Advertisment

ଖାତକୁ ଖସିପଡ଼ିଲା ବସ, ଚାଲିଗଲା ୧୬ ଜଣଙ୍କ ଜୀବନ

କୁଲ୍ଲୁ: ହିମାଚଳ ପ୍ରଦେଶ କୁଲ୍ଲୁରେ ଆଜି ସକାଳୁ ସକାଳୁ ଭୟଙ୍କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଖାତାକୁ ଖସି ପଡ଼ିବାରୁ ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ରହିଛନ୍ତି। ୨୦ରୁ ଅଧିକ ଲୋକ ଘଟଣାରେ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଲ୍ଲର ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି, ବସଟି ଲୋକଙ୍କୁ ନେଇ ସାଇନଜ ଯାଉଥିଲା। ଏଥିରେ ପ୍ରାୟ ୪୦ ଜଣ […]

author-image
Hemant Lenka
ଅଦ୍ୟତନ ହୋଇଛି
ଖାତକୁ ଖସିପଡ଼ିଲା ବସ, ଚାଲିଗଲା ୧୬ ଜଣଙ୍କ ଜୀବନ

accident

କୁଲ୍ଲୁ: ହିମାଚଳ ପ୍ରଦେଶ କୁଲ୍ଲୁରେ ଆଜି ସକାଳୁ ସକାଳୁ ଭୟଙ୍କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଖାତାକୁ ଖସି ପଡ଼ିବାରୁ ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ରହିଛନ୍ତି। ୨୦ରୁ ଅଧିକ ଲୋକ ଘଟଣାରେ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

କୁଲ୍ଲର ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି, ବସଟି ଲୋକଙ୍କୁ ନେଇ ସାଇନଜ ଯାଉଥିଲା। ଏଥିରେ ପ୍ରାୟ ୪୦ ଜଣ ସ୍କୁଲ ପିଲା ରହିଥିଲେ। ତେବେ ସକାଳ ୮.୩୦ରେ ଏହା ଭାରସାମ୍ୟ ହରାଇ ଜଙ୍ଗଲା ଗାଁ ନିକଟରେ ଥିବା ଗୋଟିଏ ଖାତକୁ ଖସି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୧୬ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାରେ ଗାଡ଼ିଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି।

ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଆହତଙ୍କୁ ଉପଯୁକ୍ତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

Advertisment

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ତରଫରୁ ଶୋକ ପ୍ରକାଶ କରାଯାଇଛି। ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆହତଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Accident Roadaccident School Bus Accident