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଭଦ୍ରକର ଧାମନଗର ପୋର୍ଟ ନିକଟରେ ଏହା ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ କରିବ। ଏହାପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଲି।
ବିଶେଷ କରି ଉତ୍ତର ଓଡ଼ିଶାରେ ଏହା ଅଧିକ ପ୍ରଭାବ ରହିଛି। ତେବେ ପଡ଼ୋଶୀ ପଶ୍ଚିମବଙ୍ଗରେ ମଧ୍ୟ ବାତ୍ୟା ୟାସର ପଦଧ୍ୱନୀ ଦେଖିବାକୁ ମିଳିଛି। ବାତ୍ୟାକୁ ଦେଖି ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରାୟ ୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଯାଇ ସାରିଲାଣି। ବାତ୍ୟାର ପ୍ରଭାବ ଆଜି ସନ୍ଧ୍ୟାରେ ଉତ୍ତର ୨୪ ପ୍ରଗଣାର ନୈହତି ଓ ହଲିସହରରେ ଦେଖିବାକୁ ମିଳିଛି। ଏଠାରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମଚି ରହିଛି।
ବାତ୍ୟା ୟାସ୍ ସମ୍ବନ୍ଧୀୟ ଲାଇଭ୍ ଅପଡେଟ୍ ପାଇଁ କ୍ଲିକ କରନ୍ତୁ
ଏହାର ପ୍ରଭାବରେ ଏକାଧିକ କଚ୍ଚା ଘର ଭାଙ୍ଗି ଯାଇଛି। ସେହିପରି ଗଛ ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ଖୁଣ୍ଟ ଭାଙ୍ଗିଯିବାରୁ ବିଭିନ୍ନ ସ୍ଥାନରେ ବିଜୁଳି ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାସ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/Yaas.jpg)