Advertisment

ମଝି ନଦୀରେ ଫସିଯିବେ କି ଗେହଲଟ ? ଥରୁରଙ୍କୁ ସମର୍ଥନ ଲାଗି ଗାନ୍ଧି ପରିବାରର ପ୍ରତିଶ୍ରୁତି !

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ଲାଗି ଦୌଡ଼ରୁ ଗାନ୍ଧି ପରିବାର ଓହରି ଯିବାହ ପରେ ଦ୍ୱିମୁଖୀ ଲଢ଼େଇ ହେଉଛି। ଏହି ରେସ୍‌ରେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଅଛନ୍ତି। ଗେହଲଟଙ୍କ ପଛରେ ଗାନ୍ଧି ପରିବାର ସମର୍ଥନ ଥିବା ବେଳେ ଶଶି ଥରୁର ତାଙ୍କୁ ଟକ୍କର ଦେଉଛନ୍ତି। ଏହାରି ଭିତରେ ଗେହଲଟ ଦଳୀୟ କନ୍ଦଳରେ ଛନ୍ଦି ହୋଇଥିବା ବେଳେ ଥରୁର ଆଜି ରାହୁଲ ଗାନ୍ଧିଙ୍କ ଭାରତ ଜୋଡ଼ୋ […]

ଅଦ୍ୟତନ ହୋଇଛି
ମଝି ନଦୀରେ ଫସିଯିବେ କି ଗେହଲଟ ? ଥରୁରଙ୍କୁ ସମର୍ଥନ ଲାଗି ଗାନ୍ଧି ପରିବାରର ପ୍ରତିଶ୍ରୁତି !  

790

Advertisment

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ଲାଗି ଦୌଡ଼ରୁ ଗାନ୍ଧି ପରିବାର ଓହରି ଯିବାହ ପରେ ଦ୍ୱିମୁଖୀ ଲଢ଼େଇ ହେଉଛି। ଏହି ରେସ୍‌ରେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଅଛନ୍ତି। ଗେହଲଟଙ୍କ ପଛରେ ଗାନ୍ଧି ପରିବାର ସମର୍ଥନ ଥିବା ବେଳେ ଶଶି ଥରୁର ତାଙ୍କୁ ଟକ୍କର ଦେଉଛନ୍ତି। ଏହାରି ଭିତରେ ଗେହଲଟ ଦଳୀୟ କନ୍ଦଳରେ ଛନ୍ଦି ହୋଇଥିବା ବେଳେ ଥରୁର ଆଜି ରାହୁଲ ଗାନ୍ଧିଙ୍କ ଭାରତ ଜୋଡ଼ୋ ଯାତ୍ରାରେ ସାମିଲ ହୋଇ ତାଙ୍କୁ ଭେଟିଛନ୍ତି। କେରଳ ପଟ୍ଟାମ୍ବି ପାଲକକଡ଼ରେ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲେ ଥରୁର। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଭାପତି ଲାଗି ସେ ନାମାଙ୍କନ ପତ୍ର ଦାଖଲ କରୁଥିବା ସ୍ପଷ୍ଟ କରିଛନ୍ତି । ଏଥିପାଇଁ ସେ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି। ଗାନ୍ଧି ପରିବାର ମଧ୍ୟ ତାଙ୍କୁ ସମର୍ଥନ ଦେବା ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଗାନ୍ଧି ପରିବାରର ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧି ତାଙ୍କ ପ୍ରାର୍ଥୀତ୍ୱ ପ୍ରତି ସମର୍ଥନ ଥିବା ଥରୁର କହିଛନ୍ତି। ସେହିପରି କଂଗ୍ରେସର ଅନେକ  ନେତା ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି। ଥରୁର କହିଛନ୍ତି ଯେ, ଯେତେବେଳେ ମୁଁ ପ୍ରାର୍ଥିପତ୍ର ଦାଖଲ କରିବି ସେତେବଳେ ଆପଣ ଜାଣିବେ ମୋ ସହିତ କେଉଁମାନେ ଅଛନ୍ତି। ୩-୪ଟି ରାଜ୍ୟରୁ ସମର୍ଥନ ପାଇବା ପରେ ମୁଁ ନାମାଙ୍କନ ପତ୍ର ଦାଖଲ କରିବି। କଂଗ୍ରେସର ବହୁ ନେତା ମୋତେ ସଭାପତି ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତାବ ଦେଇଛନ୍ତି। କେରଳରୁ ମଧ୍ୟ ମୁଁ ସମର୍ଥନ ପାଇବି ବୋଲି ଆଶା ଅଛି। ସଭାପତି ନିର୍ବାଚନ ଲାଗି ଥରୁର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।  ଏଥିପାଇଁ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ଜାରି କରିଥିଲା। ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଥରୁର ପାଞ୍ଚ ସେଟ୍ ନାମାଙ୍କନ ପତ୍ର ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ରସ୍ତାବକ ଭାବେ ୫୦ ପ୍ରତିନିଧିଙ୍କ ଆବଶ୍ୟକତା ରହିଛି। ଏଥିପାଇଁ ସେ ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଅନ୍ୟପଟେ ଅଶୋକ ଗେହଲଟ ସେପ୍ଟେମ୍ବର ୨୪ରେ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ସେପ୍ଟେମ୍ବର ୩୦ରେ  ନାମାଙ୍କନପତ୍ର ଦାଖଲ ତାରିଖ ରହିଛି। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ କେରଳର ସାଂସଦ ଶଶି ଥରୁର। ପାର୍ଟି ନିୟମ ଅନୁସାରେ, ଯଦି ଦୁଇରୁ ଅଧିକ ପ୍ରାର୍ଥୀ ହୁଅନ୍ତି ତେବେ ଅକ୍ଟୋବର ୧୭ରେ ଭୋଟିଂ ହେବ। ଅକ୍ଟୋବର ୧୯ରେ ନୂତନ ଅଧ୍ୟକ୍ଷ ଘୋଷଣା କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe