Advertisment

ସମାଲୋଚନା ପରେ ମାନଙ୍କୁ ସଚ୍ଚୋଟ ବ୍ୟକ୍ତି କହିଲେ ସିଦ୍ଧୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ରଶଂସା କରିଛନ୍ତି। ମାନ୍‌ ଜଣେ ସଚ୍ଚୋଟ ବ୍ୟକ୍ତି ଓ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେ ପଞ୍ଜରବ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକୁ ସମର୍ଥନ କରିବେ ବୋଲି ସିଦ୍ଧୁ କହିଛନ୍ତି। ଦିନକ ପୂର୍ବରୁ ସିଦ୍ଧୁ ପଞ୍ଜାବ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ପୂର୍ବତନ ଆପ୍‌ ନେତା କୁମାର ବିଶ୍ୱାସ ଓ ଅଳକା ଲାମ୍ବାଙ୍କ ବିରୋଧରେ ମାମଲା କରିଥିବାରୁ ସିଦ୍ଧୁ […]

ଅଦ୍ୟତନ ହୋଇଛି
ସମାଲୋଚନା ପରେ ମାନଙ୍କୁ ସଚ୍ଚୋଟ ବ୍ୟକ୍ତି କହିଲେ ସିଦ୍ଧୁ

Punjab

Advertisment

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ରଶଂସା କରିଛନ୍ତି। ମାନ୍‌ ଜଣେ ସଚ୍ଚୋଟ ବ୍ୟକ୍ତି ଓ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେ ପଞ୍ଜରବ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକୁ ସମର୍ଥନ କରିବେ ବୋଲି ସିଦ୍ଧୁ କହିଛନ୍ତି। ଦିନକ ପୂର୍ବରୁ ସିଦ୍ଧୁ ପଞ୍ଜାବ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Advertisment

ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ପୂର୍ବତନ ଆପ୍‌ ନେତା କୁମାର ବିଶ୍ୱାସ ଓ ଅଳକା ଲାମ୍ବାଙ୍କ ବିରୋଧରେ ମାମଲା କରିଥିବାରୁ ସିଦ୍ଧୁ ଏହାକୁ କଟାକ୍ଷ କରିଥିଲେ। ପଞ୍ଜାବ ସରକାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ କାମ କରୁଥିବା ସିଦ୍ଧୁ ଅଭିଯୋଗ କରିଥିଲେ।

ହେଲେ ଦିନକ ପରେ ସିଦ୍ଧୁ ଖୋଲାଖୋଲା ଭାବେ ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଶଂସା କରିଛନ୍ତି। ସିଦ୍ଧୁ କହିଛନ୍ତି, “ପଞ୍ଜାବରେ କ୍ଷମତାକୁ ଫେରିବାକୁ ହେଲେ କଂଗ୍ରେସକୁ ପୁଣିଥରେ ନୂଆ କରି କାମ ଆରମ୍ଭ କରିବାକୁ ପଡ଼ିବ। ରାଜ୍ୟରେ ମାଫିଆ ଓ ସଚ୍ଚୋଟ ବ୍ୟକ୍ତିଙ୍କ ମଧ୍ୟରେ ଲଢ଼େଇ ହେଉଛି। ମୁଁ ସବୁବେଳେ ମୁଖ୍ୟମନ୍ତ୍ରୀ ମାନଙ୍କୁ ମୋ ସାନ ଭାଇ ଭାବେ ବିବେଚନା କରେ।

Advertisment

ସେ ଜଣେ ସଚ୍ଚୋଟ ବ୍ୟକ୍ତି। ମୁଁ କେବେ ହେଲେ ତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିନି। ଯଦି ସେ ମାଫିଆଙ୍କ ବିରୋଧରେ ଲଢ଼େଇ କରିବେ, ତା’ହେଲେ ମୋ ସମର୍ଥନ ତାଙ୍କ ସହ ରହିଛି। ମୁଁ ଦଳୀୟ ରାଜନୀତିକୁ ଉପରକୁ ଯିବାକୁ ପ୍ରସ୍ତୁତ। କାରଣ ଏହା ପଞ୍ଜାବର ସ୍ୱାର୍ଥ ପାଇଁ ଗୋଟିଏ ଲଢ଼େଇ।”

ଦିନକ ପୂର୍ବରୁ ସିଦ୍ଧୁ ଗୋଟିଏ କାର୍ଟୁନ ଶେୟାର କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମାନ ଗୋଟିଏ ସ୍କୁଟର ଉପରେ ଛିଡ଼ା ହୋଇଥିବା ବେଳେ ଏଥିରେ ପଞ୍ଜାବ ସରକାର ଲେଖାଯାଉଛି। ହେଲେ ଏହାକୁ ଅରବିନ୍ଦ କେଜ୍ରିୱାଲ ଚଳାଉଥିବା ଦୃଶ୍ୟ ରହିଥିଲା। ସିଦ୍ଧୁ କାର୍ଟୁନ ସହ ଲେଖିଥିଲେ ଯେ ପଞ୍ଜାବ ସରକାର ଅରବିନ୍ଦ କେଜ୍ରିୱାଲଙ୍କ ଚାବି ଦିଆ କଣ୍ଢେଇ ଭାବେ ପରିଚାଳିତ ହେଉଛି।


କୁମାର ବିଶ୍ୱାସ ଓ ଅଳକା ଲାମ୍ବା ବିରୋଧରେ ପୁଲିସ୍‌ କେସ୍‌ କରି ସରକାର କ୍ରିଟିକ୍ସଙ୍କ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ସଂପୂର୍ଣ୍ଣ ଭାବେ ଅଳକା ଲାମ୍ବାଙ୍କ ସହ ରହିଛି। ପଞ୍ଜାବ ପୁଲିସ୍‌ର ରାଜନୀତିକରଣକୁ ବିରୋଧ କରି କଂଗ୍ରେସକର୍ମୀ ବିକ୍ଷୋଭ କରିବେ ବୋଲି ସେ କହିଥିଲେ।

Bhagwant Mann Navjot Singh Sidhu Punjab Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe