Advertisment

ଅଫତାବ ମୋତେ ହତ୍ୟା କରିବା ସହ କାଟି ଦେବ: ୨ ବର୍ଷ ତଳେ ପୁଲିସକୁ କହିଥିଲେ ଶ୍ରଦ୍ଧା

ମୁମ୍ବାଇ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ପୁନାୱାଲା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଘଟଣାର ୨ ବର୍ଷ ପୂର୍ବରୁ ଶ୍ରଦ୍ଧା ମୁମ୍ବାଇ ପୁଲିସ୍‌କୁ ଅଫତାବ ଦେଉ ଥିବା ନିର୍ଯାତନା ସମ୍ପର୍କରେ ଜଣାଇ ସାରିଥିଲେ। ଅଫତାବ ୬ ମାସ ହେଲା ତାଙ୍କୁ ମାଡ଼ ମାରୁଥିଲା। ଏଥିସହ ସେ ତାଙ୍କୁ ହତ୍ୟା କରି ଖଣ୍ଡଖଣ୍ଡ କରି କାଟି ଦେବାକୁ ଚାହୁଁଥିବା ଶ୍ରଦ୍ଧା ୨୦୨୦ରେ ଗୋଟିଏ ଚିଠି ଲେଖି […]

ଅଫତାବ ମୋତେ ହତ୍ୟା କରିବା ସହ କାଟି ଦେବ: ୨ ବର୍ଷ ତଳେ ପୁଲିସକୁ କହିଥିଲେ ଶ୍ରଦ୍ଧା

aftab

Advertisment

ମୁମ୍ବାଇ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ପୁନାୱାଲା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଘଟଣାର ୨ ବର୍ଷ ପୂର୍ବରୁ ଶ୍ରଦ୍ଧା ମୁମ୍ବାଇ ପୁଲିସ୍‌କୁ ଅଫତାବ ଦେଉ ଥିବା ନିର୍ଯାତନା ସମ୍ପର୍କରେ ଜଣାଇ ସାରିଥିଲେ।

Advertisment

ଅଫତାବ ୬ ମାସ ହେଲା ତାଙ୍କୁ ମାଡ଼ ମାରୁଥିଲା। ଏଥିସହ ସେ ତାଙ୍କୁ ହତ୍ୟା କରି ଖଣ୍ଡଖଣ୍ଡ କରି କାଟି ଦେବାକୁ ଚାହୁଁଥିବା ଶ୍ରଦ୍ଧା ୨୦୨୦ରେ ଗୋଟିଏ ଚିଠି ଲେଖି ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଶ୍ରଦ୍ଧାଙ୍କ ହାତ ଲେଖା ଉକ୍ତ ଚିଠି ଏବେ ସାମ୍ନାକୁ ଆସିଛି। ୨୦୨୦ ମସିହାରେ ଶ୍ରଦ୍ଧା ମହାରାଷ୍ଟ୍ରର ବସାଇ ଅନ୍ତର୍ଗତ ନିଜ ଘର ତିଲୁଞ୍ଜ ପୁଲିସ ନିକଟରେ ଏପରି ଅଭିଯୋଗ କରିଥିଲେ।

ଅଫତାବ ଓ ଶ୍ରଦ୍ଧା ଏକାଠି ଗୋଟିଏ ଫ୍ଲାଟରେ ରହୁଥିଲେ। ସେଠାରେ ଅଫତାବ ତାଙ୍କୁ ମାଡ଼ ମାରିବାରୁ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଶ୍ରଦ୍ଧା ଚିଠିରେ ଦାବି କରିଛି ଯେ ମାଡ଼ ମରାଯିବା ସମ୍ପର୍କରେ ଅଫତାବର ପରିବାର ଲୋକ ମଧ୍ୟ ଜାଣିଛନ୍ତି। ତେବେ ସ୍ଥାନୀୟ ପୁଲିସ୍‌ କହିଛି ଯେ ଅଫତାବ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଶ୍ରଦ୍ଧା ଆଉ ଗୋଟିଏ ଚିଠି ଦେଇଥିଲେ।

Advertisment

ଏଥିରେ ସେ ଅଫତାବଙ୍କ ସହ ତାଙ୍କର ଆଉ କୌଣସି ପ୍ରକାରର ବିବାଦ ନଥିବା କହିଥିଲେ। ଏଥିସହ ଅଫତାବ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ସେ ପୁଲିସ୍‌କୁ ଅନୁରୋଧ କରିଥିଲେ। ତେଣୁ ପୁଲିସ୍‌ ଅଫତାବ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଏବେ ଅଫତାବର ବାପା ମା’ ପୂରା ଘଟଣାରେ ନିଜର ବୟାନ ରେକର୍ଡ କରାଇବାକୁ ଦିଲ୍ଲୀ ଆସିଛନ୍ତି। ସେହିପରି ଅଫତାବ ଅତ୍ୟାଚାର ସମ୍ପର୍କରେ ଶ୍ରଦ୍ଧା ତାଙ୍କର ଜଣେ ବନ୍ଧୁ କରନଙ୍କୁ କହିଥିଲେ। ତାଙ୍କ ବୟାନ ମଧ୍ୟ ଦିଲ୍ଲୀ ପୁଲିସ୍‌ ରେକର୍ଡ କରିବ।

Untitled-4
୨୦୨୦ ନଭେମ୍ବର ୨୩ରେ ଶ୍ରଦ୍ଧା ହ୍ୱାଟସଆପ୍ ଯୋଗେ ବନ୍ଧୁ କରନଙ୍କୁ ସବୁ କଥା କହିବା ସହ ଅଫତାବର ମାଡ଼ ଯୋଗୁ ସେ ଆହତ ହୋଇଥିବା ବେଳର ଫଟୋକୁ ମଧ୍ୟ ଦେଖାଇଥିଲେ। ଏହାର ସପ୍ତାହକ ପରେ ସେ ୩ ଦିନ ପାଇଁ ହସ୍ପିଟାଲରେ ମଧ୍ୟ ଆଡମିଟ ହୋଇଥିଲେ।

ଶ୍ରଦ୍ଧା ୨୦୨୦ ମସିହା ନଭେମ୍ବର ୨୩ ଅର୍ଥାତ ଆଜକୁ ଠିକ ଦୁଇ ବର୍ଷ ତଳେ ପୁଲିସ୍‌କୁ ଲେଖିଥିବା ଚିଠିରେ କହିଥିଲେ ଯେ “ଆଜି ସେ (ଅଫତାବ) ମୋତେ ଅଣନିଃଶ୍ୱାସ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ସେ ମୋତେ ଭୟଭୀତ କରିବା ସହ ବ୍ଲାକମେଲ ମଧ୍ୟ କରୁଛି।

ମୋତେ ହତ୍ୟା କରିବ ଓ ମୋ ମୃତଦେକୁ ଖଣ୍ଡଖଣ୍ଡ କରି କାଟିବା ପରେ ଫିଙ୍ଗି ଦେବ ବୋଲି ଧମକାଉଛି। ଦୀର୍ଘ ୬ ମାସ ହେଲାଣି ସେ ମୋତେ ମାଡ଼ ମାରିବା ସହ ନିର୍ଯାତନା ଦେଉଛି। କିନ୍ତୁ ପୁଲିସ୍‌ ପାଖକୁ ଯିବାକୁ ମୋର ସାହାସ ହେଉନି। କାରଣ ସେ ମୋତେ ମାରି ଦେବ ବୋଲି ଚେତେବନୀ ଦେଇଛି।

ଅଫତାବ ମୋତେ ମାଡ଼ ମାରିବା କଥା ତା’ ବାପା ମା’ ଜାଣିଛନ୍ତି। ସେମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଆମେ ଦୁଇ ଜଣ ଏକାଠି ରହୁଛୁ। ସେମାନେ ଛୁଟି ଦିନରେ ଆମ ପାଖକୁ ବୁଲିବାକୁ ମଧ୍ୟ ଆସନ୍ତି। ଆଜି ବି ମୁଁ ତା’ ସହ ରହୁଛି। ଆମେ ଖୁବଶୀଘ୍ର ବିବାହ କରିବୁ। ଅଫତାବର ପରିବାର ଲୋକଙ୍କ ଆଶୀର୍ବାଦରେ ବାହାଘର ହେବାର ଅଛି। କିନ୍ତୁ ମୁଁ ତା’ ସହ ରହିବାକୁ ଚାହୁଁନି। ତେଣୁ ସେ ମୋତେ ବ୍ଲାକମେଲ କରିବା ସହ ଯେଉଁଠି ବି ଦେଖିଲେ ମାଡ଼ ମାରିବ ଓ ହତ୍ୟା କରିବ ବୋଲି ଧମକ ଦେଉଛି।”

ତେବେ ଏହି ଚିଠି ପରେ ମଧ୍ୟ ଶ୍ରଦ୍ଧା ଓ ଅଫତାବ ଅଲଗା ହୋଇ ନଥିଲେ। ୬ ମାସ ହେଲା ମାଡ଼ ଓ ହତ୍ୟା ଉଦ୍ୟମ ସତ୍ତ୍ୱେ ଶ୍ରଦ୍ଧା ତାଙ୍କ ପାର୍ଟନର ଅଫତାବ ସହ ଚଳିତ ବର୍ଷ ମେ’ ମାସରେ ଦିଲ୍ଲୀ ଆସିଥିଲେ। ହିନ୍ଦୁ-ମୁସଲିମ ପ୍ରେମ ସମ୍ପର୍କକୁ ଶ୍ରଦ୍ଧାଙ୍କ ଘର ଲୋକ ଅନୁମତି ଦେଇ ନଥିଲେ। ଏଥିପାଇଁ ଶ୍ରଦ୍ଧାଙ୍କ ସହ ତାଙ୍କ ପରିବାର ଲୋକ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe