Advertisment

ହଜ୍‌ ଯାତ୍ରା ପାଇଁ କୋଟା ବ୍ୟବସ୍ଥା  ଉଚ୍ଛେଦ ନେଇ କଣ କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହଜ୍‌ ଯାତ୍ରାକୁ ନେଇଥିବା କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ, ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାକୁ ଯାଉଛି। ହଜ୍‌ ଯାତ୍ରା ପାଇଁ ପୂର୍ବରୁ  ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଏବଂ ହଜ୍ କମିଟି ପାଇଁ କୋଟା ସୁବିଧା ଉପଲବ୍ଧ ଥିଲା। ଏହି କୋଟା ମାଧ୍ୟମରେ  ପ୍ରାୟ ୫୦୦ ଲୋକ  ହଜ୍ ଯାଇପାରୁଥିଲେ । ତେବେ ସ୍ମୃତି […]

author-image
Tapas Behera
ଅଦ୍ୟତନ ହୋଇଛି
ହଜ୍‌ ଯାତ୍ରା ପାଇଁ କୋଟା ବ୍ୟବସ୍ଥା  ଉଚ୍ଛେଦ ନେଇ କଣ କହିଲେ ସ୍ମୃତି ଇରାନୀ

smruti-Irani

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହଜ୍‌ ଯାତ୍ରାକୁ ନେଇଥିବା କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ, ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାକୁ ଯାଉଛି। ହଜ୍‌ ଯାତ୍ରା ପାଇଁ ପୂର୍ବରୁ  ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଏବଂ ହଜ୍ କମିଟି ପାଇଁ କୋଟା ସୁବିଧା ଉପଲବ୍ଧ ଥିଲା। ଏହି କୋଟା ମାଧ୍ୟମରେ  ପ୍ରାୟ ୫୦୦ ଲୋକ  ହଜ୍ ଯାଇପାରୁଥିଲେ । ତେବେ ସ୍ମୃତି ଇରାନୀ କହିଛନ୍ତି ଯେ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନିଜର କୋଟା ଛାଡିବା ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାର ସଙ୍କେତ ଦେଉଛି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତୀତରେ ଅନେକ ଭିଭିଆଇପି ସଂସ୍କୃତି ବିରୋଧରେ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ନେତା, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ଗାଡିରେ ନାଲିବତୀକୁ ଉଚ୍ଛେଦ କରାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସର୍ବଦା ଭିଆଇପି ସଂସ୍କୃତି ବିରୋଧ କରି ଆସିଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ବୁଧବାର ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟାର ଅବସାନ ଘଟାଇଛନ୍ତି।  ବର୍ତ୍ତମାନ ଭିଆଇପି ଯାତ୍ରୀମାନେ ସାଧାରଣ ଯାତ୍ରୀଙ୍କ ଭଳି ନିଜର ଯାତ୍ରା କରିବେ । ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀଙ୍କ ସହ ହଜ କମିଟିକୁ ଭିଆଇପି କୋଟା ଆବଣ୍ଟିତ କରାଯାଇଥିଲା ।

୨୦୧୨ ମସିହାରେ ଏହି ଭିଆଇପି କୋଟାର ଶୁଭାରମ୍ଭ କରାଯାଇଥିଲା । ଏଥିରେ ୫ ଶହ ସିଟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ସେଥିରୁ ରାଷ୍ଟ୍ରପତିଙ୍କ ପାଇଁ ୧ ଶହ, ଉପରାଷ୍ଟ୍ରପତିଙ୍କ ପାଇଁ ୭୫ ସିଟ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ୭୫ଟି, ସଂଖ୍ୟାଲଘୁବ୍ୟାପାର ମନ୍ତ୍ରୀଙ୍କ ପାଇଁ ୫୦ଟି ସିଟ୍ ଏବଂ ହଜ କମିଟି ଅଫ୍ ଇଣ୍ଡିଆକୁ ୨ ଶହ ସିଟ୍ ଆବଣ୍ଟନ କରାଯାଇଥିଲା । ଏଥିରୁ କେବଳ ରାଷ୍ଟ୍ରପତିଙ୍କ ଶହେ ସିଟକୁ ଛାଡି ଅନ୍ୟ ୪ ଶହ ଭିଆଇପି ସିଟକୁ ରଦ୍ଦ କରିଦିଆଯାଇଛି । ଏହି ସବୁ କୋଟାକୁ ସାଧାରଣ ଲୋକଙ୍କ ପାଇଁ ଆବଣ୍ଟିତ କରିଦିଆଯାଇଛି ।

Advertisment