Advertisment

ସପା ଓ ଆରଜେଡି ପରେ ଟିଏମସିକୁ ସମର୍ଥନ କଲା ଶିବସେନା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେମିତି ପାଖରେ ଆସୁଛି ବିଜେପି ବିରୋଧୀ ଦଳଗୁଡ଼ିକ କ୍ଷମତାସୀନ ଟିଏମସିକୁ ସେତିକି ସମର୍ଥନ କରିବାରେ ଲାଗିଛନ୍ତି। ପୂର୍ବରୁ ବିହାର ଆରଜେଡି ଓ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନରେ ସମସ୍ତ ପ୍ରକାରର ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ଏବେ ଏହି ତାଲିକାରେ ମହାରାଷ୍ଟ୍ରର କ୍ଷମତାସୀନ ଶିବସେନା ଯୋଡ଼ି ହୋଇଯାଇଛି। ଅର୍ଥାତନ ଶିବସେନା ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କୁ ସମର୍ଥନ କରିବ ବୋଲି ଘୋଷଣା […]

ଅଦ୍ୟତନ ହୋଇଛି
ସପା ଓ ଆରଜେଡି ପରେ ଟିଏମସିକୁ ସମର୍ଥନ କଲା ଶିବସେନା

TMC

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେମିତି ପାଖରେ ଆସୁଛି ବିଜେପି ବିରୋଧୀ ଦଳଗୁଡ଼ିକ କ୍ଷମତାସୀନ ଟିଏମସିକୁ ସେତିକି ସମର୍ଥନ କରିବାରେ ଲାଗିଛନ୍ତି। ପୂର୍ବରୁ ବିହାର ଆରଜେଡି ଓ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନରେ ସମସ୍ତ ପ୍ରକାରର ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।

Advertisment

ଏବେ ଏହି ତାଲିକାରେ ମହାରାଷ୍ଟ୍ରର କ୍ଷମତାସୀନ ଶିବସେନା ଯୋଡ଼ି ହୋଇଯାଇଛି। ଅର୍ଥାତନ ଶିବସେନା ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଏଥିସହ ଦଳ ବେଙ୍ଗଲରେ ନିର୍ବାଚନ ଲଢ଼ିବ ବୋଲି କହିଛି।

ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ଟ୍ୱିଟ କରି କହିଛନ୍ତି, “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଲାଗୁଛି ପଶ୍ଚିମବଙ୍ଗରେ ଦିନି ବନାମ ସବୁ ଦଳ ଭିତରେ ଲଢ଼େଇ ହେଉଛି।

Advertisment

ଅନେକ ଲୋକ ଚାତକ ଭଳି ଚାହିଁ ରହିଛନ୍ତି ଯେ ଶିବସେନା ବେଙ୍ଗଲ ବିଧାନସଭା ନିର୍ବାଚନ ଲଢ଼ିବ ନା ନାହିଁ? ଆଜି ଉଦ୍ଧବ ଠାକରେଜୀଙ୍କ ସହ ଆଲୋଚନା କରାଯିବା ପରେ ବଡ଼ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଏମ-ମନି, ମସଲ ଓ ମିଡିଆକୁ ମମତା ଦିଦିଙ୍କ ବିରୋଧରେ ବ୍ୟବହାର କରାଯାଉଛି। ତେଣୁ ଶିବସେନା ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ହେଲେ ଦଳ ମମତା ଦିଦିଙ୍କ ସହ ଛିଡ଼ା ହେବ। ଆମେ ମମତା ଦିଦିଙ୍କ ସଫଳତା କାମନା କରୁଛୁ। କାରଣ ସେ ହେଉଛନ୍ତି ବେଙ୍ଗଲର ପ୍ରକୃତ ବାଘୁଣୀ।”

ଏହାପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ କୋଲକାତା ଯାଇ ମମତାଙ୍କୁ ଭେଟିଥିଲେ। ଏହାପରେ ସେ ତାଙ୍କ ଦଳ ବିଧାନସଭା ନିର୍ବାଚନରେ ମମତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ସେହିପରି ସମାଜବାଦୀ ପାର୍ଟିର ନେତା ଅଖିଲେଶ ଯାଦବ ମଧ୍ୟ ଫୋନ ଯୋଗେ ମମତାଙ୍କ ସହ କଥା ହୋଇ ସମର୍ଥନ ଘୋଷଣା କରିଥିଲେ।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe