/odisha-reporter/media/post_attachments/uploads/2022/05/punajb.jpg)
punajb
ଅମୃତସର: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ଗୁଳି ମାଡ଼। ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରି ତାଙ୍କୁ ହତ୍ୟା କରିଛନ୍ତି। ଗୁଳି ମାଡ଼ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ପଞ୍ଜାବ ଗାୟକ ସିଦ୍ଧୁ ମୋସେୱାଲାଙ୍କ ସହ ୪୨୪ ଜଣଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହା ଘଟଣା ଘଟିଛି।
ସିଦ୍ଧୁ ମୋସେୱାଲା ମନସା ରୁ କଂଗ୍ରେସ ଟିକେଟରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ଆପ୍ ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କଠାରୁ ୬୩,୦୦୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ।
ତେବେ ଦୁର୍ନୀତି ଅଭିଯୋଗରେ ବିଜୟ ସିଙ୍ଗଲାଙ୍କୁ ନିକଟରେ ମନ୍ତ୍ରିମଣ୍ଡଳରୁ ଆପ ସରକାର ବରଖାସ୍ତ କରିଛନ୍ତି। ତେବେ ଗତ ମାସରେ ସିଦ୍ଧୁ ମୋସୱାଲା ‘ସ୍କାପଗୋଟ୍’ ନାମରେ ଏକ ଗୀତ ରିଲିଜ୍ ହୋଇଥିଲା। ଲହି ଗୀତରେ ସେ ଆମ୍ ଆଦମୀ ପାର୍ଟି ସମର୍ଥକଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ଗୀତରେ ସେ ଆପ୍ ସମର୍ଥକଙ୍କୁ ଦେଶଦ୍ରୋହୀ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
