Advertisment

ହାରିଲେ ସିଦ୍ଧୁ ଓ ବାଦଲ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଜୋରଦାର ଝଟକା ଲାଗିଛି। ସେ ଅମୃତସର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କୁ ହାରିବାକୁ ପଡ଼ିଛି। ଏଠାରେ ତାଙ୍କର ଟକ୍କର ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଓ ଆପ୍‌ର ଜୀବନ ଜ୍ୟୋତି କୌରଙ୍କ ସହ ହୋଇଥିଲା। ତେବେ ମାଜିଥିଆ ଓ ସିଦ୍ଧୁଙ୍କୁ ହରାଇ ଜୀବନ ଜ୍ୟୋତି ବିଜୟ ଲାଭ କରିଛନ୍ତି। ଆଜି ଭୋଟ ଗଣତି ବେଳଠାରୁ […]

author-image
Hemant Lenka
ସିଦ୍ଧୁ ଶୁଭେଚ୍ଛା ଜଣାଇଲେ, ସମର୍ଥକ ବିରୋଧ କଲେ

sidhu

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଜୋରଦାର ଝଟକା ଲାଗିଛି। ସେ ଅମୃତସର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କୁ ହାରିବାକୁ ପଡ଼ିଛି। ଏଠାରେ ତାଙ୍କର ଟକ୍କର ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଓ ଆପ୍‌ର ଜୀବନ ଜ୍ୟୋତି କୌରଙ୍କ ସହ ହୋଇଥିଲା। ତେବେ ମାଜିଥିଆ ଓ ସିଦ୍ଧୁଙ୍କୁ ହରାଇ ଜୀବନ ଜ୍ୟୋତି ବିଜୟ ଲାଭ କରିଛନ୍ତି।

Advertisment

ଆଜି ଭୋଟ ଗଣତି ବେଳଠାରୁ ସିଦ୍ଧୁ ପଛରେ ପଡ଼ିଥିଲେ। ଶେଷରେ ତାଙ୍କୁ ହାରିବାକୁ ପଡ଼ିଛି। ସିଦ୍ଧୁ ଅମୃତସର ଆସନରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ସେ ଅମୃତସର ଇଷ୍ଟରୁ ୨୦୧୭ରେ କଂଗ୍ରେସ ଟିକେଟରେ ଲଢ଼ି ବିଧାନସଭାକୁ ଯାଇଥିଲେ।

ଜିତିବା ପରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଥିଲେ। ଏହାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ତିକ୍ତତା ଆରମ୍ଭ ହୋଇଥିଲା। ଶେଷରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପ୍ଟେନ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିଲେ। କଂଗ୍ରେସ ସିଦ୍ଧୁଙ୍କୁ ସମର୍ଥନ କରି ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା।

Advertisment

ହେଲେ ଦଳକୁ ବିପର୍ଯ୍ୟୟର ସାମ୍ନାକୁ କରିବାକୁ ପଡ଼ିଛି। ଏଠାରେ ଆପ୍‌ ସରକାର ଗଠନ କରିବାକୁ ଯାଉଛି। ସେହିପରି ସିଦ୍ଧୁ ନିଜର ଆସନ ବଞ୍ଚାଇ ପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ ଅକାଳୀ ସୁପ୍ରିମୋ ତଥା ୫ଥର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ମଧ୍ୟ ଲମ୍ବି ଆସନରେ ଜିତି ପାରି ନାହାନ୍ତି। ସେ ଏଠାରେ ଆପ୍‌ ପ୍ରାର୍ଥୀ ଗୁରମିତ ସିଂହ ଖୁଡିଆନଙ୍କ ଠାରୁ ପରାସ୍ତ ହୋଇଛନ୍ତି। ବାଦଲ ହେଉଛି ଭାରତର ସବୁଠାରୁ ବୟସ୍କ ରାଜନେତା। କିନ୍ତୁ ତାଙ୍କୁ ଆପ୍‌ର ଗୁରମିତ ହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।