Advertisment

ଜାତିଗତ ଜନଗଣନା ପାଇଁ ଶରଦ ପାୱାରଙ୍କ ଦାବି

ମୁମ୍ବାଇ: ବୁଧବାର ଜାତିଗତ ଜନଗଣନା ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଦାବି କରିଛନ୍ତି। ସାମାଜିକ ସମାନତା ଆଣିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି ସେ କହିଛନ୍ତି।  ଏନସିପିର ଓବିସି ସେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାୱାର କହିଛନ୍ତି ଯେ,  ସମସ୍ତେ ନିଜ ହକ ଅନୁଯାୟୀ ଅଧିକାର ପାଇବା ଉଚିତ। ଆମେ ସବୁ କିଛି ମାଗଣା ମିଳୁ ବୋଲି କହୁ ନାହୁଁ। କିନ୍ତୁ  ଜାତିଗତ ଜନଗଣନା ଛଡ଼ା କୌଣସି ବିକଳ୍ପ ନାହିଁ। ସଂରକ୍ଷଣ […]

ଜାତିଗତ ଜନଗଣନା ପାଇଁ ଶରଦ ପାୱାରଙ୍କ ଦାବି  

Sharad Pawar

Advertisment

ମୁମ୍ବାଇ: ବୁଧବାର ଜାତିଗତ ଜନଗଣନା ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଦାବି କରିଛନ୍ତି। ସାମାଜିକ ସମାନତା ଆଣିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି ସେ କହିଛନ୍ତି।  ଏନସିପିର ଓବିସି ସେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାୱାର କହିଛନ୍ତି ଯେ,  ସମସ୍ତେ ନିଜ ହକ ଅନୁଯାୟୀ ଅଧିକାର ପାଇବା ଉଚିତ। ଆମେ ସବୁ କିଛି ମାଗଣା ମିଳୁ ବୋଲି କହୁ ନାହୁଁ। କିନ୍ତୁ  ଜାତିଗତ ଜନଗଣନା ଛଡ଼ା କୌଣସି ବିକଳ୍ପ ନାହିଁ। ସଂରକ୍ଷଣ ବ୍ୟବସ୍ଥା ଯୋଗୁ ଅନୁସୂଚିତ ଜାତି ଓ ଜନଜାତି ମାନେ ସୁବିଧା ସୁଯୋଗ ପାଉଛନ୍ତି। ସେମାନଙ୍କ ଭଳି ଅନ୍ୟ ପଛୁଆ ବର୍ଗମାନେ ପାଇବା ଉଚିତ ବୋଲି ସେ କହିଛନ୍ତି ।

Advertisment

ମହାରାଷ୍ଟ୍ରର ପଞ୍ଚାୟତ ନିର୍ବାଚନରେ ଓବିସିମାନଙ୍କ ପାଇଁ ସଂରକ୍ଷଣ ଦାବି ଉଠିବା ପରେ ପାୱାର ଏହା କହିଛନ୍ତି। ଚଳିତ ବର୍ଷ ମହାରାଷ୍ଟ୍ରରେ ପଞ୍ଚାୟତ ନିର୍ବାଚନ ରହିଛି। ପୂର୍ବରୁ ମହାରାଷ୍ଟ୍ର ସରକାର ଗଠନ କରିଥିବା ରାଜ୍ୟ ପଛୁଆ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟକୁ ଆଧାର କରି ପ୍ରସ୍ତାବିତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହି ଆବେଦନରେ ପଛୁଆ ବର୍ଗଙ୍କ ପାଇଁ  ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ଦାବି ୨୭ ପ୍ରତିଶତ ଦାବି କରାଯାଥିଲା।

ତେବେ ଜାତିଗତ ଜନଗଣନା ହେଲେ ପ୍ରକୃତ ପଛୁଆବର୍ଗଙ୍କ ସଂଖ୍ୟ ସାମ୍ନାକୁ ଆସିବ ବୋଲି ପାୱାର କହିଛନ୍ତି ।  ଏହି ରିପୋର୍ଟ ଆଧାରରେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ପଛୁଆ ବର୍ଗ ନ୍ୟାୟ ପାଇପାରିବେ। ପାୱାର କହିଛନ୍ତି ଯେ, ବିଜେପିର ସହଯୋଗୀ ଥାଇ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଗତ ଜନଗଣନା ପାଇଁ ଦାବି କରିଛନ୍ତି। କିନ୍ତୁ ବିଜେପି ଏହା କରିବାକୁ ଚାହୁଁ ନାହିଁ। ଆରଏସଏସ ନେତା  ଜାତିଗତ ଜନଗଣନାକୁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe