Advertisment

ପ୍ରଶାନ୍ତ କିଶୋରଙ୍କ ୨୦୨୪ ବ୍ଲୁ ପ୍ରିଣ୍ଟରେ ଓଡ଼ିଶା, ସୋନିଆ କରୁଛନ୍ତି ବୈଠକ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସକୁ ନେଇ ୨୦୨୪ ପାଇଁ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସୋନିଆ ଗାନ୍ଧି ବୈଠକ କରୁଛନ୍ତି। ଏହି ବୈଠକରେ କଂଗ୍ରେସର ବଛାବଛା ନେତା ରହିଛନ୍ତି। କଂଗ୍ରେସକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ଓ ୨୦୨୪ ଗେମ ପ୍ଲାନର ସମ୍ପର୍କରେ ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ହିଁ ଏହି ବୈଠକର ମୂଳ ଏଜେଣ୍ଡା। ସେହିପରି ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବେ […]

author-image
Hemant Lenka
ଅଦ୍ୟତନ ହୋଇଛି
ପ୍ରଶାନ୍ତ କିଶୋରଙ୍କ ୨୦୨୪ ବ୍ଲୁ ପ୍ରିଣ୍ଟରେ ଓଡ଼ିଶା, ସୋନିଆ କରୁଛନ୍ତି ବୈଠକ

PK

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସକୁ ନେଇ ୨୦୨୪ ପାଇଁ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସୋନିଆ ଗାନ୍ଧି ବୈଠକ କରୁଛନ୍ତି। ଏହି ବୈଠକରେ କଂଗ୍ରେସର ବଛାବଛା ନେତା ରହିଛନ୍ତି।

Advertisment

କଂଗ୍ରେସକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ଓ ୨୦୨୪ ଗେମ ପ୍ଲାନର ସମ୍ପର୍କରେ ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ହିଁ ଏହି ବୈଠକର ମୂଳ ଏଜେଣ୍ଡା। ସେହିପରି ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବେ କି ନାହିଁ, ତା’ ଉପରେ ମଧ୍ୟ ଆଜି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଯଦି ସବୁ କିଛି ଠିକ୍‌ ଠାକ ରହିବ, ତା’ହେଲେ ପ୍ରଶାନ୍ତ କିଶୋର(ପିକେ) ଖୁବଶୀଘ୍ର କଂଗ୍ରେସର ହାତ ଧରିବେ ବୋଲି ଜଣାପଡ଼ିଛି।

ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ତାଙ୍କ ଫୋକସରେ ଓଡ଼ିଶା ମଧ୍ୟ ରହିଛି। କଂଗ୍ରେସକୁ ନେଇ ପିକେ କରିଥିବା ରଣନୀତି ଅନୁଯାୟୀ, ୨୦୨୪ରେ ଦଳ ଏକାକୀ ୩୭୦ ଆସନରେ ଲଢ଼ିବ। ସେହିପରି କିଛି ରାଜ୍ୟରେ କଂଗ୍ରେସ ସହଯୋଗୀ ଦଳଙ୍କ ସହ ମେଣ୍ଟ କରିବ। ପିକେ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି ଯେ ଦଳ ଉତ୍ତର ପ୍ରଦେଶ, ବିହାର ଏବଂ ଓଡ଼ିଶା ଭଳି ରାଜ୍ୟରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ। କିନ୍ତୁ ମହାରାଷ୍ଟ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଦଳ ମେଣ୍ଟ କରୁ ବୋଲି ପିକେ ପ୍ରସ୍ତାବ ଦେଇଛନ୍ତି।

Advertisment

ଏହାଦ୍ୱାରା ହିଁ କଂଗ୍ରେସ ବିପର୍ଯ୍ୟୟର ମୁକିଳି ପାରିବ ଓ ବିଜେପିକୁ ଟକ୍କର ଦେଇ ପାରିବ ବୋଲି ଆଶା ରଖିଛନ୍ତି ପିକେ। ପିକେ ଦେଇଥିବା ଏପରି ପ୍ରସ୍ତାବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ରାଜି ଅଛନ୍ତି। ହେଲେ କିଛି ବରିଷ୍ଠ ନେତା ଏହା ଉପରେ ଅଧିକ ବିଚାରବିମର୍ଶ କରିବା ସପକ୍ଷରେ ରହିଛନ୍ତି।

ଯେହେତୁ ପିକେ କଂଗ୍ରେସକୁ ମେ’ ୨ ତାରିଖ ଯାଏ ସମୟ ଦେଇଛନ୍ତି, ତେଣୁ ଉକ୍ତ ସମୟ ମଧ୍ୟରେ ତାଙ୍କ ପ୍ରସ୍ତାବ ଉପରେ ଦଳ ନିଷ୍ପତ୍ତି ନେବେ। ତେଣୁ ଆଜି ସୋନିଆ ଗାନ୍ଧି ବୈଠକ କରୁଥିବା ଜଣାପଡ଼ିଛି।

ସୋନିଆ ଦିଲ୍ଲୀ ସ୍ଥିତ ୧୦ ଜନପତରେ ଥିବା ବାସଭବନରେ ବୈଠକ କରୁଛନ୍ତି। ଏଥିରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବରିଷ୍ଠ ନେତା ମୁକୁଲ ୱାସନିକ, ରଣଦୀପ ସୂର୍ଯ୍ୟେୱାଲା, କେସି ଭେନୁଗୋପାଲ ଓ ଅମ୍ବିକା ସୋନି ପ୍ରମୁଖ ଯୋଗଦେଇଛନ୍ତି।

Congress Prashant Kishore