Advertisment

ହ୍ୱାଟସଆପ୍ ସର୍ଭର ଡାଉନ୍, ସେବା ଠପ୍

ନୂଆଦିଲ୍ଲୀ: ଚାହୁଁ ଚାହୁଁ ଠପ୍ ହୋଇଗଲା ହ୍ୱାଟସଆପ୍। ନା ମେସେଜ୍ ଦେଖିହେଲା ନା କାହାକୁ ପଠାଇହେଲା। ମେସେଜ୍ ପଠାଇଲେ ଏରର୍ ଲେଖିଲା। ବେଶ୍ କିଛି ସମୟ ଧରି ଆପ୍ ବି ଖୋଲିଲାନି। କିଛି ବୁଝା ପଡିଲାନି ହ୍ୱାଟସଆପର ହୋଇଛି କଣ। ଆଜି ଭାରତରେ ହ୍ୱାଟସଆପକୁ ନେଇ ସମସ୍ୟା ଦେଖାଇଦେଇଛି। କୋଟି କୋଟି ୟୁଜର ହ୍ୱାଟସଆପର ଆସେସ୍ କରିପାରିନାହାଁନ୍ତି। ଏପରିକି ଲୋକେ ଟ୍ୱିଟରରେ ଏହାକୁ ନେଇ ଅଭିଯୋଗ କରିଥିଲେ। ଅନେକ ପୋଷ୍ଟ ବି କରିଥିଲେ। ମିମ୍ସ ବି ହେଲା। […]

ଅଦ୍ୟତନ ହୋଇଛି
ଜୁଲାଇରେ ୨.୩ ନିୟୁତ ହ୍ୱାଟସଆପ୍‌ ଆକାଉଣ୍ଟ ବ୍ୟାନ୍‌, ଜାଣନ୍ତୁ କାରଣ

whatsapp

Advertisment

ନୂଆଦିଲ୍ଲୀ: ଚାହୁଁ ଚାହୁଁ ଠପ୍ ହୋଇଗଲା ହ୍ୱାଟସଆପ୍। ନା ମେସେଜ୍ ଦେଖିହେଲା ନା କାହାକୁ ପଠାଇହେଲା। ମେସେଜ୍ ପଠାଇଲେ ଏରର୍ ଲେଖିଲା। ବେଶ୍ କିଛି ସମୟ ଧରି ଆପ୍ ବି ଖୋଲିଲାନି। କିଛି ବୁଝା ପଡିଲାନି ହ୍ୱାଟସଆପର ହୋଇଛି କଣ।

Advertisment

ଆଜି ଭାରତରେ ହ୍ୱାଟସଆପକୁ ନେଇ ସମସ୍ୟା ଦେଖାଇଦେଇଛି। କୋଟି କୋଟି ୟୁଜର ହ୍ୱାଟସଆପର ଆସେସ୍ କରିପାରିନାହାଁନ୍ତି। ଏପରିକି ଲୋକେ ଟ୍ୱିଟରରେ ଏହାକୁ ନେଇ ଅଭିଯୋଗ କରିଥିଲେ। ଅନେକ ପୋଷ୍ଟ ବି କରିଥିଲେ। ମିମ୍ସ ବି ହେଲା। ପରେ ଜଣାପଡିଥିଲା ଯେ, ହ୍ୱାଟସଆପର ସର୍ଭର ଡାଉନ୍ ହୋଇଯାଇଥିଲା।

ଏହାପରେ ଟ୍ୱିଟରରେ ଡାଉନଡିଟେକ୍ଟର ପକ୍ଷରୁ କୁହାଯାଇଥିଲା ଯେ, ଭୋର୍ ପ୍ରାୟ ୩ଟା ୧୭ରୁ ହ୍ୱାଟସଆପରେ ସମସ୍ୟା ଦେଖାଦେଇଥିଲା। ଲୋକେ ମେସେଜ୍ ସେଣ୍ଡ କରିପାରିନଥିଲେ। ଏହାପରେ କେହି କେହି ପୋଷ୍ଟ କରିଥିଲେ ଯେ, ହ୍ୱାଟସଆପ୍ ସର୍ଭର ଡାଉନ୍ ହୋଇଯାଇଛି। ତେବେ ସମସ୍ୟା ନେଇ ହ୍ୱାଟସଆପ୍ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି।

Advertisment

ସେପଟେ ଏଯାଏଁ ହ୍ୱାଟସଆପ୍ ଡାଉନ୍ ଚାଲିଛି। ଏବେବି ଅନେକ ୟୁଜର୍ସ ମେସେଜ୍ ପଠାଇ ପାରୁନାହାଁନ୍ତି। ଅପେକ୍ଷା କରିଛନ୍ତି କେତେବେଳେ ସ୍ୱାଭାବିକ ହେବ ହ୍ୱାଟସଆପ୍ ସେବା। ହ୍ୱାଟସଆପ୍ ବଦଳରେ ଲୋକେ ଟେଲିଗ୍ରାମର ବ୍ୟବହାର କରୁଛନ୍ତି। ତେବେ ହ୍ୱାଟସଆପ୍ ସର୍ଭର ଡାଉନ୍ ହେବା ପ୍ରଥମଥର ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ସମସ୍ୟା ଦେଖାଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe