Advertisment

ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ! ନାମାଙ୍କନ ଭରିବାକୁ ଯାଉଥିଲେ

ଲକ୍ଷ୍ନୌ: କ୍ୟାବିନେଟ ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ। ନାମାଙ୍କନ ଭରିବାକୁ ଯାଉଥିବା ୟୁପି ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଜଣେ ଦୁର୍ବୃତ୍ତ। ବ୍ଲେଡ୍‌ ଓ ବିଷରେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା ହୋଇଛି। ତେବେ ସଠିକ୍‌ ସମୟରେ ଆକ୍ରମଣକାରୀଙ୍କୁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ଅଟକାଇ ଦେଇଛନ୍ତି ଓ ତାକୁ ପୁଲିସ ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରୁଛି। ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ନାମାଙ୍କନପତ୍ର […]

ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ! ନାମାଙ୍କନ ଭରିବାକୁ ଯାଉଥିଲେ

sidharth-nath-singh

Advertisment

ଲକ୍ଷ୍ନୌ: କ୍ୟାବିନେଟ ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ। ନାମାଙ୍କନ ଭରିବାକୁ ଯାଉଥିବା ୟୁପି ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଜଣେ ଦୁର୍ବୃତ୍ତ। ବ୍ଲେଡ୍‌ ଓ ବିଷରେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା ହୋଇଛି। ତେବେ ସଠିକ୍‌ ସମୟରେ ଆକ୍ରମଣକାରୀଙ୍କୁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ଅଟକାଇ ଦେଇଛନ୍ତି ଓ ତାକୁ ପୁଲିସ ଜିମା ଦେଇଛନ୍ତି।

Advertisment

ପୁଲିସ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରୁଛି। ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ନାମାଙ୍କନପତ୍ର ଦାଖଲ କରିବାକୁ ମୁଣ୍ଡେରାର ନିର୍ବାଚନ କାର୍ଯ୍ୟାଳୟକୁ ଯାଉଥିବାବେଳେ ବ୍ଲେଡରେ ତାଙ୍କ ଉପରକୁ ଜଣେ ଯୁବକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ମାମଲା ପ୍ରୟାଗରାଜର ଧୁମନଙ୍ଗଞ୍ଜ ଅଞ୍ଚଳରେ ଥିବା ମୁଣ୍ଡେର ବିଜେପି କାର୍ଯ୍ୟାଳୟ ନିକଟରେ ଘଟିଥିଲା। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ସହ ପୁଲିସ ମଧ୍ୟ ଚକିତ ହୋଇଯାଇଛି।

ସୂଚନା ମୁତାବକ, ପାଖେଇ ଆସୁଛି ଉତ୍ତରପ୍ରେଦଶ ବିଧାନସଭା ନିର୍ବାଚନ। ୟୁପି ନିର୍ବାଚନରେ ବିଜେପି ସିଦ୍ଧାର୍ଥ ନାଥ ସିଂହଙ୍କୁ ପ୍ରୟାଗରାଜ ପଶ୍ଚିମ ଆସନରୁ ଟିକେଟ ଦେଇଛି। ଏହି ଆସନରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ଉତ୍ତରପ୍ରଦେଶ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଫେବ୍ରୁଆରୀ ୨୭ରେ ଭୋଟିଂ ହେବ।

Advertisment

୨୦୧୭ରେ ସିଦ୍ଧାର୍ଥନାଥ ସିଂହ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଋଚା ସିଂହଙ୍କୁ ବିପୁଳ ଭୋଟରେ ହରାଇଥିଲେ। ସିଦ୍ଧାର୍ଥ ୟୁପିରେ କ୍ୟାବିନେଟ୍‌ ମନ୍ତ୍ରୀ ହେବା ସହ ଯୋଗୀ ସରକାରଙ୍କ ପ୍ରବକ୍ତା ମଧ୍ୟ। ସିଦ୍ଧାର୍ଥସିଂହ ନାଥ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ନାତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe