/odisha-reporter/media/post_attachments/uploads/2021/06/Vaccine12.jpg)
Vaccine12
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ ଏକାଧିକ ବ୍ୟାଙ୍କ ଆଗେଇ ଆସିଛନ୍ତି। ଅଧିକରୁ ଅଧିକ ଲୋକ କେମିତି ଟିକା ନେବେ, ସେଥିପାଇଁ ଫିକ୍ସଡ ଡିପୋଜିଟ୍ରେ ଅଧିକ ଲାଭ ଦେବା କଥା ବ୍ୟାଙ୍କଗୁଡ଼ିକ କହିଛନ୍ତି।
କିଛି ବ୍ୟାଙ୍କ କୋଭିଡ-୧୯ ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଫିକ୍ସଡ ଜମା ଉପରେ ଅଧିକ ସୁଧ ଦେବାକୁ ଘୋଷଣା କରିଛନ୍ତି। ଏହି ଅଫର ସୀମିତ ସମୟ ପାଇଁ ଧାର୍ଯ୍ୟ କରାଯାଇଛି।
ୟୁକୋ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଫିକ୍ସଡ ଜମା ଉପରେ ଅଧିକ ୦.୩୦% ସୁଧ ମିଳିବ। ଗ୍ରାହକମାନେ ୯୯୯ ଦିନର ଫିକ୍ସଡ ଜମା ରାଶି ଉପରେ ଅଧିକ ସୁଧ ପାଇବେ। ଏହି ଅଫର ବ୍ୟାଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ଯାଏ ଲାଗୁ ହେବ।
ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି, ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ଆମେ ଛୋଟିଆ ପଦକ୍ଷେପ ଗ୍ରହଣ କରିଛୁ। ଏଥିପାଇଁ ଆମେ ୟୁକୋଭାକ୍ସି-୯୯୯ ସେପ୍ଟେମ୍ବର ୩୦ ଯାଏ ଲାଗୁ କରିଛୁ।
ଏହା ପୂର୍ବରୁ ଏପ୍ରିଲ ମାସରେ ସେଣ୍ଟ୍ରାଲ ବ୍ୟାଙ୍କ Immune India Deposit Scheme ଘୋଷଣା କରିଥିଲା। ଟିକା ନେଇଥିବା ଲୋକଙ୍କୁ ଅତିରିକ୍ତ ୨୫ ବେସିସି ପଏଣ୍ଟ ଆଧାରରେ ସୁଧ ମିଳିବ। ଏହି ଯୋଜନାର ମ୍ୟାଚୁରିଟି ୧୧୧୧ ଦିନ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
