Advertisment

ଶ୍ରଦ୍ଧା ହତ୍ୟା ମାମଲା: ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱକର ହତ୍ୟା ମାମଲରେ ତଦନ୍ତ ଜୋରଦାର କରିଛି ଦିଲ୍ଲୀ ପୁଲିସ। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ କିପରି ଓ କେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ହୋଇଛି। ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ […]

ଅଦ୍ୟତନ ହୋଇଛି
ଶ୍ରଦ୍ଧା ହତ୍ୟା ମାମଲା: ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ

shraddha-murder-case-searching

Advertisment

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱକର ହତ୍ୟା ମାମଲରେ ତଦନ୍ତ ଜୋରଦାର କରିଛି ଦିଲ୍ଲୀ ପୁଲିସ। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ କିପରି ଓ କେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ହୋଇଛି।

Advertisment

ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି। ସମସ୍ତ ମାଂସଖଣ୍ଡ ମାନବ ଅଙ୍ଗ ବୋଲି କୁହାଯାଉଛି। ଏଥିସହ ଏହି ମାଂସଖଣ୍ଡର ଶ୍ରଦ୍ଧାଙ୍କ ବାପାଙ୍କ ସହ ଡିଏନ୍ ମେଳ ପାଇଁ ନମୁନା ପଠାଯିବ। ଅନ୍ୟ ମାଂସ ଖଣ୍ଡର ସନ୍ଧାନ ଜାରି ରହିଥିବା ପୁଲିସ କହିଛି।

ଦିଲ୍ଲୀରେ ଶ୍ରଦ୍ଧା ଓ ଆଫତାବ୍ କିଛି ଦିନ ଲିଭି-ଇନ୍‌ରେ ରହିଥିଲେ। ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ। ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ତେବେ ପାଞ୍ଚ ମାସ ପରେ ପୁଲିସ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍ କରିଛି। ମୁମ୍ବାଇରେ ଡେଟିଂ ଆପ୍‌ରେ ଦେଖାସାକ୍ଷାତ ତା’ପରେ ଲଭ୍ ଷ୍ଟୋରୀ ଠାରୁ ଦିଲ୍ଲୀରେ ହତ୍ୟା ପର୍ଯ୍ୟନ୍ତ ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିଛି ପୁଲିସ।

Advertisment

ଦକ୍ଷିଣ ଦିଲ୍ଲୀର ଅତିରିକ୍ତ ଡିସିପି ଅଙ୍କିତ ଚୌହାନ କହିଛନ୍ତି, ୨୭ ବର୍ଷୀୟା ଶ୍ରଦ୍ଧା ମୁମ୍ବାଇର ଏକ କଲ୍ ସେଣ୍ଟରରେ କାମ କରୁଥିଲେ। ଶ୍ରଦ୍ଧା ଏବଂ ପୁନାୱାଲା ଡେଟିଂ ଆପ୍ ଦ୍ୱାରା ପରସ୍ପରକୁ ଜାଣିଥିଲେ। ଉଭୟ ଶ୍ରଦ୍ଧା ଏବଂ ଆଫତାବ ପ୍ରଥମେ ମୁମ୍ବାଇରେ ଲିଭ୍ ଇନ ରିଲେସନସିପ୍‌ରେ ରହୁଥିଲେ। କିନ୍ତୁ ଶ୍ରଦ୍ଧାଙ୍କ ପରିବାର ସଦସ୍ୟ ତାଙ୍କର ଏହି ସମ୍ପର୍କକୁ ଗ୍ରହଣ କରିନଥିଲେ। ଏହାପରେ ଶ୍ରଦ୍ଧା ଆଫତାବ ସହ ଦିଲ୍ଲୀ ପଳାଇ ଆସିଥିଲେ । ଉଭୟ ଦକ୍ଷିଣ ଦିଲ୍ଲୀର ମେହରଲି ଅଞ୍ଚଳରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ।

ପୁଲିସ ଅନୁଯାୟୀ ଉଭୟ ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଦିଲ୍ଲୀ ଆସିଥି‌ଲେ। ଶ୍ରଦ୍ଧା ବାରମ୍ବାର ଆଫତାବକୁ ବିବାହ ପାଇଁ ବାଧ୍ୟ କରୁଥିଲେ । ମେ’ ୧୮ ତାରିଖରେ ଶ୍ରଦ୍ଧା ଏବଂ ଆଫତାବଙ୍କ ମଧ୍ୟରେ ବିବାହକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟିଚିପି ମାରି ଦେଇଥିଲା।

ଆଫତାବ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରି ୩୫ ଖଣ୍ଡରେ କାଟିବା ପରେ ଏକ ୩୦୦ ଲିଟର ରେଫ୍ରିଜେଟରେ ଭର୍ତ୍ତି କରି ରଖିଥିଲା। ପରେ ଖଣ୍ଡବିଖଣ୍ଡିତ ମର ଶରୀରର ଦୁଇ ଦୁଇ ଖଣ୍ଡକୁ ନେଇ ପ୍ରତିଦିନ ରାତି ୨ଟାରେ ଫିଙ୍ଗୁଥିଲା। ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ଆରାମରେ ବୁଲୁଥିଲା। ଆଜି ମେହରୁଲି ପୁଲିସ ଅଭିଯୁକ୍ତକୁ ସାଙ୍ଗରେ ନେଇ ଉକ୍ତ ଜଙ୍ଗଲରେ ଛାନବିନ୍ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe