Advertisment

'ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି'

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ। ସୁଶାନ୍ତ ମୃତ୍ୟୁ ତଦନ୍ତ ସିବିଆଇକୁ ଦିଆଯିବାକୁ ଦାବିକୁ ନେଇ ମହାରାଷ୍ଟ୍ର ଶାସକ ଦଳ ଶିବସେନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତରେ ଆରମ୍ଭରୁ ମୁମ୍ବାଇ ପୁଲିସର ଢ଼ିଲା ଆଚରଣକୁ ନେଇ ଅଭିଯୋଗ ଆସୁଥିବା ବେଳେ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ କ୍ରମେ ବିହାର ପୁଲିସ ମାମଲାର ତଦନ୍ତ ଭାର ମୁଣ୍ଡାଇଥିଲା। ହେଲେ ଏଥିରେ ମୁମ୍ବାଇ […]

ଅଦ୍ୟତନ ହୋଇଛି
ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ, ଆଶଙ୍କାରେ ପଡ଼ିଲା ପୂର୍ଣ୍ଣଛେଦ

sushant

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ। ସୁଶାନ୍ତ ମୃତ୍ୟୁ ତଦନ୍ତ ସିବିଆଇକୁ ଦିଆଯିବାକୁ ଦାବିକୁ ନେଇ ମହାରାଷ୍ଟ୍ର ଶାସକ ଦଳ ଶିବସେନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତରେ ଆରମ୍ଭରୁ ମୁମ୍ବାଇ ପୁଲିସର ଢ଼ିଲା ଆଚରଣକୁ ନେଇ ଅଭିଯୋଗ ଆସୁଥିବା ବେଳେ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ କ୍ରମେ ବିହାର ପୁଲିସ ମାମଲାର ତଦନ୍ତ ଭାର ମୁଣ୍ଡାଇଥିଲା। ହେଲେ ଏଥିରେ ମୁମ୍ବାଇ ପୁଲିସର ସହଯୋଗ ନ ମିଳିବାରୁ ମାମଲା ସିବିଆଇକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁପାରିଶ କରିଥିଲେ। ଏନେଇ ଶିବସେନା ନୀତିଶଙ୍କୁ ଟାର୍ଗେଟ୍ କରି ଏକ ବଡ଼ ପ୍ରତିକ୍ରିୟା ଦେଇଛି।

ପ୍ରକୃତରେ ଦଳୀୟ ଖବରକାଗଜ 'ସାମନା' ଜରିଆରେ ଶିବସେନା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଶିବସେନା ଅନୁଯାୟୀ, ସୁଶାନ୍ତ ମୃତ୍ୟୁ ମାମଲାରେ ବିହାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଗତ କିଛି ବର୍ଷ ହେଲା ସୁଶାନ୍ତ ମୁମ୍ବାଇରେ ରହୁଥିଲେ। ମୁମ୍ବାଇ ତାଙ୍କୁ ସଂଘର୍ଷ କ୍ଷାତି, ସୁନାମ ଦେଇଛି। ତାଙ୍କ ସଂଘର୍ଷ ସମୟରେ ବିହାର ତାଙ୍କ ସହ ଠିଆ ହୋଇ ନ ଥିଲା ବୋଲି ଶିବସେନା କହିଛି।

Advertisment

ପ୍ରକାଶିତ ଆଲେଖ୍ୟରେ ଆହୁରି ମଧ୍ୟ କୁହାଯାଇଛି, ସୁଶାନ୍ତଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯିବା ପରେ ବିହାର ସରକାର ଗତ ସପ୍ତାହରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁଶାନ୍ତ ତାଙ୍କ ସମଗ୍ର ଜୀବନକାଳରେ ବିହାର ଜନ୍ମିତ କିମ୍ବା ବିହାର ଲିଙ୍କ୍ ଥିବା ନେଇ କେବେ କିଛି ସୂଚନା ଦେଇନାହାନ୍ତି। ସୁଶାନ୍ତଙ୍କ ପରିବାର ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବାପରେ ବିହାର ସରକାର ଏ ମାମଲାରେ ମୁଣ୍ଡ ପୂରାଇଛନ୍ତି ବୋଲି ଶିବସେନା କହିଛି।

'ସାମନା'ରେ ପ୍ରକାଶ ପାଇଛି ଯେ, ବିହାର ପୁଲିସ ଇଣ୍ଟରପୋଲ୍ ନୁହେଁ। ମୁମ୍ବାଇ ପୁଲିସ ମାମଲାର ତଦନ୍ତ କରୁଛି। ଅନ୍ୟ ଏକ ରାଜ୍ୟ ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ସମସ୍ତଙ୍କୁ ସତ ଜାଣିବାର ଅଧିକାର ରହିଛି। ତେବେ ଖାଲି ସିବିଆଇ କିମ୍ବା ବିହାର ପୁଲିସ ହିଁ ସତ୍ୟ ଲୋକଲୋଚନକୁ ଆଣିବ ଏ କଥା ଠିକ୍ ନୁହେଁ।

Sushant Singh Rajput CBI Bihar Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe