ବିଦ୍ରୋହୀ ବିଧାୟକଙ୍କ ଅଫିସ ଭାଙ୍ଗିଲେ ଶିବସେନା କର୍ମୀ, ଉସକାଇଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ସେମାନଙ୍କୁ ଉଦ୍ଧବ କ୍ୟାମ୍ପ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ବି ବୁଝି ନାହାନ୍ତି। ଏସବୁ ଭିତରେ ଉଦ୍ଧବ ସମର୍ଥକ ଶିବସେନାର କର୍ମମାନେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ସାୱନ୍ତ […]

Shivsena

Shivsena

Hemant Lenka
  • Published: Saturday, 25 June 2022
  • Updated: 25 June 2022, 12:58 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ସେମାନଙ୍କୁ ଉଦ୍ଧବ କ୍ୟାମ୍ପ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ବି ବୁଝି ନାହାନ୍ତି।

ଏସବୁ ଭିତରେ ଉଦ୍ଧବ ସମର୍ଥକ ଶିବସେନାର କର୍ମମାନେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ସାୱନ୍ତ ବର୍ତ୍ତମାନ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଆସାମର ଗୌହାଟୀରେ ରହିଛନ୍ତି। ହେଲେ ପୁଣେର କତ୍ରାଜ ଅନ୍ତର୍ଗତ ବାଲାଜୀରେ ଥିବା ତାଙ୍କ ଅଫିସରେ ଶିବସେନାର କର୍ମୀମାନେ ପଶି ତୁମୁଳକାଣ୍ଡ ଘଟାଇଛନ୍ତି।

ସେମାନେ ଅଫିସରେ ଭଙ୍ଗାରୁଜା କରିବା ସହ ଆସବାବପତ୍ରକୁ ନଷ୍ଟ କରି ଦେଇଛନ୍ତି। ଭଙ୍ଗାରୁଜା କରିଥିବା କର୍ମୀମାନେ ଏହା ଆରମ୍ଭ ମାତ୍ର କହିଛନ୍ତି। ସେମାନେ କହିଛନ୍ତି, “ବାଲାସାହେବ ଠାକରେ ପୁଣେରେ ଜନ୍ମ ଗ୍ରହଣ କରିଥିଲେ। ଆଉ ସବୁ କିଛି ପୁଣେରୁ ଆରମ୍ଭ ହୋଇଛି। ବିଦ୍ରୋହୀ ବିଧାୟକମାନେ ରାସ୍ତାରେ ଚାଲି ପାରିବେ ନାହିଁ।

ଯଦି ସେମାନେ ସୁରକ୍ଷା ଚାହାନ୍ତି, ତା’ହେଲେ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ। ସେମାନଙ୍କୁ ମହାରାଷ୍ଟ୍ରର ସୁରକ୍ଷା ମିଳିବ ନାହିଁ। ମହାରାଷ୍ଟ୍ରରେ ଶିବସେନା ସରକାର ଚାଲିଛି। ଏବେ ଜଣଙ୍କ ଅଫିସ ଭଙ୍ଗା ଯାଇଛି। ଆଗକୁ ଆହୁରି ବିଧାୟକଙ୍କୁ ସମଦଶା ଭୋଗିବାକୁ ପଡ଼ିବ।”

ଅନ୍ୟପକ୍ଷରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜାକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, ଦଳୀୟ କର୍ମୀଙ୍କ ଆକ୍ରୋଶକୁ ରୋକିବା ଅସମ୍ଭବ। ଆଜିର ଭଙ୍ଗାରୁଜା ଶିବ ସୈନିକଙ୍କ ଆକ୍ରୋଶର ପ୍ରତିଫଳନ। ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି। ଏଯାଏ ଶିବ ସୈନିକ ରାସ୍ତାକୁ ଓହ୍ଲାଇ ନାହାନ୍ତି। ଯଦି ସେମାନେ ଆସିବେ, ତା’ହେଲେ ରାସ୍ତାରେ ନିଆଁ ଜଳିବ ବୋଲି ସେ କହିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ବି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ। ଅନେକ ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟରେ ଆମକୁ ସମର୍ଥନ କରିବେ। ବିଧାନସଭାରେ କାହାର କେତେ ଶକ୍ତି, ତାହା ଜଣାପଡ଼ିବ ବୋଲି ସେ ପୁଣିଥରେ ଦୋହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story