Advertisment

ବିଜେପି କର୍ମୀଙ୍କ ଉପରେ ବୋମା ମାଡ଼

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ବୟାନବାଜି ବଢ଼ିବା ସହିତ ହିଂସା ମଧ୍ୟ ବଢ଼ିଛି। ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେପି-ଟିଏମସି କ୍ଷମତା ଦଖଲ ପାଇଁ ହୁଙ୍କାର ଭରୁଥିବା ବେଳେ ଅନେକ ଦଳୀୟ କର୍ମୀ ଆହତ ସହିତ ମୃତ୍ୟୁ ବରଣ କରିଛନ୍ତି। ଦକ୍ଷିଣ ୨୪ ପାରଗାନା ଜିଲ୍ଲାର ଏକ ଗାଁରେ ବିସ୍ଫୋରଣ ଘଟଣା ଘଟିଛି। ଯେଉଁଥିରେ ୬ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଟିଏମସି ଏଭଳି କରିଥିବା ଅଭିଯୋଗ ରହିଛି। ଦକ୍ଷିଣ ୨୪ର ପାରଗାନା […]

ଅଦ୍ୟତନ ହୋଇଛି
ବିଜେପି କର୍ମୀଙ୍କ ଉପରେ ବୋମା ମାଡ଼

BJP-WORKER-BENGAL

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ବୟାନବାଜି ବଢ଼ିବା ସହିତ ହିଂସା ମଧ୍ୟ ବଢ଼ିଛି। ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେପି-ଟିଏମସି କ୍ଷମତା ଦଖଲ ପାଇଁ ହୁଙ୍କାର ଭରୁଥିବା ବେଳେ ଅନେକ ଦଳୀୟ କର୍ମୀ ଆହତ ସହିତ ମୃତ୍ୟୁ ବରଣ କରିଛନ୍ତି।

Advertisment

ଦକ୍ଷିଣ ୨୪ ପାରଗାନା ଜିଲ୍ଲାର ଏକ ଗାଁରେ ବିସ୍ଫୋରଣ ଘଟଣା ଘଟିଛି। ଯେଉଁଥିରେ ୬ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଟିଏମସି ଏଭଳି କରିଥିବା ଅଭିଯୋଗ ରହିଛି। ଦକ୍ଷିଣ ୨୪ର ପାରଗାନା ଜିଲ୍ଲାର ରାମପୁର ଗାଁରେ ଏହି ବିସ୍ଫୋରଣ ହୋଇଛି।

https://twitter.com/ANI/status/1368026891693686785?s=20

ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ତାଙ୍କୁ ଘରେ ବୋମା ମାଡ଼ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ଟିଏମସି କର୍ମୀ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଏଥିରେ ୬ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହା ପୂର୍ବରୁ ଗତ ସପ୍ତାହରେ ଉତ୍ତର ୨୪ ପାରଗାନା ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ମାଆ ଟିଏମସି କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ଫେବୃଆରୀ ୨୭ରେ ଗୋପାଳଙ୍କ ଘରେ ଟିଏମସି କର୍ମୀ ପଶି ବୃଦ୍ଧା ମା'ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିବା ଅଭିଯୋଗ ରହିଛି। ଟିଏମସିକୁ ଟାର୍ଗେଟ କରି ବିଜେପି ମଧ୍ୟ ଏହାକୁ ନେଇ ବୃଦ୍ଧା ମହିଳାଙ୍କ ପୋଷ୍ଟର ଲଗାଇଥିଲା। ଏମିତିକି ବୃଦ୍ଧା ଜଣଙ୍କ ପଶ୍ଚିମବଙ୍ଗର ଝିଅ ନୁହେଁ କି ବୋଲି ବିଜେପି ମମତାଙ୍କୁ ପ୍ରଶ୍ନ କରିଥିଲା।

ସେହିପରି ଫେବୃଆରୀ ୧୭ରେ ପଶ୍ଚିମବଙ୍ଗର ମନ୍ତ୍ରୀ ଜାକିର ହୁସେନ୍‌ଙ୍କୁ ଉପରକୁ ବୋମା ମାଡ଼ ହୋଇଥିଲା। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ।

West Bengal West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe