Advertisment

ଟିକା ନେବା ପରେ ବି ବଢ଼ୁନି ଆଣ୍ଟିବଡି, ପୁନାଓ୍ୱାଲାଙ୍କ ବିରୋଧରେ ଏଫଆଇଆର

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି। ଲକ୍ଷ୍ନୌର ଜଣେ ବ୍ୟକ୍ତି ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ କହିଛନ୍ତି ସେ କୋଭିଶିଲ୍ଟ ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିଜେନ ବଢୁନାହିଁ। ତେଣୁ ସେ ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁୁଁଛନ୍ତି ବୋଲି ଥାନାରେ କହିଛନ୍ତି। ଲକ୍ଷ୍ନୌର ଆଶିଆନା ଥାନାର ଦ୍ୱାରସ୍ଥ ହୋଇ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟିକା ନେବା ପରେ ବି ବଢ଼ୁନି ଆଣ୍ଟିବଡି, ପୁନାଓ୍ୱାଲାଙ୍କ ବିରୋଧରେ ଏଫଆଇଆର

SII-CEO-Adar-Poonawalla;-co

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି। ଲକ୍ଷ୍ନୌର ଜଣେ ବ୍ୟକ୍ତି ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ କହିଛନ୍ତି ସେ କୋଭିଶିଲ୍ଟ ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିଜେନ ବଢୁନାହିଁ। ତେଣୁ ସେ ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁୁଁଛନ୍ତି ବୋଲି ଥାନାରେ କହିଛନ୍ତି।

Advertisment

ଲକ୍ଷ୍ନୌର ଆଶିଆନା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗତାରୀ ପ୍ରତାପ ଚନ୍ଦ୍ର ପୁନାଓ୍ୱାଲାଙ୍କ ବ୍ୟତୀତ ସ୍ୱାସ୍ଥ୍ୟ ବିଭାବର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ, ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗଭ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଅପର୍ଣ୍ଣା ଉପାଧ୍ୟାୟ ଇତ୍ୟାଦିଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ ପତ୍ରରେ କହିଛନ୍ତି ଏପ୍ରିଲ ୮ରେ ସେ କୋଭିଶିଲ଼୍ଡର ପ୍ରଥମ ଟିକା ନେଇଥିଲେ। ଏପ୍ରିଲ ୨୮ରେ ଦ୍ୱିତୀୟ ଟିକା ନେବାର ଥିଲା। କିନ୍ତୁ ସରକାର ଦ୍ୱିତୀୟ ଟିକା ନେବାର ଅବଧି ୬ ସପ୍ତାହକୁ ବଢ଼ାଇ ଦେଇଥିଲେ। ପରେ ସରକାର ଏହାକୁ ୧୨ ସପ୍ତାହକୁ ବଢ଼ାଇଛନ୍ତି।

ଅଭିଯୋଗକାରୀ ପ୍ରତାପ କହିଛନ୍ତି, ସେ ପ୍ରଥମ ଟିକା ନେବା ପରେ ଅସୁସ୍ଥ ଅନୁଭବ କରୁଛନ୍ତି। ପ୍ରଥମ ଟିକା ନେବା ପରେ ସରକାରୀ ସ୍ୱୀକୃତିପାପ୍ତ ପରୀକ୍ଷାଗାରରେ ଆଣ୍ଟିବଡି ଶରୀରରେ କେତେ ଅଛି ପରୀକ୍ଷା କରାଇଥିଲେ। ଯେଉଁଥିରେ ରିପୋର୍ଟ ଆସିଥିଲା କୌଣସି ଆଣ୍ଟିବଡି ବଢ଼ିନାହିଁ। ବରଂ ତାଙ୍କ ଶରୀରରେ ଥିବା ପ୍ଲେଟିଲେଟସ ୩ ଲକ୍ଷରୁ ୧.୫ ଲକ୍ଷରୁ ଖସି ଆସିଥିବା ସେ କହିଛନ୍ତି। ଯାହାକୁ ନେଇ ସେ ଅସୁରକ୍ଷିତ ବୋଲି କହିଛନ୍ତି। ଥାନାରେ ଅଭିଯୋଗ ବେଳେ ପ୍ରତାପ ଆଇସିଏମଆରର ନିର୍ଦ୍ଦେଶକ ବଳରାମ ଭାର୍ଗବ ପ୍ରେସ କନଫରେନସ ଦେଖାଇଛନ୍ତି। ଯେଉଁଥିରେ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ ନେବା ପରେ ଆଣ୍ଟିବଡି ଭଲ ଭାବରେ ବୃଦ୍ଧି ହେଉଛି ବୋଲି ବଳରାମ କହୁଥିବା ପ୍ରତାପ ପୁଲିସକୁ ପ୍ରମାଣ ଦେଖାଇଛନ୍ତି।

Advertisment

ପୁଲିସ ଯଦିଓ ଅଭିଯୋଗ ଗ୍ରହଣ କରିଛି ବେଲେ ଏଫଆଇଆର ରୁଜୁ ହୋଇନଥିବା ଜଣାପଡ଼ିଛି। ପୁଲିସ ଏହି ମାମଲାକୁ ଗୁରୁତର ସହ ନେବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି ବୋଲି କହିଛି। ତେବେ ଅଭିଯୋଗକାରୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ଯଦି ଏଫଆଇଆର ରୁଜୁ ନକରିବ ତାହେଲେ ପ୍ରତାପ ଚନ୍ଦ୍ର କୋର୍ଟର ଦ୍ୱାରସ୍ଥ୍ ହେବେ ବୋଲି ଚେତାବନୀ ଦେଇଛନ୍ତି।

Serum Institute Of India Adar Poonawalla