Advertisment

ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର, ହଠାତ୍‌ ରେଡ୍‌ କଲା ପୁଲିସ୍‌

ନୋଏଡା: ଏଠାକାର ସେକ୍ଟର ୫୧ରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଘରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ଅଭିଯୁକ୍ତମାନେ ଏହି ବିଲଡିଂକୁ ଗେଷ୍ଟ ହାଉସ ଭାବେ ବ୍ୟବହାର କରୁଥିଲେ। ଏହି କାରଣରୁ ଏଠାକୁ ଆସୁଥିବା ଲୋକଙ୍କ ଉପରେ କେହି ବି ସନ୍ଦେହ କରୁ ନଥିଲେ। ଗେଷ୍ଟ ହାଉସ ନାଁରେ ଏଠାରେ କିନ୍ତୁ ଦେହ ବେପାର ଚାଲିଥିଲା। ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇ ୮ ଜଣ ମ୍ୟାନେଜର, ୧୦ ଜଣ ଗ୍ରାହକ ଓ […]

ଅଦ୍ୟତନ ହୋଇଛି
ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର, ହଠାତ୍‌ ରେଡ୍‌ କଲା ପୁଲିସ୍‌

Sex-Racket

Advertisment

ନୋଏଡା: ଏଠାକାର ସେକ୍ଟର ୫୧ରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଘରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ଅଭିଯୁକ୍ତମାନେ ଏହି ବିଲଡିଂକୁ ଗେଷ୍ଟ ହାଉସ ଭାବେ ବ୍ୟବହାର କରୁଥିଲେ। ଏହି କାରଣରୁ ଏଠାକୁ ଆସୁଥିବା ଲୋକଙ୍କ ଉପରେ କେହି ବି ସନ୍ଦେହ କରୁ ନଥିଲେ। ଗେଷ୍ଟ ହାଉସ ନାଁରେ ଏଠାରେ କିନ୍ତୁ ଦେହ ବେପାର ଚାଲିଥିଲା।

Advertisment

ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇ ୮ ଜଣ ମ୍ୟାନେଜର, ୧୦ ଜଣ ଗ୍ରାହକ ଓ ୧୦ ଜଣ ଯୁବତୀଙ୍କୁ ଗେଷ୍ଟ ହାଉସ ମଧ୍ୟରୁ ଗିରଫ କରିଛି। ଗିରଫ ୮ ଜଣ ମ୍ୟାନେଜର ଯୁବତୀମାନଙ୍କୁ ଧରି ଏଠାରେ ଦେହ ବେପାର ଚଳାଇଥିଲେ। ଗିରଫ ମ୍ୟାନେଜରମାନେ ହେଲେ ଅଭିଷେକ, ଆକାଶ, ଶିବମ, ରମେଶ, ଯୋଗେଶ, ପ୍ରମୋଦ, ପୂଜା ନାଗପାଲ ଓ ମିଲନ ଠାକୁର। ଏମାନେ ସେକ୍ଟର ୧୮ ମାର୍କେଟରେ ପ୍ରଥମେ ଗୋଟିଏ ସ୍ପା ଚଳାଉଥିଲେ।

ତେବେ ଚଳିତ ବର୍ଷ ଆରମ୍ଭରୁ ଏହା ବନ୍ଦ ହୋଇଯିବା ପରେ ସେମାନେ ଗେଷ୍ଟ ହାଉସ ଖୋଲିଥିଲେ। କିନ୍ତୁ ପ୍ରକୃତରେ ସେମାନେ ଏଠାରେ ଦେହବେପାର ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ପୁଲିସ୍‌ ସନ୍ଦେହ କରୁଛି ଯେ ସ୍ପାରେ ମଧ୍ୟ ଏମାନେ ଗ୍ରାହକମାନଙ୍କୁ ସେକ୍ସ ସେବା ଯୋଗାଇ ଦେଉଥିଲେ। ଏହା ସେଠାରେ ବନ୍ଦ ହୋଇଯିବାରୁ ଗ୍ରାହକମାନେ ଗେଷ୍ଟ ହାଉସକୁ ଆସିବା ଆରମ୍ଭ କରିଥିଲେ।

Advertisment

ଗେଷ୍ଟ ହାଉସରେ ରେଡ୍‌ କରିବା ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ସହ ଗ୍ରାହକଙ୍କ ବୁକିଂ ପାଇଁ ବ୍ୟବହୃତ ହେଉଥିବା ଫୋନ, ଆକାଉଣ୍ଟ ବହି ଓ ଗର୍ଭନିରୋଧ ଜିନିଷ ଜବତ କରିଛି। ଗ୍ରାହଙ୍କ ଡିମାଣ୍ଡକୁ ଦେଇ ଅଭିଯୁକ୍ତମାନେ ୫ ହଜାରରୁ ୧୫ ହଜାର ଯାଏ ଚାର୍ଜ ଲଗାଉଥିଲେ। ଏହି ଗଷେଟ ହାଉସଟି ଆବାସିକ ଅଞ୍ଚଳରେ ରହିଛି।

ଅଭିଯୁକ୍ତମାନେ ହ୍ୱାଟସଆପ ଓ ଫୋନ ଦ୍ୱାରା ହିଁ କେବଳ ବୁକିଂ କରୁଥିଲେ। ପୁଲିସ୍‌ କୌଣସି ସୂତ୍ରରୁ ସେକ୍ସ ରାକେଟ ସମ୍ପର୍କରେ ଖବର ପାଇବା ପରେ ରେଡ୍‌ କରିଥିଲା। ଗିରଫ ଯୁବତୀମାନେ ପୂର୍ବରୁ ସ୍ପାରେ କାମ କରୁଥିବା ପୁଲିସକୁ କହିଛନ୍ତି। ସ୍ପା ବନ୍ଦ ହେବା ପରେ ମ୍ୟାନେଜରମାନେ ସେମାନଙ୍କୁ ବଳ ପୂର୍ବକ ସେକ୍ସ ରାକେଟରେ କାମ କରିବାକୁ ବାଧ୍ୟ କରିଥିଲେ। ପୁଲିସ୍‌ ଏବେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Delhi Sexual Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe