ୱାଶରୁମରେ ପଡ଼ିଗଲେ କଣ୍ଠଶିଳ୍ପୀ ଜୁବୀନ, ମୁଣ୍ଡରେ ଆଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି

ଗୌହାଟୀ: ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା କମ୍ପୋଜର ଜୁବୀନ ଗର୍ଗ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ଗୁରୁତର ଆହତ ହୋଇଛନ୍ତି। ସେ ଆସାମ ଅନ୍ତର୍ଗତ ଦିବ୍ରୁଗଡ଼ର ଗୋଟିଏ ରିସର୍ଟର ୱାଶରୁମରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ତୁରନ୍ତ ଗୌହାଟୀକୁ ଏୟାରଲିଫ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସାମରେ ଜନ୍ମିତ ଜୁବୀନ ଆଜି ମଧ୍ୟାହ୍ନରେ ଗୋଟିଏ ରିସର୍ଟରେ ରହିଥିଲେ। ଏହି ସମୟରେ ସେ ୱାଶରୁମ ବ୍ୟବହାର କରି ଫେରୁଥିବା ବେଳେ ହଠାତ ତାଙ୍କ […]

zubeen

zubeen

Hemant Lenka
  • Published: Wednesday, 20 July 2022
  • , Updated: 20 July 2022, 05:43 PM IST

ଗୌହାଟୀ: ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା କମ୍ପୋଜର ଜୁବୀନ ଗର୍ଗ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ଗୁରୁତର ଆହତ ହୋଇଛନ୍ତି। ସେ ଆସାମ ଅନ୍ତର୍ଗତ ଦିବ୍ରୁଗଡ଼ର ଗୋଟିଏ ରିସର୍ଟର ୱାଶରୁମରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ତୁରନ୍ତ ଗୌହାଟୀକୁ ଏୟାରଲିଫ୍ଟ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆସାମରେ ଜନ୍ମିତ ଜୁବୀନ ଆଜି ମଧ୍ୟାହ୍ନରେ ଗୋଟିଏ ରିସର୍ଟରେ ରହିଥିଲେ। ଏହି ସମୟରେ ସେ ୱାଶରୁମ ବ୍ୟବହାର କରି ଫେରୁଥିବା ବେଳେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଗୋଟିଏ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ସିଟି ସ୍କାନ କରାଯିବା ସହ ମୁଣ୍ଡରେ ଏକାଧିକ ଷ୍ଟିଚ କରାଯାଇଛି। ଏବେ ତାଙ୍କ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଯଦି ଦରକାର ପଡ଼ିବ ଅଧିକ ଚିକିତ୍ସା ପାଇଁ ଜୁବୀନଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯିବ। ସେ ଦିବ୍ରୁଗଡ଼ ଡେପୁଟି କମିଶନରଙ୍କୁ ସିଙ୍ଗର ଜୁବୀନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହାନ୍ତ ମଧ୍ୟ ସ୍ଥିତିର ସମୀକ୍ଷା କରୁଛନ୍ତି।

ଜୁବୀନ ଆସାମିଜ, ବେଙ୍ଗଲୀ ଓ ବଲିଉଡର ଅନେକ ଗୀତ ଗାଇବା ସହ ସେଗୁଡ଼ିକୁ ସଂଗୀତରେ ସଜେଇଛନ୍ତି। ଗ୍ୟାଙ୍ଗଷ୍ଟର ୟା ଅଲୀ ହେଉ କି କ୍ରିଶ ୩ର ଦିଲ୍‌ ତୁହି ବତା ସବୁଥିରେ ଜୁବୀନଙ୍କ ଯାଦୁ ଦେଖିବାକୁ ମିଳିଛି।

Related story