Advertisment

ଘୋଡ଼ା ବେପାର ଅଭିଯୋଗ, ଆପ୍‌ର କିଛି ବିଧାୟକଙ୍କ ପତ୍ତା ମିଳୁନି!

ନୂଆଦିଲ୍ଲୀ: ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ସାଂଘାତିକ ତଥ୍ୟ। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିବା ଜଣାପଡ଼ିଛି। କିଛି ଦିନ ହେଲା ଆପ୍‌ର ବିଧାୟକମାନଙ୍କୁ ବିଜେପି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରି ଆସୁଛି। ଏବେ କିଛି ବିଧାୟକଙ୍କ ପତ୍ତା […]

author-image
Hemant Lenka
ଘୋଡ଼ା ବେପାର ଅଭିଯୋଗ, ଆପ୍‌ର କିଛି ବିଧାୟକଙ୍କ ପତ୍ତା ମିଳୁନି!

AAP

ନୂଆଦିଲ୍ଲୀ: ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ସାଂଘାତିକ ତଥ୍ୟ। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିବା ଜଣାପଡ଼ିଛି।

Advertisment

କିଛି ଦିନ ହେଲା ଆପ୍‌ର ବିଧାୟକମାନଙ୍କୁ ବିଜେପି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରି ଆସୁଛି। ଏବେ କିଛି ବିଧାୟକଙ୍କ ପତ୍ତା ନ ମିଳିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ବାଦ ବିବାଦ ଭିତରେ ଆପ୍‌ ପକ୍ଷରୁ ଜରୁରୀ ବୈଠକ ଡକା ଯାଇଛି। ବୈଠକରେ ଦଳର ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଥିବା ଜରୁରୀ ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଧ୍ୟକ୍ଷତା କରିବେ। ସମସ୍ତଙ୍କୁ ଦିନ ୧୧ଟା ସୁଦ୍ଧା ବୈଠକକୁ ଆସିବାକୁ କୁହାଯାଇଥିଲା। କିନ୍ତୁ ଏଯାଏ ୨୫ ଜଣ ବିଧାୟକ ବୈଠକକୁ ଆସି ନାହାନ୍ତି।

Advertisment

ଦିନକ ପୂର୍ବରୁ ଆପର ୪ ଜଣ ବିଧାୟକ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିଲେ। ବିଜେପି ସେମାନଙ୍କୁ ନିଜ ପାଖକୁ ନେବା ପାଇଁ ୨୦ କୋଟି ଟଙ୍କା ଲେଖାଏ ଅଫର ଦେଇଥିବା ସେମାନେ କହିଥିଲେ। ଏହି ଘଟଣା ପରେ ବୁଧବାର ଆପର ରାଜନୀତିକ ବ୍ୟାପାର କମିଟି(ପିଏସି)ର ବୈଠକ ବସିଥିଲା।

ଅରବିନ୍ଦ କେଜ୍ରିୱାଲ ଏହାର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଓ ବିଜେପିର ଘୋଡ଼ା ବେପାର ଘଟଣାକୁ ନିନ୍ଦା କରାଯାଇ ଗୋଟିଏ ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ସବୁ ଘଟଣା ଭିତରେ ଆଜି ପ୍ରାୟ ୨୫ ଜଣ ବିଧାୟକଙ୍କ ପତ୍ତା ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।