Advertisment

ସୋନାଲିଙ୍କୁ କେଉଁ ଡ୍ରଗ୍ସ ଦିଆଯାଇଥିଲା? ଖୁଲାସା କଲା ପୁଲିସ

ପାଣାଜୀ: ପ୍ରଥମେ ହୃଦ୍‌ଘାତ, ତା’ପରେ ହତ୍ୟା ଆଉ ଏବେ ଡ୍ରଗ୍ସ। ବିଜେପି ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁ ଉପରୁ ଏବେ ଧୀରେ ଧୀରେ ହଟିବାରେ ଲାଗିଛି ପରଦା। ଗୋଆ ପୁଲିସ ସୋନାଲିଙ୍କ ମୃତ୍ୟୁ ମାମଲାକୁ ନେଇ ଏକ ବଡ ଖୁଲାସା କରିଛି। ଗୋଆ ପୁଲିସ ମୁତାବକ, ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ ‘ମେଥାମଫେଟାମାଇନ୍‌’ ନାମକ ଡ୍ରଗ୍ସ ଦିଆଯାଇଥିଲା। ଅଞ୍ଜୁନାର କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲିଙ୍କୁ ଯେଉଁ ମାଦକ ପଦାର୍ଥ ଦିଆଯାଇଥିଲା ସେଥରୁ ବଳକା ଅଂଶ ରେଷ୍ଟୁରାଣ୍ଟର […]

ସୋନାଲିଙ୍କୁ କେଉଁ ଡ୍ରଗ୍ସ ଦିଆଯାଇଥିଲା? ଖୁଲାସା କଲା ପୁଲିସ

Sonali Fogat

Advertisment

ପାଣାଜୀ: ପ୍ରଥମେ ହୃଦ୍‌ଘାତ, ତା'ପରେ ହତ୍ୟା ଆଉ ଏବେ ଡ୍ରଗ୍ସ। ବିଜେପି ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁ ଉପରୁ ଏବେ ଧୀରେ ଧୀରେ ହଟିବାରେ ଲାଗିଛି ପରଦା। ଗୋଆ ପୁଲିସ ସୋନାଲିଙ୍କ ମୃତ୍ୟୁ ମାମଲାକୁ ନେଇ ଏକ ବଡ ଖୁଲାସା କରିଛି।

Advertisment

ଗୋଆ ପୁଲିସ ମୁତାବକ, ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ 'ମେଥାମଫେଟାମାଇନ୍‌' ନାମକ ଡ୍ରଗ୍ସ ଦିଆଯାଇଥିଲା। ଅଞ୍ଜୁନାର କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲିଙ୍କୁ ଯେଉଁ ମାଦକ ପଦାର୍ଥ ଦିଆଯାଇଥିଲା ସେଥରୁ ବଳକା ଅଂଶ ରେଷ୍ଟୁରାଣ୍ଟର ୱାଶରୁମ୍‌ରୁ ଜବତ କରାଯାଇଛି।

ପୁଲିସ ଏପର୍ଯ୍ୟନ୍ତ ଫୋଗଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ, ଅନ୍ୟ ସହଯୋଗୀ ସୁଖୱିନ୍ଦର ସିଂହ, ରେଷ୍ଟୁରାଣ୍ଟ ମାଲିକ ଏଡୱିନ୍ ନ୍ୟୁନ୍ସ ଏବଂ ଡ୍ରଗ୍ ପେଡଲର୍‌ ଦତ୍ତା ପ୍ରସାଦ ଗାଁବକରଙ୍କୁ ଗିରଫ କରିଛି। ସିଂହ ଏବଂ ସାଙ୍ଗୱାନଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଗାଁବକର ଓ ନ୍ୟୁନ୍ସଙ୍କ ବିରେଧରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

Advertisment

ଗତକାଲି ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଭିଡିଓ କ୍ଲିପ୍‌ ସାମ୍ନାକୁ ଆସିଥିଲା। ଏଥିରେ ତାଙ୍କୁ କ୍ଲବ ଭିତରେ ଡ୍ୟାନ୍ସ ଫ୍ଲୋର୍‌ରେ ମଦ ପିଇବା ପାଇଁ ବାଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା। ପୁଲିସ ତରଫରୁ କୁହାଯାଇଛି ଯେ ପିଏ ସୁଧୀର ସାଙ୍ଗୱାନ ସୋନାଲି ଫୋଗଟଙ୍କୁ ଜବରଦସ୍ତ "କିଛି ପଦାର୍ଥ" ଦେଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ପୁଲିସର ସୂଚନାନୁସାରେ, ସହଯୋଗୀମାନେ ତାଙ୍କୁ ମୃତ୍ୟୁ ପୂର୍ବରୁ ହୋଟେଲ ଗ୍ରାଣ୍ଡ ଲିଓନି ନେଇଯାଇଥିଲେ।

ଉଲ୍ଲେଖଯୋଗ୍ୟ, ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ତଥା ଡ୍ରଗ୍ସ ପେଡଲରଙ୍କୁ ଶନିବାର ଗୋଆ ପୁଲିସ ଗିରଫ କରିଥିଲା। ଏହି ଦୁଇ ଅଭିଯୁକ୍ତ ମାଦକ ପଦାର୍ଥ କିଣିଥିବା ନେଇ ସ୍ୱୀକାର କରିଥିଲେ। ଏହାପରେ ସନ୍ଦିଗ୍ଧ ଡ୍ରଗ୍ସ ଚୋରା ଚାଲାଣକାରୀ ଦତ୍ତପ୍ରସାଦ ଗାଁବକରଙ୍କୁ ଅଞ୍ଜୁନାରୁ ଗିରଫ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe