Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ‘ସୈତାନ’ ସହ ତୁଳନା କଲା ଶିବସେନା

ମୁମ୍ବାଇ: ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀରକୁ ରଦ୍ଦ କରିଛନ୍ତି ନିର୍ବାଚନ କମିସନ । ଶିବସେନାର ପ୍ରକୃତ ମାଲିକାନାକୁ ନେଇ ଉଭୟ ସିନ୍ଧେ ଓ ଉଦ୍ଧବଙ୍କ ଗୋଷ୍ଟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏନେଇ  ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯିବା ପରେ ଶିବସେନାର ମୂଳ ଚିହ୍ନ ଧନୁ ଓ ତୀର ଉପରେ ନିଷେଧାଦେଶ ଜାରି କରିଛନ୍ତି କୋର୍ଟ। ଏହାକୁ ନେଇ ଶିବସେନା ଗୋଷ୍ଟୀ ପ୍ରବଳ ଖପ୍ପା ହେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ […]

author-image
Tapas Behera
ଶିବସେନାରେ ପୁଣି ବିଦ୍ରୋହ! ବିଜେପିକୁ ଢଳୁଛନ୍ତି ୧୨ ସାଂସଦ

Eknath and Uddhav

ମୁମ୍ବାଇ: ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀରକୁ ରଦ୍ଦ କରିଛନ୍ତି ନିର୍ବାଚନ କମିସନ । ଶିବସେନାର ପ୍ରକୃତ ମାଲିକାନାକୁ ନେଇ ଉଭୟ ସିନ୍ଧେ ଓ ଉଦ୍ଧବଙ୍କ ଗୋଷ୍ଟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏନେଇ  ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯିବା ପରେ ଶିବସେନାର ମୂଳ ଚିହ୍ନ ଧନୁ ଓ ତୀର ଉପରେ ନିଷେଧାଦେଶ ଜାରି କରିଛନ୍ତି କୋର୍ଟ। ଏହାକୁ ନେଇ ଶିବସେନା ଗୋଷ୍ଟୀ ପ୍ରବଳ ଖପ୍ପା ହେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଶାଣିତ ସମାଲୋଚନା କରିଛି। ଏମିତିକି ସିନ୍ଦେଙ୍କୁ ସୈତାନ କହିବାକୁ ପଛାଇ ନାହିଁ ଶିବସେନା। ଦଳର ମୁଖପତ୍ର ‘ସାମ୍ନା’ରେ ସନ୍ଦେଙ୍କୁ ଅସୁର ସହ ତୁଳନା କରିଛି ଦଳ।  ସିନ୍ଦେ ହେଉଛନ୍ତି ଜଣେ ଅସୁର ଏବଂ ୫୦୦୦ ବର୍ଷ ହେବ ଏମିତି ଅସୁର ନଥିଲେ ବୋଲି ସେଥିରେ ଆକ୍ଷେପ କରାଯାଇଛି। ମୋଗଲ ଜେନେରାଲ ଆଫଜାଲ ଖାନଙ୍କ ସହ ସିନ୍ଦେଙ୍କୁ ତୁଳନା କରିଛି ସାମ୍ନା ।

Advertisment

ମରାଠୀ ସମ୍ରାଟ ଶିବାଜୀଙ୍କୁ ହତ୍ୟା ପାଇଁ ମୋଗଲ ଜେନେରାଲ ଆଫଜାଲ ଖାନଙ୍କକୁ ପଠାଯାଇଥିଲା।  ସିନ୍ଦେ କେନ୍ଦ୍ର ବିଜେପିଠାରୁ ସେମିତି ସମର୍ଥନ ପାଉଛି ବୋଲି ଶିବସେନା କହିଛି।  ସିନ୍ଦେ ବିଜେପିର ମୋହରା ସାଜି ଉଦ୍ଧବଙ୍କ ବିରୋଧରେ କାମ କରୁଛନ୍ତି ବୋଲି କୁହାଯାଇଚି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ପୋଲ ପ୍ରତୀକ ପାଇଁ ଦାବି କରିଥିଲେ ।

ଏହା ପରେ କମିସନ ଉଦ୍ଧବ ଠାକରେଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ଏହାର ଜବାବରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନେ ସ୍ୱଇଚ୍ଛାରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ । ହେଲେ  ଉଭୟ ଗୋଷ୍ଠୀ ମଧ୍ୟରେ ଦଳୀୟ ଚିହ୍ନକୁ ନେଇ ଟଣାଓଟରା ପରେ କମିସନ ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀରକୁ ରଦ୍ଦ କରିଛନ୍ତି।

Advertisment