Advertisment

ସୋନାଲି ଫୋଗାଟଙ୍କ ମୃତ୍ୟୁ: ହତ୍ୟା ମାମଲା ରୁଜୁ କଲା ପୁଲିସ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଆଇପିସି ଧାରା ୩୦୨ରେ ମାମଲା ରୁଜୁ କରିଛି ପୁଲିସ। ଫୋଗାଟ ପରିବାରର ଅଭିଯୋଗକ୍ରମେ ପୁଲିସ ଏହି ମାମଲା ରୁଜୁ କରିଛି। ସେହିପରି ସୋନାଲିଙ୍କ ପରିବାରର ସମ୍ମତିକ୍ରମେ ପୁଲିସ ତାଙ୍କ ଶବ ବ୍ୟବଚ୍ଛେଦ କରାଇବାକୁ ନିଷ୍ପତ୍ତି ନେଇଛି। ସୋନାଲିଙ୍କ ପୁତୁରା ମୋନିନ୍ଦର ଫୋଗାଟ କହିଛନ୍ତି, ଆମେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ପାଇଁ […]

ଅଦ୍ୟତନ ହୋଇଛି
ସୋନାଲି ଫୋଗଟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକ

sonali-Phogat

Advertisment

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଆଇପିସି ଧାରା ୩୦୨ରେ ମାମଲା ରୁଜୁ କରିଛି ପୁଲିସ। ଫୋଗାଟ ପରିବାରର ଅଭିଯୋଗକ୍ରମେ ପୁଲିସ ଏହି ମାମଲା ରୁଜୁ କରିଛି। ସେହିପରି ସୋନାଲିଙ୍କ ପରିବାରର ସମ୍ମତିକ୍ରମେ ପୁଲିସ ତାଙ୍କ ଶବ ବ୍ୟବଚ୍ଛେଦ କରାଇବାକୁ ନିଷ୍ପତ୍ତି ନେଇଛି।

Advertisment

ସୋନାଲିଙ୍କ ପୁତୁରା ମୋନିନ୍ଦର ଫୋଗାଟ କହିଛନ୍ତି, ଆମେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ପାଇଁ ସମ୍ମତି ଜଣାଇଛୁ।  କାରଣ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୃତଦେହର ଅବସ୍ଥା ଅଧିକ ‌ଖରାପ ହୋଇଯିବ। ଏ ସମ୍ପର୍କରେ ଡାକ୍ତର ଓ ଆମ ଓକିଲ କହିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଆମେ ସମ୍ମତି ଜଣାଇଛୁ। ଏକ ସ୍ୱତନ୍ତ୍ର ମେଡିକାଲ ଟିମ ତାଙ୍କ ଶବ ବ୍ୟବଚ୍ଛେଦ କରିବ ବୋଲି ଆମକୁ ଆଶ୍ୱାସନା ଦିଆଯାଇଛି।

ଗତ ଅଗଷ୍ଟ ୨୩ରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ତାଙ୍କ ଭଉଣୀ ଅଭିଯୋଗ କରିଥିଲେ। ଖାଦ୍ୟ ଖାଇବା ପରେ ସୋନାଲି ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ।

Advertisment

୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ପକ୍ଷରୁ ଆଦମପୁର ବିଧାନସଭା ଆସନରୁ ଟିକେଟ୍‌ ପାଇଥିଲେ ସୋନାଲି। ସେ ତତ୍କାଳୀନ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ ମଧ୍ୟ କରିଥିଲେ। ଗତ ସପ୍ତାହରେ ସୋନାଲି ଫୋଗାଟଙ୍କୁ ବିଷ୍ଣୋଇ ଭେଟିଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ଫଟୋ ବଦଳାଇ ଥିଲେ।

ସୋନାଲି ରାଜନୀତିରେ ପାଦ ଦେବା ପୂର୍ବରୁ ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର ଥିଲେ । କେବଳ ସେତିକି ନୁହେଁ ପପୁଲାର୍‌ ଟିଭି ଶୋ’ ‘ବିଗ୍‌ ବସ୍‌ ସିଜନ ୧୪’ରେ ମଧ୍ୟ ସେ ନଜର ଆସିଥିଲେ। ସୋନାଲି ଫୋଗାଟ୍ ତାଙ୍କ ଡ୍ୟାନ୍ସ ଭିଡିଓ ପାଇଁ ଅନେକ ସମୟରେ ଲାଇମ୍ ଲାଇଟ୍‌ରେ ରହୁଥିଲେ । ସୋଶାଲ୍‌ ମିଡିଆରେ ତାଙ୍କର ଭଲ ପ୍ରଶଂସକ ରହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe