Advertisment

‘ମୋ ସ୍ତ୍ରୀ 'ସୁନ୍ଦର' ଓ ମୁଁ 'କାଣ୍ଡ' କରିଚାଲିଛି’

କାନପୁର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ନେତାଙ୍କ ବିବାଦୀୟ ମନ୍ତବ୍ୟ ଦେବା ଜାରି ରହିଛି। କାନପୁରର ଆର୍ଯ୍ୟନଗରରୁ ସମାଜବାଦୀ ପାର୍ଟି (ଏସପି)ର ବିଧାୟକ ଓ ଚଳିତ ବିଧାନସଭାର ବିଧାୟକ ପ୍ରାର୍ଥୀ ଅମିତାଭ ବାଜପେୟୀ ସୁନ୍ଦର କାଣ୍ଡକୁ ନେଇ ଏମିତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବିଧାୟକ ସୁନ୍ଦର କାଣ୍ଡ ଅସଂଗତ ତଥା ଅସ୍ପଷ୍ଟ ବାଖ୍ୟା କରିଛନ୍ତି, ଯେଉଁଥିପାଇଁ ବିଧାୟକଙ୍କୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ସୁନ୍ଦର କାଣ୍ଡକୁ […]

ଅଦ୍ୟତନ ହୋଇଛି
‘ମୋ ସ୍ତ୍ରୀ 'ସୁନ୍ଦର' ଓ ମୁଁ 'କାଣ୍ଡ' କରିଚାଲିଛି’

amitabh

Advertisment

କାନପୁର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ନେତାଙ୍କ ବିବାଦୀୟ ମନ୍ତବ୍ୟ ଦେବା ଜାରି ରହିଛି। କାନପୁରର ଆର୍ଯ୍ୟନଗରରୁ ସମାଜବାଦୀ ପାର୍ଟି (ଏସପି)ର ବିଧାୟକ ଓ ଚଳିତ ବିଧାନସଭାର ବିଧାୟକ ପ୍ରାର୍ଥୀ ଅମିତାଭ ବାଜପେୟୀ ସୁନ୍ଦର କାଣ୍ଡକୁ ନେଇ ଏମିତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

ବିଧାୟକ ସୁନ୍ଦର କାଣ୍ଡ ଅସଂଗତ ତଥା ଅସ୍ପଷ୍ଟ ବାଖ୍ୟା କରିଛନ୍ତି, ଯେଉଁଥିପାଇଁ ବିଧାୟକଙ୍କୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ସୁନ୍ଦର କାଣ୍ଡକୁ ନେଇ ଏସପି ବିଧାୟକ ଅମିତାଭ ବାଜପେୟୀ କହିଛନ୍ତି ଯେ ମୋ ପତ୍ନୀ 'ସୁନ୍ଦର' ଓ ମୁଁ 'କାଣ୍ଡ' କରିଚାଲିଛି, ଏଥିପାଇଁ 'ସୁନ୍ଦର କାଣ୍ଡ'ର ଆୟୋଜନ କରାଯାଇଛି।

https://twitter.com/Interceptors/status/1494620924389199874?s=20&t=UCJ0NUE6112sOtofkpdo9A

Advertisment

ଏସପି ବିଧାୟକ ପ୍ରାର୍ଥୀ ଅମିତାଭ ଗୁରୁବାର ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୋଷାକ ପରିଧାନକୁ ଟାର୍ଗେଟ୍ କରି ସୁନ୍ଦର କାଣ୍ଡର ଅନୁପଯୁକ୍ତ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି, ଆଜି ମୋ ବିବାହକୁ ୨୫ ବର୍ଷ ପୁରିଛି। ଆମେ ମଧ୍ୟ ସୁନ୍ଦର କାଣ୍ଡର ପାଠ କରି ବିବାହର ୨୫ତମ ବାର୍ଷିକୀ ମନାଇଛୁ। ଆମକୁ ସମସ୍ତେ ପଚାରିଲେ ଯେ ସୁନ୍ଦର କାଣ୍ଡ କାହିଁକି ଆୟୋଜନ କରାଉଛ ଏବଂ ନିଜ ପତ୍ନୀଙ୍କୁ ନେଇ କେଉଁଠି ବୁଲାଇ ଆଣିବାକୁ କହିଥିଲେ। ମୁଁ ଏହାର ଜବାବ ଦେଇ କହିଲି ଯେ ମୋ ପତ୍ନୀ ସୁନ୍ଦର ଓ ମୁଁ କାଣ୍ଡ କରିଚାଲିଛି। ଏଥିପାଇଁ ମୁଁ ସୁନ୍ଦର କାଣ୍ଡର ଆୟୋଜକ କରାଯାଇଛି। ବିଧାୟକଙ୍କ ଏହି କଥାରେ ସଭାରେ ଖୁବ୍ କରତାଳି ହୋଇଥିଲା।

ପରେ ବିଧାୟକ ଆହୁରି କହିଥିଲେ, ଦେଖିବାକୁ ଗଲେ ଆପଣଙ୍କ ପତ୍ନୀ ମଧ୍ୟ ସୁନ୍ଦର, ମୁଁ ଠିକ୍ ଭାବେ ଦେଖିନାହିଁ, କିନ୍ତୁ ଲୋକେ ମୋତେ କହିଛନ୍ତି। ମୋ ପତ୍ନୀ ସୁନ୍ଦର, ତାହା ଆପଣମାନେ ଦେଖିଛନ୍ତି। ଏବେ ସେ ସବୁ ସ୍ଥାନକୁ ଯାଉଛନ୍ତି, ଯେଉଁମାନେ ଦେଖିନାହାନ୍ତି, ଦେଖିପାରିବେ। କିନ୍ତୁ ଭଲ ନଜରରେ ଦେଖିବେ, କାରଣ ମୁଁ ତ କାଣ୍ଡ କରିଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe