Advertisment

ଶିବ ସେନା ନେତାଙ୍କୁ ଗୁଳି କରି ହତ୍ୟା

ଅମୃତସର: ପଞ୍ଜାବର ଅମୃତସରରେ ଶୁକ୍ରବାର ଅପରାହ୍ଣରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସ୍ଥାନୀୟ ସଙ୍ଗଠନ ‘ଶିବ ସେନା’ର ମୁଖ୍ୟ ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିର ସମ୍ମୁଖରେ ସେ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଏକ ପିସ୍ତଲରୁ ଗୁଳି କରାଯାଇଥିଲା। ଏହି ଘଟଣାର ଏକମାତ୍ର ଅଭିଯୁକ୍ତ ସନ୍ଦୀପ ସିଂହଙ୍କୁ ପୁଲିସ୍ ଗିରଫ କରିଛି। ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି ଜଣାପଡ଼ିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି। ମିଳିଥିବା […]

ଶିବ ସେନା ନେତାଙ୍କୁ ଗୁଳି କରି ହତ୍ୟା

Sudhir Suri

Advertisment

ଅମୃତସର: ପଞ୍ଜାବର ଅମୃତସରରେ ଶୁକ୍ରବାର ଅପରାହ୍ଣରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସ୍ଥାନୀୟ ସଙ୍ଗଠନ ‘ଶିବ ସେନା’ର ମୁଖ୍ୟ ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିର ସମ୍ମୁଖରେ ସେ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଏକ ପିସ୍ତଲରୁ ଗୁଳି କରାଯାଇଥିଲା।

Advertisment

ଏହି ଘଟଣାର ଏକମାତ୍ର ଅଭିଯୁକ୍ତ ସନ୍ଦୀପ ସିଂହଙ୍କୁ ପୁଲିସ୍ ଗିରଫ କରିଛି। ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି ଜଣାପଡ଼ିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ମନ୍ଦିର ବାହାରୁ କିଛି ଭଙ୍ଗା ମୂର୍ତ୍ତି ମିଳିଥିଲା। ଏହାକୁ ନେଇ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ସୁଧୀର ସୁରୀଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଯେତେବେଳେ ତାଙ୍କ ଉପରକୁ ଗୁଳିମାଡ଼ ହେଲା ସେତେବେଳେ ସେ ଉକ୍ତ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ।

Advertisment

ସୁରୀଙ୍କ ଜୀବନ ପ୍ରତି ବିପଦ ଥିଲା। ସେ ବିବାଦୀୟ ମନ୍ତବ୍ୟ ଦେଉଥିଲେ ଓ ସବୁବେଳେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରୁଥିଲେ। ତେଣୁ ସେ ହିଟ୍‌ଲିଷ୍ଟରେ ଥିଲେ। ସେଥିପାଇଁ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ତେବେ ପୁଲିସ୍ ଉପସ୍ଥିତ ଥିଲେ ହେଁ ଅଭିଯୁକ୍ତ ତାଙ୍କ ପିସ୍ତଲରୁ ସୁରୀଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଦୁଇଟି ସୁରୀଙ୍କ ଶରୀରରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସେଠାରେ ଉପସ୍ଥିତ ଲୋକେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ। କୁହାଯାଉଛି, ଅଭିଯୁକ୍ତ ଏକ ଏସ୍‌ୟୁଭିରେ ଆଉ ୩ ଜଣଙ୍କ ସହିତ ସେଠାକୁ ଆସିଥିଲେ। ତେବେ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ସୁରୀଙ୍କୁ ଅଭିଯୁକ୍ତ କାହିଁକି ହତ୍ୟା କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ୍ ଏନେଇ କିଛି କହି ନଥିବା ବେଳେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛି।

ଅନ୍ୟପକ୍ଷରେ ଅମୃତସରରେ ଦିନଦିପହରେ ଏହି ଘଟଣା ଘଟିବା ପରେ ପଞ୍ଜାବର ଆପ୍ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ନେତା ତଜିନ୍ଦର ସିଂହ ବାଗ୍ଗା କହିଛନ୍ତି ଯେ ବର୍ତ୍ତମାନ ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ପୂରା ଭୁଶୁଡ଼ି ପଡ଼ିଛି।

ସୂଚନାଯୋଗ୍ୟ, ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଗତ ଜୁଲାଇ ମାସରେ ସୁଧୀର ସୁରୀ ଗିରଫ ହୋଇଥିଲେ। ତାହା ଉକ୍ତ ଧର୍ମର ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe