Advertisment

ଭିଏନାରେ ମୁମ୍ବାଇ ଆକ୍ରମଣର ପୁନରାବୃତ୍ତି: ସିସିଟିଭିରେ ଆତଙ୍କୀର ନରସଂହାରର ଚିତ୍ର

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀଙ୍କ ଭୟାଭୟ କାଣ୍ଡ। ୨୦୦୮ ମସିହାରେ ମୁମ୍ବାଇ ଆତଙ୍କୀ ଆକ୍ରମଣ ଭଳି ଆଉ ଏକ ଚିତ୍ର ଭିଏନାରେ ଦେଖିବାକୁ ମିଳିଛି। ସଶସ୍ତ୍ର ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ମନଇଚ୍ଛା ଗୁଳି ବର୍ଷା କରିଛନ୍ତି। ଚାରିଆଡ଼େ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ବହୁମୂଲ୍ୟ ଜୀବନ ଚାଲିଯାଇଛି। ଅନ୍ୟପଟେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। […]

ଅଦ୍ୟତନ ହୋଇଛି
ଭିଏନାରେ ମୁମ୍ବାଇ ଆକ୍ରମଣର ପୁନରାବୃତ୍ତି: ସିସିଟିଭିରେ ଆତଙ୍କୀର ନରସଂହାରର ଚିତ୍ର

viena attack

Advertisment

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀଙ୍କ ଭୟାଭୟ କାଣ୍ଡ। ୨୦୦୮ ମସିହାରେ ମୁମ୍ବାଇ ଆତଙ୍କୀ ଆକ୍ରମଣ ଭଳି ଆଉ ଏକ ଚିତ୍ର ଭିଏନାରେ ଦେଖିବାକୁ ମିଳିଛି। ସଶସ୍ତ୍ର ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ମନଇଚ୍ଛା ଗୁଳି ବର୍ଷା କରିଛନ୍ତି। ଚାରିଆଡ଼େ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ବହୁମୂଲ୍ୟ ଜୀବନ ଚାଲିଯାଇଛି। ଅନ୍ୟପଟେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ତେବେ ସୁରକ୍ଷାବଳଙ୍କ ଆଟାକରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।

Advertisment

Vienna-At

ମଧ୍ୟ ଭିଏନାରେ ଏହି ଆକ୍ରମଣ ହୋଇଛି। ସିସିଟିଭି ଫୁଟେଜରେ ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଆତଙ୍କବାଦୀ ଜଣକ ରାସ୍ତା ଉପରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଥିବା ଦେଖାଯାଇଛି। ଅଷ୍ଟ୍ରିଆନ୍ ଚାନସିଲର ସେବାଷ୍ଟିଆନ୍ କୁର୍ଜ ଏହି ଆକ୍ରମଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଚ ସୂଚନା ଦେଇଛନ୍ତି।

विएना में आतंकी हमला

ଅନ୍ୟପଟେ ସହରର ମଧ୍ୟଭାଗରେ ଏକ ପୂଜାସ୍ଥଳ ନିକଟରେ ସର୍ବପ୍ରଥମେ ଗୁଳିଚାଳନା ହୋଇଥିଲା। ଏହା ପରେ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିଲା। ପୁଲିସ ଅନେକ ସଶସ୍ତ୍ର ସନ୍ଦିଗ୍ଧଙ୍କୁ ଦେଖିଥିବା ସୋମବାର ରାତିରେ ସୂଚନା ଦେଇଛି।

Advertisment

Vienna-Pol

ସୂଚନାଯୋଗ୍ୟ, ଅଷ୍ଟ୍ରିଆରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ପୁଣି ଲାଗୁ କରାଯିବାର କିଛି ଘଣ୍ଟା ପୂର୍ବରୁ ହିଁ ଏହି ଆକ୍ରମଣ ହୋଇଛି। ଯେଉଁ ସମୟରେ ଏହି ଆକ୍ରମଣ ହୋଇଛି, ସେତେବେଳେ ଲୋକମାନେ ବାର୍, ରେସ୍ତୋରାଁ ଓ ହୋଟେଲରେ ଲକଡାଉନ୍ ପୂର୍ବରୁ କଟକଣା ମୁକ୍ତ ସମୟକୁ ଉପଭୋଗ କରୁଥିଲେ। ଆକ୍ରମଣ-ପ୍ରତିଆକ୍ରମଣରେ ଜମେ ପୁଲିସ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

विएना में आतंकी हमला

ଆତଙ୍କବାଦୀମାନେ ରାତି ପ୍ରାୟ ୮ଟା ସମୟରେ ଏଭଳି ନାରକୀୟ କାଣ୍ଡ ରଚିଛନ୍ତି। ପରେ ପରେ ସହରର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିଚାଳନାର ଖବର ସାମ୍ନାକୁ ଆସିଥିଲା। ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମନ୍ତ୍ରୀ କାର୍ଲ ନେହମର କହିଛନ୍ତି ଯେ, "ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଅତି କମରେ ଜଣେ ଆତଙ୍କବାଦୀ ଏବେ ବି ଜୀବିତ ଥିବା ବେଳେ ଆମେ ତାଙ୍କୁ ଠାବ ମଧ୍ୟ କରିପାରି ନାହୁଁ। ତେବେ ଏଯାବତ ଏହି ଆକ୍ରମଣରେ କେତେଜଣ ଆତଙ୍କବାଦୀ ସାମିଲ ଥିଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡ଼ିନାହିଁ।"

Veiina-Bar

ଅନ୍ୟପଟେ ଅଷ୍ଟ୍ରିଆନ୍ ନେତା କ୍ରୁର୍ଜ କହିଛନ୍ତି ଯେ, ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଆସିଥିବା ବେଳେ, ପେସାଦାର ଭଳି ତାଙ୍କର କାର୍ଯ୍ୟକଳାପ ଥିଲା। ଯେ ପର୍ଯ୍ୟନ୍ତ ପୁଲିସ ଆତଙ୍କବାଦ ବିରୋଧୀ ଅଭିଯାନ ଉପରେ ଧ୍ୟାନ କେନ୍ଦ୍ରୀତ କରିଚାଲିବେ, ସେ ପର୍ଯ୍ୟନ୍ତ ସେନା ପ୍ରମୁଖ ସ୍ଥଳଗୁଡ଼ିକର ସୁରକ୍ଷା କରିଚାଲିବେ। ବର୍ତ୍ତମାନ ସମସ୍ତ ଭିଏନା ବାସିନ୍ଦାଙ୍କୁ ନିଜ ଘରେ ରବିବାକୁ ଏବଂ ସାର୍ବଜନୀନ ସ୍ଥାନ ତଥା ପରିବହନଠାରୁ ଦୂରରେ ରହିବାକୁ କ୍ରୁର୍ଜ ଅପିଲ କରିଛନ୍ତି।

विएना में आतंकी हमला

ଭିଏନା ଆକ୍ରମଣ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବେଳେ। ଏବେ ସେଠାରେ ଆତଙ୍କ ଖେଳିଯାଇଛି। ସମୂର୍ଣ୍ଣ ସହରକୁ ସେନା ଛାଉଣୀ କରିଦିଆଯାଇଛି। ପୁଲିସ ସାଇରନ୍ ଏବଂ ହେଲିକେପ୍ଟରରେ ଯବାନମାନେ ସହରରେ ପ୍ରହରା ଦେଉଛନ୍ତି। ତେବେ ବଡ଼ ସଂଖ୍ୟାରେ ପୁଲିସବଳ ବିଶ୍ୱ ପ୍ରସିଦ୍ଧ ଅପେରା ହାଉସ ଓ ଏହାର ଆଖପାଖ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରୁଛନ୍ତି।

ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଦୁଃଖଦ ସମୟରେ ଭାରତ ଭିଏନା ସହ ଛିଡ଼ାହୋଇଛି। ଏହାସହ ମୃତକଙ୍କ ପରିବାରକୁ ମଧ୍ୟ ମୋଦି ସାନ୍ତ୍ୱନା ଓ ସମବେଦନା ଜଣାଇଛନ୍ତି।

Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe