ମୁମ୍ବାଇ:ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି। ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ସର୍ଜରୀ ହୋଇଥିଲା।
ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି । ବର୍ତ୍ତମାନ ତାଙ୍କୁ କିଛି ଦିନ ହସ୍ପିଟାଲରେ ଅବଜରଭେସନରେ ରଖାଯିବ । ଆଗକୁ ଯଦି ତାଙ୍କର ଯନ୍ତ୍ରଣା ନ କମିବ ତାହେଲେ ତାଙ୍କର ଗଲବ୍ଲାଡର କଢାଯିବ ବୋଲି ଡାକ୍ତର କହିଛନ୍ତି।
ସୂଚନାଯୋଗ୍ୟ ଯେ, ୮୦ ବର୍ଷୀୟ ଶରଦ ପାଓ୍ୱାର ରବିବାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରୁ ତାଙ୍କର ପିତକୋଷରେ ସମସ୍ୟା ଥିବା ଜଣାପଡିଥିଲା । ପାର୍ଟି ପକ୍ଷରୁ ତାଙ୍କର ଶରୀର ଅସୁସ୍ଥତା ନେଇ ଟ୍ୱିଟରେ ପୋଷ୍ଟ କରାଯାଇଥିଲା।
ଗତ ୨୯ ମାର୍ଚ୍ଚରେ ଚିକିତ୍ସା ପାଇଁ ପାଓ୍ୱାରଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର ସମସ୍ୟା ଜଣାପଡିବାରୁ ଅପରେସନ ପାଇଁ ଡାକ୍ତର କହିଥିଲେ । ଫଳରେ କାଲି ବିଳମ୍ୱିତ ରାତିରେ ଅସ୍ତ୍ରୋପଚାର କରାଯାଇଛି ।