Advertisment

ଶିବସେନା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ଲଢ଼େଇ ଏବେ ଏବେ ଆଇନଗତ ଲଢ଼େଇରେ ପରିଣତ ହୋଇଛି। ଶିବସେନାର ଗୋଠ ଛଡ଼ା ୧୫ ବିଧାକୟଙ୍କୁ ଅଯୋଗ୍ୟ ଘୋଷଣା ନେଇ ଶିବସେନା ନେଇଥିବା ପଦକ୍ଷେପକୁ  ବିଦ୍ରୋହୀଙ୍କ ପକ୍ଷରୁ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି ରହିଛି। ସେହିପରି ମହାରାଷ୍ଟ୍ରର ଡେପୁଟି ସ୍ପିକର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ ଏବଂ ଶିବସେନାର ବିଧାୟକ ଦଳର ନେତା ଭାବେ  ଅଜୟ ଚୌଧୁରଙ୍କ ନିଯୁକ୍ତିକୁ ମଧ୍ୟ […]

author-image
Tapas Behera
ଅଦ୍ୟତନ ହୋଇଛି
ସିନ୍ଦେଙ୍କ ଗ୍ରୁପରେ ଫାଟ! ୧୫ ଶିବସେନା ବିଧାୟକଙ୍କୁ Y + ସୁରକ୍ଷା

uddhav thackeray and eknath shinde

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ଲଢ଼େଇ ଏବେ ଏବେ ଆଇନଗତ ଲଢ଼େଇରେ ପରିଣତ ହୋଇଛି। ଶିବସେନାର ଗୋଠ ଛଡ଼ା ୧୫ ବିଧାକୟଙ୍କୁ ଅଯୋଗ୍ୟ ଘୋଷଣା ନେଇ ଶିବସେନା ନେଇଥିବା ପଦକ୍ଷେପକୁ  ବିଦ୍ରୋହୀଙ୍କ ପକ୍ଷରୁ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି ରହିଛି। ସେହିପରି ମହାରାଷ୍ଟ୍ରର ଡେପୁଟି ସ୍ପିକର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ ଏବଂ ଶିବସେନାର ବିଧାୟକ ଦଳର ନେତା ଭାବେ  ଅଜୟ ଚୌଧୁରଙ୍କ ନିଯୁକ୍ତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି ।

Advertisment

ବିଦ୍ରୋହୀଙ୍କ ପକ୍ଷରୁ କୁହାଯାଛି ଯେ, ବିଧାୟକଙ୍କ ଅଯୋଗ୍ୟ ପ୍ରସଙ୍ଗରେ ଡେପୁଟି ସ୍ପିକର ନିଷ୍ପତ୍ତି ନେଇପାରିବେ ନାହିଁ ।କାରଣ ଡେପୁଟି ସ୍ପିକର ପଦରୁ ତାଙ୍କୁ ବିଦା ପାଇଁ ନିଷ୍ପତ୍ତି ନିଆଯାଇଛି।  ସେହିପରି ବିଦ୍ରୋହୀ ବିଧାୟକଙ୍କ ପରିବାରକୁ ସୁରକ୍ଷା ଯୋଗେଇ ଦେବାକୁ  ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଚାଲେଞ୍ଜ ହୋଇଛି।

ଅନ୍ୟପଟେ ବିଦ୍ରୋହୀ ବିଧାୟକମାନେ ନିଜକୁ ଶିବସେନା ବାଲାସାହେବ କହିବା ପରେ ଚିହିଁକି ଉଠିଛନ୍ତି ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ।  ଯେଉଁମାନେ ବାଲାସାହେବଙ୍କ ନାଁ ନେଉଛନ୍ତି ସେମାନେ ନିଜ ନିଜ ଏରିଆରେ ନିଜ ବାପାଙ୍କ ନାମରେ ଭୋଟ୍ ଭିକ୍ଷା କରନ୍ତୁ ବୋଲି କହିଛନ୍ତି।  ଯଦି ନୂଆ ଦଳ ଗଢିବାର ଅଛି ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ। ଆମ ଦଳର ଗୋଟିଏ ବାପା, ସେ ହେଉଛନ୍ତି ବାଲାସାହେବ ଠାକରେ।  ତାଙ୍କ ନାଁ କାହିଁକି ବ୍ୟବହାର କରୁଛ ବୋଲି ସଞ୍ଜୟ ରାଉତ ରୋକଠୋକ ଶୁଣାଇଛନ୍ତ। ସେହିପରି  ଆଜି ଶିବ ସୈନିକମାନେ ରାଜ୍ୟ ବ୍ୟାପି ଆରମ୍ଭ କରିଛନ୍ତି ଜୋତାମାରୋ ଆନ୍ଦୋଳନ  । ମୁମ୍ବାଇ, ନାଗପୁର, ଥାଣେ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକନାଥ ସିନ୍ଦେଙ୍କୁ ବିରୋଧ କରି ବାଇକ୍ ରାଲିର ଆୟୋଜନ ହୋଇଛି।

Advertisment