Advertisment

ଗୋଆ ଯିବା ପୂର୍ବରୁ ଗୁରୁଗ୍ରାମ ଫ୍ଲାଟରେ ସୁଧିରଙ୍କ ସହ ରହିଥିଲେ ସୋନାଲି

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପୁଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଏହି ମାମଲାର ତଦନ୍ତପ୍ରକ୍ରିୟାରେ ଦିନକୁ ଦିନ ନୂଆ ନୂଆ ଖିଅ ଆସୁଥିବାରୁ ପୁଲିସର ଅକଲ ଗୁଡ଼ୁମ ହୋଇଛି। ଏଯାଏ ତାଙ୍କ ମୃତ୍ୟୁର ରହସ୍ୟ ସମ୍ପୂର୍ଣ୍ଣ ପରଦା ହଟି ନାହିଁ। ଗତକାଲି  ସୋନାଲିଙ୍କ ବ୍ୟକ୍ତିଗତ ସହାୟକ ସୁଧିର ସଙ୍ଗୱାନ୍‌ଙ୍କର ରୋହତକସ୍ଥିତ ଘରେ ପୁଲିସ ପହଞ୍ଚି ତଦନ୍ତ କରିଛି। ସେହପିରି ଗୁରୁଗ୍ରାମର ଭଡ଼ାରେ ନେଇଥିବା ଏକ ଫ୍ଲାଟକୁ ଯାଇ ମଧ୍ୟ ପୁଲିସ ତନାଘନା କରିଛି। […]

ସୋନାଲି ମୃତ୍ୟୁ ମାମଲା: ହାଇକୋର୍ଟ ଯିବେ ପରିବାର ଲୋକେ

Sonali Fogat

Advertisment

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପୁଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଏହି ମାମଲାର ତଦନ୍ତପ୍ରକ୍ରିୟାରେ ଦିନକୁ ଦିନ ନୂଆ ନୂଆ ଖିଅ ଆସୁଥିବାରୁ ପୁଲିସର ଅକଲ ଗୁଡ଼ୁମ ହୋଇଛି। ଏଯାଏ ତାଙ୍କ ମୃତ୍ୟୁର ରହସ୍ୟ ସମ୍ପୂର୍ଣ୍ଣ ପରଦା ହଟି ନାହିଁ। ଗତକାଲି  ସୋନାଲିଙ୍କ ବ୍ୟକ୍ତିଗତ ସହାୟକ ସୁଧିର ସଙ୍ଗୱାନ୍‌ଙ୍କର ରୋହତକସ୍ଥିତ ଘରେ ପୁଲିସ ପହଞ୍ଚି ତଦନ୍ତ କରିଛି। ସେହପିରି ଗୁରୁଗ୍ରାମର ଭଡ଼ାରେ ନେଇଥିବା ଏକ ଫ୍ଲାଟକୁ ଯାଇ ମଧ୍ୟ ପୁଲିସ ତନାଘନା କରିଛି। ଯେଉଁଠି  ସୋନାଲି ଏବଂ ସଙ୍ଗୱାନ ରହୁଥିଲେ। ଗୋଆ ଗସ୍ତ ପୂର୍ବରୁ ଉଭୟ ସଙ୍ଗୱାନ ଏବଂ ସୋନାଲି  ଗୁରୁଗ୍ରାମ ଭଡ଼ାରେ ନେଇଥିବା ଫ୍ଲାଟ ରହିଥିବା ପୁଲିସ କହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗୋଆ ପୁଲିସ ଟିମ୍‌ ସଙ୍ଗୱାନ୍‌ଙ୍କ ବାସଭବନରୁ ୧୬,୦୦୦ ଟଙ୍କାର ନଦଦ କ୍ୟାସ୍‌ , ପାସପୋର୍ଟ, ମୋବାଇଲ ଫୋନ୍‌ ଏବଂ କିଛି ଡକ୍ୟୁମେଣ୍ଟ ଜବତ କରିଛି। ଅନ୍ୟପଟେ ଅଭିନେତ୍ରୀ ସୋନାଲି ଫୋଗଟ୍‍ଙ୍କ ହତ୍ୟା ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ। ଇତିମଧ୍ୟରେ ସୋନାଲିଙ୍କ ପରିବାର ସଦସ୍ୟ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‍ ଖଟ୍ଟରଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଥିଲେ। ସିବିଆଇ ତରନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଘଟଣାର ତଦନ୍ତ କରୁଥିବା ଗୋଆ ପୁଲିସର କାର୍ଯ୍ୟଧାରାରେ ସୋନାଲିଙ୍କ ପରିବାରବର୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସୋନାଲିଙ୍କ ଭଣଜା ତଥା ଆଇନଜୀବୀ ବିକାଶ ସିଂହ କହିଛନ୍ତି ସୋନାଲି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ପରିବାର ତରଫରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କୁ ପତ୍ର ଲେଖା ଯାଇଛି। ଏ ସଂପର୍କରେ ପ୍ରଧାନ ବିଚାରପତି କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ପରିବାରର ନଜର ରହିଛି। ଯଦି ଆବଶ୍ୟକ ହୁଏ ତେବେ ସିବିଆଇ ତଦନ୍ତ ଦାବିରେ ପରିବାର ତରଫରୁ ଗୋଆ ହାଇକୋର୍ଟରେ ମାମଲା ରୁଜୁ କରାଯିବ। ସୂଚନାଥାଉକି ସୋନାଲିଙ୍କର ଗୋଆରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ସୋନାଲିଙ୍କୁ ହତ୍ୟାକରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ମାମଲାର ତଦନ୍ତ କରି ପୁଲିସ ସୋନାଲିଙ୍କ ସହଯୋଗୀ ସୁଧିର ସଙ୍ଗୱାନ୍‌ଙ୍କ ସହ ଅନ୍ୟ କେତେକଙ୍କୁ ଗିରଫ କରିଛି। ତେବେ ମାମଲାର ତଦନ୍ତ କରୁଥିବା ଗୋଆ ପୁଲିସର ତଦନ୍ତକୁ ନେଇ ସୋନାଲିଙ୍କ ପରିବାର ଲୋକେ ଆପତ୍ତି ଉଠାଇ ଆସୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe