Advertisment

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ସିଦ୍ଧୁ

ଅମୃତସର: ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ନେଉନି। ନବଜୋତ ସିଂହ ସିଦ୍ଧୁ ରାଜ୍ୟର ପିସିସି ସଭାପତି ପଦ ପାଇବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହିତ ବିବାଦ ଥମିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଭଳି କିଛି ହୋଇନାହିଁ। ବିଧାୟକ ନବଜୋତ ସିଂହ ସିଦ୍ଧୁ ଆଜି କହିଛନ୍ତି, ‘କ୍ୟାପଟେନ ସାହାବ ଆପଣ କୃଷି ଆଇନକୁ ରଦ୍ଦ କରନ୍ତୁ। ନହେଲେ ମୁଁ ଏବଂ ଆମ ବିଧାୟକ କୃଷି ଆଇନକୁ ହଟାଇ ଦେବୁ’। ସିଦ୍ଧୁ ଏକ ଜନସଭାରେ ଏଭଳି […]

ଅଦ୍ୟତନ ହୋଇଛି
ସିଦ୍ଧୁ ବନାମ ସିଂହ: ଦିଲ୍ଲୀ ଗସ୍ତରେ ପଞ୍ଜାବ କଂଗ୍ରେସ ସାଂସଦ

navjot singh sidhu vs captain amrinder

Advertisment

ଅମୃତସର: ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ନେଉନି। ନବଜୋତ ସିଂହ ସିଦ୍ଧୁ ରାଜ୍ୟର ପିସିସି ସଭାପତି ପଦ ପାଇବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହିତ ବିବାଦ ଥମିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେଭଳି କିଛି ହୋଇନାହିଁ। ବିଧାୟକ ନବଜୋତ ସିଂହ ସିଦ୍ଧୁ ଆଜି କହିଛନ୍ତି, 'କ୍ୟାପଟେନ ସାହାବ ଆପଣ କୃଷି ଆଇନକୁ ରଦ୍ଦ କରନ୍ତୁ। ନହେଲେ ମୁଁ ଏବଂ ଆମ ବିଧାୟକ କୃଷି ଆଇନକୁ ହଟାଇ ଦେବୁ'। ସିଦ୍ଧୁ ଏକ ଜନସଭାରେ ଏଭଳି କହିଛନ୍ତି। 'ମୁଁ ଏବଂ ଆମ ବିଧାୟକ କୃଷି ଆଇନକୁ ହଟାଇ ଦେବୁ' କହି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପଦକୁ ପରୋକ୍ଷରେ ଚ୍ୟାଲେଞ୍ଜ କରିଥିବା ଚର୍ଚ୍ଚା ହେଉଛି। ଦଳ ଭିତରେ ସେ ବିଧାୟକଙ୍କୁ ନେଇ ଗୋଟିଏ ଗ୍ରୁପ କରୁଥିବା ପରୋକ୍ଷରେ ସୂଚାଇଛନ୍ତି।

Advertisment

ନିକଟରେ କ୍ୟାପଟେନ ଅମରିନ୍ଦର ଦିଲ୍ଲୀ ଗସ୍ତରେ ଆସି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ଭେଟଘାଟ ବେଳେ ସେ ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ କରିଥିବା ସୂଚନା ରହିଛି। ସରକାର ଚଳାଇବାରେ ସିଦ୍ଧୁ ଏବେ ବଡ଼ କଣ୍ଟା ବୋଲି ଅମରିନ୍ଦର ସୋନିଆଙ୍କୁ କହିଥିବା ସୂଚନା ରହିଛି। ଯାହାକୁ ନେଇ ସୋନିଆ ଏବେ ପଞ୍ଜାବର ପ୍ରଭାରୀ ହରିଶ ରାଓ୍ୱତଙ୍କୁ ବିବାଦର ସମାଧାନ କରିବାକୁ କହିଥିବା ସୂଚନା ରହିଛି। ଏହି ଭେଟଘାଟ ବେଳେ ଆଗକୁ ପଞ୍ଜାବ ସରକାରର ମନ୍ତ୍ରିମଣ୍ଡଳ ଅଦଳ ବଦଳ ବାବଦରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି।

ସେହିପରି ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ସିଦ୍ଧୁ ତାଙ୍କର ରାଜନୀତିକ ପରାମର୍ଶଦାତା ଭାବରେ ଚାରି ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେଥିମଧ୍ୟରୁ  ଅନ୍ୟତମ ପରାମର୍ଶଦାତା ମାଲବିନ୍ଦର ମାଲି ନିକଟରେ କହିଥିଲେ, କ୍ୟାପଟେନ ଅମରିନ୍ଦର ପଞ୍ଜାବର ମୁଖ୍ୟମନ୍ତ୍ରୀ। ହେଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ଏଜେଣ୍ଡାକୁ ରାଜ୍ୟରେ ଲାଗୁ କରୁଛନ୍ତି। ସିଦ୍ଧୁଙ୍କୁ ଅଟକାଇବା ପାଇଁ ଅମରିନ୍ଦର ଅକାଳୀ ଦଳକୁ ଅସ୍ତ୍ର କରୁଛନ୍ତି ବୋଲି ସେ କହିଥିଲେ।

Advertisment

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ପ୍ରଭାରୀ ହରିଶ ରାଓ୍ୱତ ଏବେ ପଞ୍ଜାବ ଗସ୍ତରେ ଆସିବେ ବୋଲି ସୂଚନା ରହିଛି। ମଙ୍ଗଳବାର ସେ ରାଜ୍ୟ କଂଗ୍ରେସର ନେତୃବୃନ୍ଦ ଏବଂ ବିଧାୟକଙ୍କୁ ନେଇ ବୈଠକ କରିବେ ବୋଲି ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe