Advertisment

ପଢ଼ିବା ପାଇଁ ଉପନ୍ୟାସ ବହି ମାଗୁଛି ଅଫତାବ

ନୂଆଦିଲ୍ଲୀ: ନିଜ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ମନରେ ଅନୁତାପ ନଥିଲା କି ଅନୁଶୋଚନା ନଥିଲା। ଏବେ ଗିରଫ ହୋଇ ଜେଲରେ ରହିବା ପରେ ବହି ପଢ଼ିବାକୁ ମନ ବଳାଇଛନ୍ତି। ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଜହ୍ଲାହ ପ୍ରେମିକ ଅଫତାବ ପୁନୱାଲା ତିହାର ଜେଲରେ ଥିବା ବେଳେ ସେ କିଛି ସାହିତ୍ୟ ଓ ଉପନ୍ୟାସ  ବହି ପଢ଼ିବାକୁ ଆବେଦନ କରିଛନ୍ତି । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିଛନ୍ତି ଜେଲ କର୍ତ୍ତୃପକ୍ଷ। ପ୍ରସିଦ୍ଧ […]

author-image
Tapas Behera
୫ଟି ଛୁରୀରେ ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରିଥିଲା ଅଫତାବ, ମିଳୁନି କରତର ପତ୍ତା

aftab

ନୂଆଦିଲ୍ଲୀ: ନିଜ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ମନରେ ଅନୁତାପ ନଥିଲା କି ଅନୁଶୋଚନା ନଥିଲା। ଏବେ ଗିରଫ ହୋଇ ଜେଲରେ ରହିବା ପରେ ବହି ପଢ଼ିବାକୁ ମନ ବଳାଇଛନ୍ତି। ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଜହ୍ଲାହ ପ୍ରେମିକ ଅଫତାବ ପୁନୱାଲା ତିହାର ଜେଲରେ ଥିବା ବେଳେ ସେ କିଛି ସାହିତ୍ୟ ଓ ଉପନ୍ୟାସ  ବହି ପଢ଼ିବାକୁ ଆବେଦନ କରିଛନ୍ତି । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିଛନ୍ତି ଜେଲ କର୍ତ୍ତୃପକ୍ଷ। ପ୍ରସିଦ୍ଧ ଲେଖକ ପଲ ରୁକ୍ସଙ୍କ ବହି  ଦି ଗ୍ରେଟ ରେଳୱେ ବଜାର ଭଳି ଅନ୍ୟ କିଛି ନୋଭେଲ ବହି ପଢ଼ିବାକୁ ମାଗିଛନ୍ତି।

Advertisment

ତେବେ ସେ ଆବେଦନ କରିଥିବା ବହି ଗୁଡ଼ିକରେ ଯେପରି ଅପରାଧିକ କାହାଣୀ ନଥିବ ସେନେଇ ଯାଞ୍ଚ କରିବେ ଜେଲ କର୍ତ୍ତୃପକ୍ଷ। ଯଦି ଅପରାଧିକ ପୃଷ୍ଟ ଭୂମି ତଥା କିଛି କାହାଣୀ ଥିବ ସେ ବହି ଗୁଡ଼ିକୁ ତାଙ୍କୁ ଦିଆଯିବ ନାହିଁ। କାଳେ ସେହି ବହି ପଢ଼ି ପୁଣି ଅପରାଧ ଭିଆଇବା ପାଇଁ ପ୍ରେରିତ ହେବ  କିମ୍ବା ସାଥୀ କଏଦୀମାନଙ୍କୁ ହଇରାଣ କରିବ ସେହି ଆଶଙ୍କାରେ ତାଙ୍କୁ ସେ ବହି ଗୁଡ଼ିକୁ ଦିଆଯିବ ନାହିଁ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

ଅଫତାବ ପୁନାୱାଲାର ନାର୍କୋ ଆନାଲିସିସ୍ ଟେଷ୍ଟ ଗୁରୁବାର ଶେଷ ହୋଇଛି। ରୋହିଣୀସ୍ଥିତ ଡକ୍ଟର ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ଦୁଇ ଘଣ୍ଟା ଧରି ହୋଇଥିବା ଏହି ଟେଷ୍ଟ ସଫଳ ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ନାର୍କୋ ଟେଷ୍ଟ ପରେ ଅଫତାବର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର କମିସନର (ଆଇନ ଶୃଙ୍ଖଳା) ସାଗର ପ୍ରୀତ ହୁଦା କହିଛନ୍ତି ଯେ ଅଫତାବର ନାର୍କୋ ପରୀକ୍ଷା ​‌ସଫଳତାର ସହ ଶେଷ ହୋଇଛି। ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ଦେଇଥିବା ଉତ୍ତରକୁ ଫରେନସିକ୍ ସାଇନ୍ସ ଲାବୋରଟୋରୀ (ଏଫଏସ୍‌ଏଲ୍‌)ରେ ଯାଞ୍ଚ କରାଯିବ। ସେହିପରି  ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ହତ୍ୟାକାଣ୍ଡ ଘଟାଇଥିବା ନେଇ ସ୍ବୀକାର କରିଥିଲା।

Advertisment