Advertisment

ଜାହାଙ୍ଗୀରପୁରି ପରେ ଶାହୀନବାଗରେ ବୁଲଡୋଜର, ବିରୋଧ ପରେ ଫେରିଲା

ନୂଆଦିଲ୍ଲୀ: ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ଶାହୀନବାଗରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଜବରଦଖଲ ଅଭିଯାନ ପାଇଁ ଆଜି ସଜବାବଜ ଆରମ୍ଭ ହୋଇଥିଲା। ହେଲେ ସ୍ଥନାୟ ଲୋକେ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଧାରଣାରେ ବସିଥିଲେ। ଫଳରେ ଜବରଦଖଲ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଏହି ମାମଲା […]

author-image
Tapas Behera
ଅଦ୍ୟତନ ହୋଇଛି
ଜାହାଙ୍ଗୀରପୁରି ପରେ ଶାହୀନବାଗରେ ବୁଲଡୋଜର, ବିରୋଧ ପରେ ଫେରିଲା

delhi-2

ନୂଆଦିଲ୍ଲୀ: ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ଶାହୀନବାଗରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଜବରଦଖଲ ଅଭିଯାନ ପାଇଁ ଆଜି ସଜବାବଜ ଆରମ୍ଭ ହୋଇଥିଲା। ହେଲେ ସ୍ଥନାୟ ଲୋକେ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଧାରଣାରେ ବସିଥିଲେ।

Advertisment

ଫଳରେ ଜବରଦଖଲ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଏହି ମାମଲା ସୁପ୍ରିମକୋର୍ଟରେ ଚାଲେଞ୍ଜ ହୋଇଛି। ଜବରଦଖଲ ଅଭିଯାନକୁ ବିରୋଧ କରି ସିପିଏମ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଆଜି ଅପରାହ୍ନରେ ମାମଲାରେ ଶୁଣାଣି ଆରମ୍ଭ ହୋ‌ଇଛି।  ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଚର୍ଚ୍ଚାକୁ ଆସିଥିଲା ଦିଲ୍ଲୀର ଶାହୀନବାଗ। ମାମଲାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ  ପ୍ରଧାନ ବିଚାପତିଙ୍କୁ ସିପିଏମ ନେତା ନିବେଦନ କରିଥିଲେ । ଅପରପକ୍ଷରେ ଶାହୀବାଗରେ ବେଆଇନ ଉଚ୍ଛେଦକୁ ଜୋରଦାର ବିରୋଧ ପରେ ଫେରିଯାଇଛି ବୁଲଡୋଜର। ଉଚ୍ଛେଦ ଅଭିଯାନ ପାଇଁ ଆସିଥିବା ବୁଲ୍‌ଡୋଜର୍‌କୁ ଅଟକାଇବା ଲାଗି ସ୍ଥାନୀୟ ଜନସାଧାରଣ ରାସ୍ତା ଉପରେ ବସିଥିଲେ।

ଶାସକ ‘ଆମ୍‌ ଆଦ୍‌ମୀ ପାର୍ଟି’ର (ଆପ୍‌) ବିଧାୟକ ଅମାନତୁଲ୍ଲା ଖାଁ ମଧ୍ୟ ପ୍ରତିବାଦରେ ସାମିଲ ହୋଇଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳରେ ଜବରଦଖଲ ନାହିଁ। ରାଜନୀତି କରିବା ଲାଗି ବୁଲ୍‌ଡୋଜର୍‌ ଅଣାଯାଇଛି। ଅନ୍ୟପଟେ ଜାହାଙ୍ଗୀରପୁରି ମାମଲାରେ ଗ୍ରୀଷ୍ମ ଛୁଟି ପରେ ଶୁଣାଣି ପାଇଁ କୋର୍ଟ କହିଛନ୍ତି। ଗତ ଏପ୍ରିଲ ୨୧ ତାରିଖରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଜାହାଙ୍ଗୀରପୁରିରେ ବେଆଇନ ଉଚ୍ଛେଦ କରାଯାଉଥିବା ବେଳେ ଭୀଷଣ ବିରୋଧ କରାଯାଇଥିଲା। ମାମାଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେବେ ସମାନ ଢଙ୍ଗରେ ଶାହୀନବାଗରେ ସୋମବାର ବୁଲଡୋଜର ପହଞ୍ଚି ଉଚ୍ଛେଦ କାମ ଆରମ୍ଭ କରିଥିଲା। ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ର ‘ସେଣ୍ଟ୍ରାଲ୍‌ ଜୋନ୍‌ ଷ୍ଟାଣ୍ଡିଙ୍ଗ୍‌ କମିଟି’ର ଅଧ୍ୟକ୍ଷ ରାଜପାଲ୍‌ କହିଛନ୍ତି, ମହାନଗର ନିଗମ ତା’ର କାମ କରିବ ଏବଂ ଜବରଦଖଲ ଥିବା ସ୍ଥାନଗୁଡ଼ିକରେ ଉଚ୍ଛେଦ ଅଭିଯାନ ଚାଲିବ।

Advertisment
Delhi Demolition