Advertisment

ବେଙ୍ଗଲରେ ୮ ଜଣଙ୍କୁ ଜୀବନ୍ତ ଜାଳିବା ଘଟଣା: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ମମତା

ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୀତିକ ଯୁଦ୍ଧ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଘଟଣା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଦାୟୀ କରିଥିବା ବେଳେ ସେ ଏହା ପଛରେ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି। ମଙ୍ଗଳବାର ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ […]

author-image
Hemant Lenka
ବେଙ୍ଗଲରେ ୮ ଜଣଙ୍କୁ ଜୀବନ୍ତ ଜାଳିବା ଘଟଣା: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ମମତା

Bengal

ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୀତିକ ଯୁଦ୍ଧ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଘଟଣା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଦାୟୀ କରିଥିବା ବେଳେ ସେ ଏହା ପଛରେ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି।

Advertisment

ମଙ୍ଗଳବାର ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୋଡ଼ି ହୋଇ ୮ ଜଣ ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ସଂଖ୍ୟାଲଘୁ ସଂପ୍ରଦାୟର। ଆଜି ମମତା ଉକ୍ତ ଗାଁରେ ପହଞ୍ଚି ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

ଏହି ସମୟରେ ସେ କହିଛନ୍ତି, “ଆଧୁନିକ ବେଙ୍ଗଲରେ ଏପରି ଭୟଙ୍କର ଘଟଣା ଘଟିଛି ବୋଲି ମୁଁ କଳ୍ପନା କରିପାରୁ ନାହିଁ। ମା’ ଓ ଶିଶୁମାନେ ପ୍ରାଣ ହରାଇଛନ୍ତି। ଆପଣମାନଙ୍କ ପରିବାର ସଦସ୍ୟ ପ୍ରାଣ ହରାଇଛନ୍ତି। କିନ୍ତୁ ଏହା ମୋ ହୃଦୟକୁ ବ୍ୟଥିତ କରିଛି। ଘଟଣା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି। ପୁଲିସ୍‌ ଦୋଷୀଙ୍କ ବିରୋଧରେ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୁଲିସ୍ ସବୁ ଦିଗକୁ ବିଚାରକୁ ନେଇ ଏହାର ତଦନ୍ତ କରିବ।”

Advertisment

ମମତା ଗାଁ ଲୋକଙ୍କ ଉପସ୍ଥିତିରେ ଜଣେ ପୁଲିସ୍‌ ଅଧିକାରୀଙ୍କୁ ଡାକିଥିଲେ। ଏହାପରେ ତଦନ୍ତ ବେଳେ କାର୍ଯ୍ୟରେ ଅବହେଳା କରିଥିବା ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାକୁ ତାଙ୍କୁ କହିଛନ୍ତି। ମମତା କହିଛନ୍ତି, “ମୁଁ କୌଣସି ପ୍ରକାରର ବାହାନା ଚାହେଁନି।

ମୁଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହେଁ। କାର୍ଯ୍ୟରେ ଅବହେଳା କରିଥିବା ପୁଲିସ୍ କର୍ମଚାରୀମାନେ ମଧ୍ୟ ଦଣ୍ଡ ପାଇବେ। ଆକ୍ରମଣର ଭୟ ଥିବାରୁ ସାକ୍ଷୀମାନଙ୍କୁ ପୁଲିସ୍‌ ଉପଯୁକ୍ତ ସୁରକ୍ଷା ଦେଉ। ଯେଉଁମାନଙ୍କ ଘର ନିଆଁରେ ପୋଡ଼ି ଯାଇଛି, ସେମାନଙ୍କୁ ଗୃହ ମରାମତି ପାଇଁ ୧ ଲକ୍ଷ ଯେମିତି ହେଲେ ଦିଆଯିବ।”

ହିଂସା କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ବର୍ଗଙ୍କୁ ଚାକିରି ମିଳିବ ବୋଲି ମମତା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବେଙ୍ଗଲର ବୀରଭୂମି ଜିଲ୍ଲାରେ କିଛି ଲୋକଙ୍କୁ ଜୀବନ୍ତ ଜାଳି ହତ୍ୟା କରିବାକୁ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ଏହି ଘଟଣା ଘଟିଥିଲା। ଏହାର ଦିନକ ପୂର୍ବରୁ ଜଣେ ଟିଏମସି ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।