Advertisment

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

କାଠମାଣ୍ଡୁ: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ। ଇଞ୍ଜିନ୍‌ରେ ତ୍ରୁଟି ଦେଖା ପରେ କଲା ଜରୁରୀ ଅବତରଣ। ନେପାଳର ପୋଖରା ବିମାନବନ୍ଦରରୁ ପାର୍ବତ୍ୟ ଜିଲ୍ଲା ମୁସ୍ତାଙ୍ଗ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ପୁଣି ପୋଖରା ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଏନେଇ ବିମାନବନ୍ଦର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ପୋଖରା ବିମାନ ବନ୍ଦରର ସୂଚନା ଅଧିକାରୀ ଦେବରାଜ ଚଲିସା କହିଛନ୍ତି ଯେ ବିମାନଟି ‘ସମ୍ମିଟ୍ ଏୟାର’ର, ଯାହା ନେପାଳର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

emergency-landing

କାଠମାଣ୍ଡୁ: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ। ଇଞ୍ଜିନ୍‌ରେ ତ୍ରୁଟି ଦେଖା ପରେ କଲା ଜରୁରୀ ଅବତରଣ। ନେପାଳର ପୋଖରା ବିମାନବନ୍ଦରରୁ ପାର୍ବତ୍ୟ ଜିଲ୍ଲା ମୁସ୍ତାଙ୍ଗ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ପୁଣି ପୋଖରା ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଏନେଇ ବିମାନବନ୍ଦର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

Advertisment

ପୋଖରା ବିମାନ ବନ୍ଦରର ସୂଚନା ଅଧିକାରୀ ଦେବରାଜ ଚଲିସା କହିଛନ୍ତି ଯେ ବିମାନଟି 'ସମ୍ମିଟ୍ ଏୟାର'ର, ଯାହା ନେପାଳର ଏକ ଘରୋଇ ବିମାନ ଅଟେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ବିମାନକୁ ମାତ୍ର ୭ ମିନିଟର ଉଡ଼ାଣ ପରେ ପୋଖରା ବିମାନ ବନ୍ଦରକୁ ଫେରିବାକୁ ପଡିଥିଲା।

ପାଇଲଟ୍ ବିମାନର ଇଞ୍ଜିନ୍‌ରେ ତ୍ରୁଟି ଥିବା ଜାଣିବା ପରେ କେବଳ ଗୋଟିଏ ଇଞ୍ଜିନ ସାହାଯ୍ୟରେ ସେ ଏହାକୁ ସୁରକ୍ଷିତ ଭାବେ ବିମାନବନ୍ଦରରେ ଲ୍ୟାଣ୍ଡ କରାଇଛନ୍ତି। ଏହି ବିମାନରେ ୧୮ ଜଣ ଯାତ୍ରୀ ଓ ୪ ଜଣ କ୍ୟାବିନ୍‌ କ୍ରୁ ସଦସ୍ୟ ଥିଲେ। ତେବେ ବିମାନରେ କ'ଣ ସବୁ ତ୍ରୁଟ ରହିଛି ସେ ମାମଲାର ତଦନ୍ତ ଚାଲିଛି।

Advertisment

ଏହା ପୂର୍ବରୁ ମେ' ମାସରେ ନେପାଳର ଏକ ପାର୍ବତ୍ୟ ଅଞ୍ଚଳରେ ତାରା ଏୟାରର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୨ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମେ' ୩୦ ରେ ବିମାନଟି ରାଡାରରୁ ଗାଏବ୍‌ ହୋଇଯାଇଥିଲା ଏବଂ ଏହାର ଧ୍ୱଂସାବଶେଷ ଗୋଟିଏ ଦିନ ପରେ ମିଳିଥିଲା।

ଏହି ବିମାନରେ ୧୩ ନେପାଳୀ, ୪ଜଣ ଭାରତୀୟ, 3 ଜଣ ଜର୍ମାନ ଏବଂ 3 ଜଣ କ୍ରୁ ସଦସ୍ୟ ଥିଲେ। ଏହି ତାର ଏୟାର ବିମାନଟି ମଧ୍ୟ ପୋଖରା ବିମାନବନ୍ଦରରୁ ମୁସ୍ତାଙ୍ଗର ଜୋମସୋମକୁ ଯାଉଥିଲା। ପ୍ରାୟ ୧୪,୫୦୦ ଫୁଟ ଉଚ୍ଚରେ ମୁସ୍ତାଙ୍ଗ ଜିଲ୍ଲାର ମନପାଥୀ ପାହାଡରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା।