Advertisment

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ: ଅପ୍ରତ୍ୟାଶିତ ଘଟଣାକ୍ରମେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ପଞ୍ଜାବର ଭବିଷ୍ୟତ ପାଇଁ ସେ କୌଣସି ପ୍ରକାରର ସାଲିସ କରିବାକୁ ଚାହୁଁ ନାହାନ୍ତି। ଏହାସହିତ ସେ କଂଗ୍ରେସରେ ରହିବେ ବୋଲି ଲେଖିଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। […]

ଅଦ୍ୟତନ ହୋଇଛି
ଖାଲି ହାତରେ ଫେରିଲେ ସିଦ୍ଧୁ!

sidhu1

Advertisment

ଚଣ୍ଡିଗଡ: ଅପ୍ରତ୍ୟାଶିତ ଘଟଣାକ୍ରମେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି।

Advertisment

ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ପଞ୍ଜାବର ଭବିଷ୍ୟତ ପାଇଁ ସେ କୌଣସି ପ୍ରକାରର ସାଲିସ କରିବାକୁ ଚାହୁଁ ନାହାନ୍ତି। ଏହାସହିତ ସେ କଂଗ୍ରେସରେ ରହିବେ ବୋଲି ଲେଖିଛନ୍ତି।

କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତଭେଦ ହୋଇସାରିଛି। ରାଣା ଗୁରଜିତ ସିଂହଙ୍କୁ ମନ୍ତ୍ରୀ କରିବା ନେଇ ଏକ ଗୋଷ୍ଠୀ ନାପସନ୍ଦ କରିଥିଲେ। ସେମାନେ ଏହାକୁ ବିରୋଧ କରିଥିବା ବେଳେ ସିଦ୍ଧୁ ମଧ୍ୟ ସେମାନଙ୍କ ସପକ୍ଷରେ ଯାଇ ରାଣା ଗୁରଜିତଙ୍କୁ ମନ୍ତ୍ରୀ ନକରିବାକୁ ଚନ୍ନିଙ୍କୁ କହିଥିଲେ। ତେବେ ଚନ୍ନିଙ୍କ ତାଙ୍କ କଥା ମାନି ନଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତ କାରଣ କ'ଣ ଏଯାଏଁ ଜଣାପଡିନାହିଁ।

Advertisment

ମାତ୍ର ୭୨ ଦିନ ପରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଦଳ ଜୁଲାଇ ମାସରେ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ ଘୋଷଣା କରିଥିଲା। ଏହାପରେ କିଛି ଦିନ ତଳେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସରକାର ଭାଙ୍ଗିଥିଲା। ଆଉ ଚରଣଜିତ ସିଂହ ଚନ୍ନି ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କୁହାଯାଉଛି ଯେ, ସେ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ। ସେ ବିଜେପିରେ ମିଶିବେ ବୋଲି ମଧ୍ୟ ଆକଳନ କରାଯାଉଛି।

https://twitter.com/sherryontopp/status/1442783782868717577?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe