Advertisment

ମଝି ଆକାଶରେ ବିମାନ ଭିତରେ ସାପ, ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମଝି ଆକାଶରେ ସାପ ଆତଙ୍କ। ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ସାପ ଥିବା ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଛି। ବିମାନକୁ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ଏହାର କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କାଲିକଟ, କରେଳରୁ ଦୁବାଇ ଆସିଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା।  ଏହି ଘଟଣା ନେଇ ଡିଜିସିଏ ତଦନ୍ତ ନିର୍ଦ୍ଦେଶ […]

ଅଦ୍ୟତନ ହୋଇଛି
ମଝି ଆକାଶରେ ବିମାନ ଭିତରେ ସାପ, ତଦନ୍ତ ନିର୍ଦ୍ଦେଶ 

Air India Express

Advertisment

ନୂଆଦିଲ୍ଲୀ: ମଝି ଆକାଶରେ ସାପ ଆତଙ୍କ। ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ସାପ ଥିବା ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଛି। ବିମାନକୁ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ଏହାର କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କାଲିକଟ, କରେଳରୁ ଦୁବାଇ ଆସିଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା।  ଏହି ଘଟଣା ନେଇ ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛି।

Advertisment

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁବାଇ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନର କାର୍ଗୋ ହୋଲ୍ଡରେ ଏକ ସାପ ମିଳିଥିଲା। ଏହା ପରେ ବିମାନବନ୍ଦରର ଅଗ୍ନିଶମ ସେବାକୁ ଏନେଇ ସୂଚନା ଦିଆଯାଇଥିଲା। ଏହା ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ତ୍ରୁଟିର ଏକ ମାମଲା। ଘଟଣାର ଅନୁସନ୍ଧାନ କରାଯିବ ଏବଂ ଏ ସମ୍ପର୍କରେ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।

ତେବେ ଏହି ବିମାନ ଭିତରେ କେତେ ସଂଖ୍ୟକ ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ସାପ ବିମାନର କାର୍ଗୋ ହୋଲ୍ଡ ଭିତରକୁ କିଭଳି ପଶିଲା ସେନେଇ ଯାଞ୍ଚ ଚାଲିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରିବା ପରେ ପରବର୍ତ୍ତୀ ଉଡାଣ ପୂର୍ବରୁ ଫ୍ଲାଇଟ୍‌କୁ ଭଲଭାବେ ସଫା କରାଯାଇଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣେ ବିମାନ ଅଧିକାରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe