Advertisment

ସିଦ୍ଧୁ ହେଲେ ସର୍ଦ୍ଦାର, ଫିକା ପଡ଼ିଲା ଅମରିନ୍ଦରଙ୍କ କ୍ୟାପଟେନସିପ୍

ନୂଆଦିଲ୍ଲୀ: ବିଜେପିରୁ ଆମଦାନୀ ହୋଇ କଂଗ୍ରେସରେ ସାମିଲ୍ ହୋଇଥିବା ନବଜୋତ ସିଂ ସିଦ୍ଧୁ ହୋଇଛନ୍ତି ପଞ୍ଜାବ କଂଗ୍ରେସର ସଭାପତି। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରିବା ସହିତ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି ସୋନିଆ। କଂଗ୍ରେସ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ […]

ଅଦ୍ୟତନ ହୋଇଛି
ସିଦ୍ଧୁ ବନାମ ସିଂହ: ଦିଲ୍ଲୀ ଗସ୍ତରେ ପଞ୍ଜାବ କଂଗ୍ରେସ ସାଂସଦ

navjot singh sidhu vs captain amrinder

Advertisment

ନୂଆଦିଲ୍ଲୀ: ବିଜେପିରୁ ଆମଦାନୀ ହୋଇ କଂଗ୍ରେସରେ ସାମିଲ୍ ହୋଇଥିବା ନବଜୋତ ସିଂ ସିଦ୍ଧୁ ହୋଇଛନ୍ତି ପଞ୍ଜାବ କଂଗ୍ରେସର ସଭାପତି। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରିବା ସହିତ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛନ୍ତି ସୋନିଆ।

Advertisment

କଂଗ୍ରେସ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି। ଏହି ଚାରିଜଣ ନେତ ହେଲେ ସଙ୍ଗତ ସିଂ ଗିଲାଜିଆନ୍, ସୁଖବିନ୍ଦର ସିଂ ଡାନି, ପବନ ଗୋୟଲ ଏବଂ କୁଲଜିତ ସିଂ ନାଗ୍ରା।

ପଞ୍ଜାବ କଂଗ୍ରେସରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂଙ୍କ ମଧ୍ୟରେ କିଛି ବର୍ଷ ହେବ କନ୍ଦଳ ଚାଲିଥିଲା। ଏବେ ଏହି କନ୍ଦଳରେ ଫୁଲଷ୍ଟପ ପଡ଼ିବ ବୋଲି ଦଳ ଆଶା ରଖିଛି। ହେଲେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ ସିଦ୍ଧୁଙ୍କୁ ସଭାପତି ନକରାଇବାକୁ ଦଳର ହାଇକମାଣ୍ଡଙ୍କ ପାଖରେ ଚାପ ପକାଇଥିଲେ। କିନ୍ତୁ ସୋନିଆ ଏବଂ ଦଳର ଶୀର୍ଷ ନେତା ସିଦ୍ଧୁଙ୍କ ଉପରେ ମୋହର ମାରିଛନ୍ତି।

Advertisment

https://twitter.com/ANI/status/1416790878832644102?s=20

କଂଗ୍ରେସ ହାଇକମାଣ୍ଡ ପଞ୍ଜାବ ପ୍ରଭାରୀ ଭାବରେ ହରିଶ ରାୱତଙ୍କୁ ଦିଲ୍ଲୀରୁ ଅମୃତସର ପଠାଇଥିଲେ। ଉଦ୍ଦେଶ୍ୟ ଥିଲା ଉଭୟ ଅଧିନାୟକଙ୍କୁ ମନାଇବା ପାଇଁ। ଦୁଇ ନେତାଙ୍କ କଳିରେ ପଞ୍ଜାବର କଂଗ୍ରେସ ସାଂସଦମାନେ ମଧ୍ୟ ସାମ୍ନାକୁ ଆସିଥିଲେ।

ରବିବାର ଦଳର ବରିଷ୍ଠ ନେତା ପ୍ରତାପ ସିଂ ବାଜୱାଙ୍କ ବାସଭବନରେ ଦଳୀୟ ସାଂସଦଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶନିବାର ସନ୍ଧ୍ୟାରେ କ୍ୟାପଟେନ ବାଜୱାଙ୍କୁ ଭେଟିଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା। ବାଜୱା କ୍ୟାପଟେନଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ। କିନ୍ତୁ ସିଦ୍ଧୁଙ୍କ ବଢ଼ୁଥିବା ସ୍ଥିତିକୁ ରୋକିବା ପାଇଁ ସେ କ୍ୟାପଟେନଙ୍କ ସହ ଥିଲେ।

ଦଳର ସାଂସଦଙ୍କ ବୈଠକ ପରେ ପ୍ରତାପ ସିଂ ବାଜୱା କହିଛନ୍ତି ଯେ ଆମେ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଛୁ। ସିଦ୍ଧୁଙ୍କ ସମ୍ପର୍କରେ ଦଳର ନେତୃତ୍ୱ ନେଇଥିବା ନିଷ୍ପତ୍ତିକୁ ଆମେ ଗ୍ରହଣ କରିବୁ।

ସୂଚନାଯୋଗ୍ୟ, ଯଦିଓ ପୂର୍ବରୁ ଦଳ ନିଷ୍ପତ୍ତି ନେଇଛି ୨୦୨୨ ବିଧାନସଭା ନିର୍ବାଚନରେ ଅମରିନ୍ଦର ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବେ ହେଲେ ଅମରିନ୍ଦର ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ। କାରଣ ହାଇକମାଣ୍ଡ ଏପରି ନିଷ୍ପତ୍ତି ନେବେ ବୋଲି ଦୁଇ ଦିନ ପୂର୍ବରୁ ଯେତେବେଳେ ଜଣାପଡ଼ିଥିଲା ସେତେବେଳେ ଅମରିନ୍ଦର ସୋନିଆଙ୍କୁ କହିଥିଲେ ଦଳର ଅଧ୍ୟକ୍ଷ ଟିକିଏ ଅଧିକ ମୁଣ୍ଡ ପୁରାଉଛନ୍ତି। ତେଣୁ ସିଦ୍ଧୁଙ୍କୁ ଆଗାମୀ ଦିନରେ ଅମରିନ୍ଦର ରାଜ୍ୟ ପିସିସି ସଭାପତି ଭାବରେ ଗ୍ରହଣ କରୁଛନ୍ତି କି ନାହିଁ ଏବେ ବଡ଼ ପ୍ରଶ୍ନ। ଅମରିନ୍ଦର ହେଉଛନ୍ତି ସେହି ନେତା ଯେତେବେଳେ ୨୦୧୪ରେ କଂଗ୍ରେସ ସାଧାରଣ ନିର୍ବାଚନ ପରେ ନିଜର ଅସ୍ଥିତ୍ୱ ହରାଇଥିଲା ସେତେବେଳେ ୨୦୧୭ ବିଧାନସଭା ନିର୍ବାଚନରେ ନିଜେ ଦଳର କ୍ୟାପଟେନ ହୋଇ ଅମରିନ୍ଦର ପଞ୍ଜାବରୁ ଅକାଳୀ-ବିଜେପି ମେଣ୍ଟ ସରକାରକୁ କ୍ଷମତାଚ୍ୟୁତ କରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe