Advertisment

ସୋନାଲି ମୃତ୍ୟୁ ମାମଲା: ବାଥରୁମ୍‌ରୁ ଡ୍ରଗ୍ସ ଜବତ, କ୍ଲବ ମାଲିକ ଗିରଫ

ପାଣାଜୀ: ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ଧୀରେ ଧୀରେ ପରଦା। ଏହି ମାମଲାରେ ବଡ ଆକ୍ସନ ନେଇ ପୁଲିସ ଗୋଆର କର୍ଲା କ୍ଲବ ମାଲିକକୁ ଗିରଫ କରିଛି। ଏଥିସହ ଏହି କ୍ଲବର ବାଥରୁମ୍‌ରୁ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ, ସୁଖବିନ୍ଦର ସିଂହ, କର୍ଲା […]

ଅଦ୍ୟତନ ହୋଇଛି
ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ସିବିଆଇର ଖୋଳତାଡ଼  

Sonali Fogat

Advertisment

ପାଣାଜୀ: ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ଧୀରେ ଧୀରେ ପରଦା। ଏହି ମାମଲାରେ ବଡ ଆକ୍ସନ ନେଇ ପୁଲିସ ଗୋଆର କର୍ଲା କ୍ଲବ ମାଲିକକୁ ଗିରଫ କରିଛି। ଏଥିସହ ଏହି କ୍ଲବର ବାଥରୁମ୍‌ରୁ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ, ସୁଖବିନ୍ଦର ସିଂହ, କର୍ଲା କ୍ଲବ୍‌ ମାଲିକ ଓ ଜଣେ ଡ୍ରଗ୍ସ ପେଡଲର ଅଛନ୍ତି।

Advertisment

ଗୋଆ ପୁଲିସ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲି ଫୋଗଟ୍‌ ଡ୍ରଗ୍‌ ନେଇଥିଲେ।  ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ ନିକଟରେ କହିଛନ୍ତି ଯେ ସୋନାଲୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଏହା ପରେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛୁ।

ସୁଧୀର ଓ ସୁଖବିନ୍ଦରଙ୍କ ସହ ସୋନାଲିଙ୍କ ସହ ୨୨ ଅଗଷ୍ଟରେ ଗୋଆ ଯାଇଥିଲେ। ସେଠି କ୍ଲବରେ ସୁଧୀର ଏକ ବୋତଲ ଜରିଆରେ ସୋନାଲିଙ୍କୁ କିଛି ପିଆଇଥିଲେ। କିନ୍ତୁ ଟିକ୍‌ଟକ୍‌ ଷ୍ଟାର ତାହା ପିଇବାକୁ ମନା କରିବା ସତ୍ତ୍ୱେ ତାଙ୍କୁ ଜବରଦସ୍ତି ପିଇବାକୁ ଦିଆଯାଇଥିବା ଜବତ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ସୋନାଲିଙ୍କୁ ବୋତଲ ସାହାଯ୍ୟରେ ଡ୍ରଗ୍ସ ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଏଥିପାଇଁ ପୁଲିସ କେମିକାଲ ଯାଞ୍ଚ କରିବା ପାଇଁ ଚିନ୍ତା କରୁଛି।

Advertisment

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥିଲା। ସୋନାଲି ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠ‌ାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ପରିବାର ଲୋକ କିନ୍ତୁ ଏହା ମାନିବାକୁ ରାଜି ନଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe