ସ୍ମୃତି ଇରାନୀଙ୍କ ମାନହାନୀ ମାମଲା: କଂଗ୍ରେସ ନେତାମାନଙ୍କୁ ହାଇକୋର୍ଟଙ୍କ ସମନ, ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୋଆ ବାର ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରିଥିବା ମାନହାନୀ କେସ୍‌ରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବାର ବିବାଦକୁ କେନ୍ଦ୍ର କରି କଂଗ୍ରେସର କିଛି ନେତା ସ୍ମୃତି ଇରାନୀଙ୍କ ଝିଅଙ୍କୁ ଟାର୍ଗେଟ କରିଥିଲେ। ଏହା ବିରୋଧରେ ସ୍ମୃତି ଇରାନୀ କୋର୍ଟରେ ମାନହାନୀ କେସ୍‌ କରିଥିଲେ। ଆଜି ହାଇକୋର୍ଟ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଓ ନେତ୍ତା ଡିସୁଜାଙ୍କୁ ସମନ କରିଛନ୍ତି। ଏଥିସହ ସେମାନେ ବାର ବିବାଦକୁ ନେଇ କରିଥିବା […]

Smriti-Irani

Smriti-Irani

Hemant Lenka
  • Published: Friday, 29 July 2022
  • Updated: 29 July 2022, 02:25 PM IST

Sports

Latest News

ନୂଆଦିଲ୍ଲୀ: ଗୋଆ ବାର ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରିଥିବା ମାନହାନୀ କେସ୍‌ରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବାର ବିବାଦକୁ କେନ୍ଦ୍ର କରି କଂଗ୍ରେସର କିଛି ନେତା ସ୍ମୃତି ଇରାନୀଙ୍କ ଝିଅଙ୍କୁ ଟାର୍ଗେଟ କରିଥିଲେ। ଏହା ବିରୋଧରେ ସ୍ମୃତି ଇରାନୀ କୋର୍ଟରେ ମାନହାନୀ କେସ୍‌ କରିଥିଲେ। ଆଜି ହାଇକୋର୍ଟ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଓ ନେତ୍ତା ଡିସୁଜାଙ୍କୁ ସମନ କରିଛନ୍ତି।

ଏଥିସହ ସେମାନେ ବାର ବିବାଦକୁ ନେଇ କରିଥିବା ଟ୍ୱିଟକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସ୍ମୃତି ଇରାନୀ କଂଗ୍ରେସର ୩ ନେତାଙ୍କ ବିରୋଧରେ ଦାଖଲ କରିଥିବା ସିଭିଲ ଡିଫାମେସନ କେସ୍‌ର ଶୁଣାଣି ଅଗଷ୍ଟ ୧୮ରେ ହେବ।

ଜଷ୍ଟିସ ମିନି ପିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସମସ୍ତ କଂଗ୍ରେସ ନେତା ତୁରନ୍ତ ମାନହାନୀ ପାଇଁ ହୋଇଥିବା ଟ୍ୱିଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ପବନ ଖେଡା ପ୍ରଥମେ କରିଥିବା ଟ୍ୱିଟକୁ ତୁରନ୍ତୁ ହଟାନ୍ତ। ଯଦି କଂଗ୍ରେସ ନେତାମାନେ ୨୪ ଘଣ୍ଟା ମଧ୍ୟରେ ବାର ବିବାଦକୁ ନେଇ କରିଥିବା ଟ୍ୱିଟ, ଭିଡିଓ କିମ୍ବା ରି-ଟ୍ୱିଟକୁ ନ ହଟାଇବେ, ତା’ହେଲେ ଟ୍ୱିଟର ଏହାକୁ ହଟାଇବ ବୋଲି ଖଣ୍ଡପୀଠ କହିଛନ୍ତି। ଶୁଣାଣି ବେଳେ ସ୍ମୃତି ଇରାନୀ ତାଙ୍କ ଓକିଲଙ୍କ ଦ୍ୱାରା କହିଛନ୍ତି ଯେ ତାଙ୍କ ଝିଅ ଜୋଇଶର ଅଭିଯୋଗ ହେଉଥିବା ବାର ସହ କୌଣସି ଲିଙ୍କ ନାହିଁ। କଂଗ୍ରେସ ନେତାମାନେ ଦେଇଥିବା ବୟାନ ଯୋଗୁ ତାଙ୍କର ମାନହାନୀ ହୋଇଛି। ତେଣୁ କ୍ଷତିପୂରଣ ଭାବେ ସେମାନେ ୨ କୋଟି ଟଙ୍କା ଦିଅନ୍ତୁ।

ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜୟରାମ ରମେଶ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଦିଲ୍ଲୀ ହାଇକୋର୍ଟ ସ୍ମୃତି ଇରାନୀ ଦାଖଲ କରିଥିବା ଆବେଦନ ଉପରେ ପକ୍ଷ ରଖିବାକୁ ନୋଟିସ କରିଛନ୍ତି। ଆମେ କୋର୍ଟଙ୍କ ଆଗରେ ତଥ୍ୟ ଉପସ୍ଥାନ କରିବାକୁ ରାଜି ଅଛୁ। ଆମେ ନିଶ୍ଚିତ ଭାବେ ସ୍ମୃତି ଇରାନୀ କରୁଥିବା ଦାବିକୁ ଚ୍ୟାଲେଞ୍ଜ କରିବୁ ଓ ଏହା ଭୁଲ ବୋଲି ପ୍ରମାଣିତ କରିବୁ।”

ଗତ ସପ୍ତାହରେ କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଯେ ସ୍ମୃତି ଇରାନୀଙ୍କ ଝିଅ ଜୋଇଶ ଗୋଆରେ ଗୋଟିଏ ରେଷ୍ଟୁରାଣ୍ଟ ଚଳାଇଛନ୍ତି। ଏଥିରେ ବାର ମଧ୍ୟ ରହିଛି। ତେବେ ବାର ଚଳାଇବା ପାଇଁ ନକଲି ଲାଇସେନ୍ସର ବ୍ୟବହାର କରାଯାଇଛି। ଜଣେ ବ୍ୟକ୍ତି ୧୩ ମାସ ତଳୁ ପ୍ରାଣ ହରାଇଥିଲେ ମଧ୍ୟ ତାଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଇରାନୀଙ୍କ ଝିଅ ଜୋଇଶ ବେଆଇନ ଭାବେ ବାର ଚଳାଉଥିବା ସେ ଅଭିଯୋଗ କରିଥିଲେ।

କଂଗ୍ରେସ ପକ୍ଷରୁ ରେଷ୍ଟୁରାଣ୍ଟରେ ଚାଲିଥିବା ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଗୋଟିଏ ଦସ୍ତାବିଜକୁ ସାର୍ବଜନୀନ କରାଯାଇଥିଲା। ଏଥିସହ ନୋଟିସ ଜାରି କରିଥିବା ଅବକାରୀ ଅଧିକାରୀଙ୍କୁ ବିଜେପି ସରକାର ଅନ୍ୟତ୍ର ବଦଳି କରି ଦେଇଥିବା ଦଳ ଅଭିଯୋଗ କରିଥିଲା। ଏ ସଂକ୍ରାନ୍ତରେ ଦଳର ନେତାମାନେ ଟ୍ୱିଟ ମଧ୍ୟ କରିଥିଲେ।

କଂଗ୍ରେସର ଏପରି ଅଭିଯୋଗକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଥିଲା। ସ୍ମୃତି ଇରାନୀ ଏହାକୁ ବିରୋଧ କରି ଝିଅର ଓକିଲାତି କରିଥିଲେ। ଏଥିସହ କୋର୍ଟରେ ମାନହାନୀ କେସ କରିଥିଲେ। ତାଙ୍କ ଝିଅ ଜୋଇଶ ମଧ୍ୟ କଂଗ୍ରେସ ନେତାମାନଙ୍କ ଅଭିଯୋଗରେ ସତ୍ୟତା ନଥିବା କହିଛନ୍ତି। ସେ କୌଣସି ପ୍ରକାରର ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି କିମ୍ବା ସେ ବାର ଚଳାଉ ନଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos